Advertisment

‘ବିଗ୍‌ବସ୍‌’ ଘରେ ମାଧୁରୀ !

ମୁମ୍ବାଇ: ରବିବାରଠୁ ଆରମ୍ଭ ହେବ ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌-୧୩’। ଆଜି ରାତି ୯ଟାରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହେବ। ଆଉ ତା’ସହିତ ଏଥର ଏହି ଶୋ’ରେ କେଉଁମାନେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି, ତାହା ବି ସ୍ପଷ୍ଟ ହୋଇଯିବ। ତେବେ ତା’ପୂର୍ବରୁ ‘ବିଗ୍‌ବସ୍‌’ରେ ପ୍ରଥମ ଏଣ୍ଟ୍ରି କରିଛନ୍ତି ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ସେ ସଲ୍‌ମାନ୍‌ଙ୍କ ସହ ‘ବିଗ୍‌ବସ୍‌’ ଘରେ ଏଣ୍ଟ୍ରି କରିବା ସହ ଡ୍ୟାନ୍ସ ମଧ୍ୟ କରିଛନ୍ତି। ସଲ୍‌ମାନ୍ ଓ ମାଧୁରୀ […]

ଅଦ୍ୟତନ ହୋଇଛି
‘ବିଗ୍‌ବସ୍‌’ ଘରେ ମାଧୁରୀ !

madhuri

Advertisment

ମୁମ୍ବାଇ: ରବିବାରଠୁ ଆରମ୍ଭ ହେବ ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌-୧୩’। ଆଜି ରାତି ୯ଟାରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହେବ। ଆଉ ତା’ସହିତ ଏଥର ଏହି ଶୋ’ରେ କେଉଁମାନେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି, ତାହା ବି ସ୍ପଷ୍ଟ ହୋଇଯିବ। ତେବେ ତା’ପୂର୍ବରୁ ‘ବିଗ୍‌ବସ୍‌’ରେ ପ୍ରଥମ ଏଣ୍ଟ୍ରି କରିଛନ୍ତି ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ସେ ସଲ୍‌ମାନ୍‌ଙ୍କ ସହ ‘ବିଗ୍‌ବସ୍‌’ ଘରେ ଏଣ୍ଟ୍ରି କରିବା ସହ ଡ୍ୟାନ୍ସ ମଧ୍ୟ କରିଛନ୍ତି। ସଲ୍‌ମାନ୍ ଓ ମାଧୁରୀ ‘ସାଜନ’ ଫିଲ୍ମର ‘ଦେଖା ହୈ ପେହେଲି ବାର୍’ ଓ ‘ବଜରଙ୍ଗୀ ଭାଇଜାନ୍’ର ‘ଆଜ୍‌ କି ପାର୍ଟି ମେରି ତରଫସେ’ ଗୀତରେ ଡ୍ୟାନ୍ସ କରିଥିଲେ। ଆଉ ଏହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଇଛି। ତେବେ ମାଧୁରୀ ଏଥିରେ ପ୍ରତିଯୋଗୀ ଭାବେ ସାମିଲ ହୋଇ ନାହାନ୍ତି। ବାସ୍ତବରେ ଏହି ଭିଡିଓ ଜରିଆରେ ‘ଡ୍ୟାନ୍ସ ଦିବାନେ’ର ଗ୍ରାଣ୍ଡ ଫାଇନାଲ୍‌ର ପ୍ରମୋସନ୍ କରାଯାଇଥିଲା, ଯେଉଁଥିରେ ସେ ଜଜ୍‌ ଥିଲେ। ଏହି ଶୋ’ ଶନିବାର ସରିଯାଇଛି।

Advertisment

https://twitter.com/BiggBoss/status/1177617241124163585

ଅନ୍ୟପକ୍ଷରେ ଏହି ଭିଡିଓ ମାଧ୍ୟମରେ ଅନେକ ବର୍ଷ ପରେ ପୁଣି ଥରେ ସଲ୍‌ମାନ୍‌ ଓ ମାଧୁରୀ ଏକାଠି ଡ୍ୟାନ୍ସ କରିବା ଦେଖିବାକୁ ମିଳିଛି। ଦର୍ଶକ ଭିଡିଓଟିକୁ ବେଶ୍ ପସନ୍ଦ କରୁଛନ୍ତି। ଏହାକୁ ‘ବିଗବସ୍‌’ ନିଜ ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟରେ ମଧ୍ୟ ପୋଷ୍ଟ୍ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe