Advertisment

ଏକ୍ସ-ଗାର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାର୍ଟିରେ ସଲମାନ୍‌ ଖାନ୍

ମୁମ୍ୱାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ତାଙ୍କର କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବ୍ୟସ୍ତତା ମଧ୍ୟରେ ବି ସେ ନିଜ ପରିବାର ଓ ସାଙ୍ଗମାନଙ୍କୁ ସମୟ ଦେବାକୁ ଭୂଲି ନ ଥାନ୍ତି।  ମଙ୍ଗଳବାର ସଲମାନ୍‌ଙ୍କୁ ଏହିପରି ଏକ ପାର୍ଟିରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଥିଲା ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ୍‌ ସଙ୍ଗୀତା ବିଜ୍‌ଲାନିଙ୍କ ଜନ୍ମଦିନ ପାର୍ଟି। ଉଭୟଙ୍କ ମଧ୍ୟରେ ପ୍ରେମ୍‌ ସମ୍ପର୍କ ଥିବା […]

ଏଥର ଫାର୍ମହାଉସ୍‌ରେ ଜନ୍ମଦିନ ପାଳିବେନି ସଲ୍‌ମାନ୍‌

salman3

Advertisment

ମୁମ୍ୱାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ତାଙ୍କର କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବ୍ୟସ୍ତତା ମଧ୍ୟରେ ବି ସେ ନିଜ ପରିବାର ଓ ସାଙ୍ଗମାନଙ୍କୁ ସମୟ ଦେବାକୁ ଭୂଲି ନ ଥାନ୍ତି।  ମଙ୍ଗଳବାର ସଲମାନ୍‌ଙ୍କୁ ଏହିପରି ଏକ ପାର୍ଟିରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଥିଲା ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ୍‌ ସଙ୍ଗୀତା ବିଜ୍‌ଲାନିଙ୍କ ଜନ୍ମଦିନ ପାର୍ଟି। ଉଭୟଙ୍କ ମଧ୍ୟରେ ପ୍ରେମ୍‌ ସମ୍ପର୍କ ଥିବା ନେଇ ବିଗତ ଦିନରେ ବି ଟାଉନରେ ଗସିପ ଜୋର ଧରିଥିଲା। ଏହାସତ୍ତ୍ୱେ ଆଜି ଯାଏ ଉଭୟଙ୍କ ବନ୍ଧୁତ୍ୱ ଅତୁଟ ରହିଛି।

Advertisment

ସଙ୍ଗୀତାଙ୍କ ଜନ୍ମଦିନ ପାର୍ଟିରେ କେବଳ ସଲମାନ୍‌ ନୁହଁନ୍ତି, ସଲମାନ୍‌ଙ୍କର ଚର୍ଚ୍ଚିତ ଗାର୍ଲଫ୍ରେଣ୍ଡ୍‌ ଲୁଲିଆ ଭନତୁର୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏହି ଫଟୋ ସବୁକୁ ମୋହନିଶ ଭଲ୍‌ଙ୍କ ସ୍ତ୍ରୀ ଆରତୀ ଭଲ୍‌ ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି।

View this post on Instagram

#blessedbirthday

A post shared by Sangeeta Bijlani (@sangeetabijlani9) on

Advertisment

ସଲମାନ୍‌, ସଙ୍ଗୀତା, ସାଜିଦ୍‌ ଓ ତାଙ୍କର ପତ୍ନୀ ୱାର୍ଦ୍ଧା ଖାନ୍‌, ଆରତି, ମୋହନିଶ ଗୋଟିଏ ସମୟରେ ଭଲ ସାଙ୍ଗ ଥିଲେ। ତେଣୁ ପୁରୁଣା ସାଙ୍ଗମାନଙ୍କର ଗେଟ୍‌ ଟୁରେଦର୍‌ ପାଇଁ ଆରତି ସଙ୍ଗୀତାଙ୍କର ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ। ଯେଉଁ ପାର୍ଟିରେ ସଲମାନ୍‌ ଲୁଲିଆଙ୍କ ସହିତ ପହଞ୍ଚିଥିଲେ।

ଫଟୋ ସବୁକୁ ଆରତୀ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେଆର୍‌ କରି ‘ହାପି ବାର୍ଥ୍‌ ଡେ ସଙ୍ଗୁ। ଓଲଡ୍‌ ଫ୍ରେଣ୍ଡସ୍‌...ଟାଇମ୍‌ଲେସ୍‌’ ବୋଲି ଲେଖିଛନ୍ତି।

View this post on Instagram

Happy Birthday Sangu!!! Old friends ... timeless ❤️

A post shared by Aarti Bahl (@aarti.bahl) on

୧୯୮୯ରେ ହୋଇଥିବା ଫିଲ୍ମ ‘ତ୍ରିଦେବ’ରେ ସଙ୍ଗୀତା ଓ ସଲମାନ୍‌ ସାଙ୍ଗ ହୋଇ କାମ କରିଥିଲେ। ସେହିପରି ମହନିଶ୍‌ ଭଲ୍‌ଙ୍କ ସହିତ ସଲମାନ୍‌ ‘ହମ୍‌ ଆପ୍‌ରେ ହୈ କୌନ୍‌’ ଓ ‘ହମ୍‌ ସାଥ୍‌ ସାଥ୍‌ ହୈ’ ଫିଲ୍ମରେ କାମ କରିଛନ୍ତି। ତେଣୁ ସଲମାନ୍‌ଙ୍କ ସହିତ ଏମାନଙ୍କର ବନ୍ଧୁତା ବହୁତ ପୁରୁଣା।

୮୦ ଦଶକରେ ସଲମାନ୍‌ ଓ ସଙ୍ଗୀତାଙ୍କ ପ୍ରେମକୁ ନେଇ ବି ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଥିଲା। ୨୦୧୬ରେ ସଲମାନ୍‌ଙ୍କ ଭଉଣୀ ଅର୍ପିତାଙ୍କ ବେବି ସାୱାର ପାର୍ଟିରେ ମଧ୍ୟ ସଙ୍ଗୀତାଙ୍କୁ ଦେଖିବାକୁ ମିଳିଥିଲା। ତେଣୁ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ, ସଙ୍ଗୀତାଙ୍କ ସହିତ ସଲମାନ୍‌ଙ୍କର ବ୍ରେକଅପ୍‌ ହୋଇଥିଲେ ମଧ୍ୟ ବହୁ ପାର୍ଟି, ଫଙ୍କସନ୍‌ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି।

View this post on Instagram

Happy Birthday Sanguuuuuuu 🎉🎉❤️❤️😘😘🥰🥰

A post shared by Aarti Bahl (@aarti.bahl) on

ବର୍ତ୍ତମାନ ସଲମାନ୍‌ ଦବଙ୍ଗ୍‌-୩ ଓ ଇନ୍‌ସାଲ୍ଲା ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଫିଲ୍ମ ଦୁଇଟି ଖୁବ୍‌ ଶୀଘ୍ର ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe