salman khan-1
ମୁମ୍ବାଇ: ବଲିଉଡର ବାର୍ବି ଡଲ କ୍ୟାଟ୍ରିନା କୈଫ୍ । ଲକ୍ଷେ ଦିଲର ଧଡକନ କ୍ୟାଟ୍ରିନା। ତାଙ୍କ ଅଭିନୟ ମଧ୍ୟ ସମସ୍ତ ବେଶ୍ ପସନ୍ଦ । ସେ ନିଜ ସୁନ୍ଦରତା ଏବଂ ଚକତ୍କାର ଅଭିନୟର ଜାଦୁରେ ବି-ଟାଉନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ତେବେ ପୂର୍ବରୁ ବଲିଉଡର ଭାଇଜାନ ସଲମାନ ଖାନ କ୍ୟାଟ୍ରିନାଙ୍କ ପ୍ରେମରେ ପଡିଛନ୍ତି ବୋଲି ଚର୍ଚ୍ଚ ହେଉଥିଲା । ହେଲ ଏବେ ସେ କୁଆଡେ ତାଙ୍କ ଭଉଣୀ ଇସାବେଲଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି ।
ନିକଟରେ ଇସାବେଲଙ୍କ ଏକ ଗୀତ ରିଲିଜ ହୋଇଛି । ଏହି ଗୀତର ନାଁ ରହିଛି ‘ମାଶାଲ୍ଲାହ’। ଏହି ଗୀତ ଜରିଆରେ ସେ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଛନ୍ତି । ତେବେ ଇସାବେଲଙ୍କ ଏହି ମ୍ୟୁଜିକ ଭିଡିଓକୁ ଦେଖିବା ପରେ ସଲମାନ ଖାନ ତାଙ୍କ ପ୍ରେମରେ ପଡିଯାଇଛନ୍ତି । ଏହି ଗୀତକୁ ସଲମାନ ନିଜ ସୋଶାଲ ମିଡିଆ ପେଜରେ ଶେଆର କରିଛନ୍ତି । କେବଳ ସେତିକି ନୁହେଁ ଏହି ଗୀତକୁ ଶେଆର କରି ସଲମାନ ଲେଖିଛନ୍ତି, ଗୀତଟି ଖୁବ ସୁନ୍ଦର ହୋଇଛି ଏବଂ ଇସାବେଲ ତମେ ବି ବେଶ ସୁନ୍ଦର ଲାଗୁଛ । ଏଥିସହ ସଲମାନ ତାଙ୍କ ଅଭିନୟକୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି । ସଲମାନଙ୍କ ଏହି ପୋଷ୍ଟକୁ ଦେଖିବା ପରେ ବୋଧହୁଏ ସେ ଇସାବେଲଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି ଆଲୋଚନା ହେଉଛ।
ଏହି ଗୀତଟିକୁ ଦୀପ ମନି କମ୍ପୋଜ କରିଛନ୍ତି । ଗୀତରେ ଇସାବେଲଙ୍କ ସହ ସେ ମଧ୍ୟ ଅଭିନୟ କରିଛନ୍ତି। ୟୁଟ୍ୟୁବରେ ଗୀତଟି ରିଲିଜ ହେବା ପରେ ହିଟ୍ ହେବା ସହ ବେଶ ଭାଇରାଲ ହୋଇଛି । ଏହାକୁ ଏଯାଏଁ ୨୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/salman-khan-1.jpg)