Advertisment

ସଲମାନଙ୍କୁ ଡରାଇ ପାରିଲାନି ‘କରୋନା’

ମୁମ୍ବାଇ: ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱକୁ ଆତଙ୍କିତ କରିବା ସହ ପ୍ରତ୍ୟେକ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି। ହୋଟେଲ, ପର୍ଯ୍ୟଟନ, କ୍ରୀଡ଼ା, ମନୋରଞ୍ଜନ ଆଦି ପ୍ରତ୍ୟେକ କ୍ଷେତ୍ରରେ ବ୍ୟବସାୟ ମାନ୍ଦା ଚାଲିଛି। ଏହି କ୍ରମରେ ଭାରତରେ ଫିଲ୍ମ ଜଗତ ମଧ୍ୟ ବିଶେଷ ପ୍ରଭାବିତ ହେଉଛି। ନିକଟରେ ରିଲିଜ୍ ହୋଇଥିବା ତଥା ହେବାକୁ ଥିବା ଫିଲ୍ମଗୁଡ଼ିକୁ ନେଇ ନିର୍ମାତାମାନଙ୍କ ଚିନ୍ତା ବଢ଼ିଯାଇଛି। ହେଲେ ବଲିଉଡ୍ ଭାଇଜାନ ସଲମାନ ଖାନଙ୍କୁ କିନ୍ତୁ ଡରାଇ ପାରିନାହିଁ କରୋନା ଭୂତାଣୁ। ପ୍ରକୃତରେ […]

ଅଦ୍ୟତନ ହୋଇଛି
ସଲମାନଙ୍କୁ ଡରାଇ ପାରିଲାନି ‘କରୋନା’

SALMAN-KHAN

Advertisment

ମୁମ୍ବାଇ: ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱକୁ ଆତଙ୍କିତ କରିବା ସହ ପ୍ରତ୍ୟେକ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି। ହୋଟେଲ, ପର୍ଯ୍ୟଟନ, କ୍ରୀଡ଼ା, ମନୋରଞ୍ଜନ ଆଦି ପ୍ରତ୍ୟେକ କ୍ଷେତ୍ରରେ ବ୍ୟବସାୟ ମାନ୍ଦା ଚାଲିଛି। ଏହି କ୍ରମରେ ଭାରତରେ ଫିଲ୍ମ ଜଗତ ମଧ୍ୟ ବିଶେଷ ପ୍ରଭାବିତ ହେଉଛି। ନିକଟରେ ରିଲିଜ୍ ହୋଇଥିବା ତଥା ହେବାକୁ ଥିବା ଫିଲ୍ମଗୁଡ଼ିକୁ ନେଇ ନିର୍ମାତାମାନଙ୍କ ଚିନ୍ତା ବଢ଼ିଯାଇଛି। ହେଲେ ବଲିଉଡ୍ ଭାଇଜାନ ସଲମାନ ଖାନଙ୍କୁ କିନ୍ତୁ ଡରାଇ ପାରିନାହିଁ କରୋନା ଭୂତାଣୁ।

Advertisment

ପ୍ରକୃତରେ କରୋନା ଭୂତାଣୁ ଏହାରି ଭିତରେ ଅନେକ ବ୍ୟବସାୟକୁ ପ୍ରଭାବିତ କଲାଣି। ଫଳରେ ଫିଲ୍ମ ନିର୍ମାତାମାନେ ନିଜ ନିଜ ଫିଲ୍ମର ରିଲିଜ୍ ତାରିଖ ତଥା ଶୁଟିଂ ସେଡ୍ୟୁଲକୁ ଘୁଞ୍ଚାଇ ଦେଉଛନ୍ତି କିମ୍ବା ସ୍ଥଗିତ ରଖିଥିବା ଲଗାତର ଖବର ଆସୁଛି। ଏଭଳି ପରିସ୍ଥିତିରେ ଭାଇଜାନ କିନ୍ତୁ ତିଳେ ମାତ୍ର ପ୍ରଭାବିତ ହୋଇ ନାହାନ୍ତି। ନିଜ ଅପକମିଂ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ’ର ଶୁଟିଂ ଜାରି ରଖିଛନ୍ତି ସଲମାନ୍। ସେ ଯଥାଶୀଘ୍ର ଫିଲ୍ମର ଶୁଟିଂ ଶେଷ କରିବା ମୁଡରେ ଥିଲାଭଳି ଜଣାପଡ଼ୁଛି।

Advertisment

ଯାହା ଖବର ମିଳିଛି ଗୋଆ ଏବଂ ମୁମ୍ବାଇରେ ସଲମାନ ଦୀର୍ଘ ଦିନ ଯାଏ ଶୁଟିଂ ଶେଷ କରିବା ପରେ ଏବେ ସେ ମୁମ୍ବାଇରେ ଏହି ଫିଲ୍ମ ପାଇଁ ଫାଇନାଲ ଶୁଟିଂ କରୁଛନ୍ତି। ତେବେ ଫିଲ୍ମର କିଛି ବଳକା ରହିଯାଇଥିବା ସିନ୍ ଏବଂ ସଲମାନଙ୍କ ଦିଶାଙ୍କ ସହ କିଛି ଗୀତର ଶୁଟିଂ କାମ ବାକି ରହିଛି। ଗୋଟିଏ ପଟେ କରୋନା ଭୂତାଣୁର ଆତଙ୍କ ଯୋଗୁ ସରକାର ସ୍କୁଲ, କଲେଜ୍, ସିନେମା ହଲ୍ ଆଦି ଜନଗହଳି ହେଉଥିବା ସ୍ଥାନକୁ ବନ୍ଦ କରିଦେଇଥିବା ବେଳେ ସଲମାନ କିନ୍ତୁ ନିଜ ଫିଲ୍ମର ଶୁଟିଂ ଫୁଲ୍ ଦମରେ ଚଲାଇଛନ୍ତି। କୁହାଯାଉଛି ଚଳିତ ମାସ ଶେଷ ସୁଦ୍ଧା ଭାଇଜାନଙ୍କ ଏହି ଫିଲ୍ମର ଶୁଟିଂ ଶେଷ ହୋଇଯିବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଲମାନଙ୍କ ଫିଲ୍ମ ସେଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଜାରି କରିଥିବା କରୋନା ସୁରକ୍ଷା ନିର୍ଦ୍ଦେଶାନାମା ପାଳନ କରାଯାଉଛି।

salman_radhe

ଏଠାରେ କହି ରଖୁଛୁ ଯେ, ଚଳିତବର୍ଷ ଇଦ୍ ଅବସରରେ ରିଲିଜ୍ ହେବାକୁ ଥିବା ସଲମାନଙ୍କ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ’ର ଗୋଟିଏ ଶୁଟିଂ ସେଡ୍ୟୁଲ ଥାଇଲାଣ୍ଡରେ ହେବାର ଥିଲା। ତେବେ କରୋନା ଭୂତାଣୁ ଡରରେ ଏହି ସେଡ୍ୟୁଲକୁ ବାତିଲ କରିଦିଆଯାଇଛି। ଭାଇଜାନ ଓ ତାଙ୍କ ଟିମ୍ ବିଦେଶରେ ଫିଲ୍ମ ଶୁଟିଂ କରି କୌଣସି ରିସ୍କ ନେବାକୁ ଚାହୁଁ ନ ଥିଲେ। ଏଣୁ ଥାଇଲାଣ୍ଡରେ ହେବାକୁ ଥିବା ଶୁଟିଂ ଏବେ ମୁମ୍ବାଇରେ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe