Advertisment

ରିଲିଜ୍‌ ହେଲା ‘ଭାରତ’ ଫିଲ୍ମର ଟ୍ରେଲର, ସର୍ବ ପ୍ରଥମେ ପ୍ରଶଂସା କଲେ ଏହି ବଲିଉଡ୍‌ ଷ୍ଟାର

ମୁମ୍ବାଇ: ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର। ଟ୍ରେଲର ରିଲିଜ୍ ହେବା ପରେ ସୋଶାଲ୍‌ ମିଡିଆରେ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ଙ୍କର ଜବରଦସ୍ତ ରେସ୍‌ପନ୍ସ ଦେଖିବାକୁ ମିଳିଛି। କିନ୍ତୁ ଟ୍ରେଲର ରିଲିଜ୍‌ ହେବା ମାତ୍ରେ ପ୍ରଥମେ ଯେଉଁ ଅଭିନେତା ଟ୍ୱିଟ୍‌ କରି ପ୍ରଶଂସା କରିଥିଲେ ସେ ହେଉଛନ୍ତି, ଶାହାରୁଖ୍‌ ଖାନ୍‌। କିଙ୍ଗ୍‌ ଖାନ୍‌ ସଲ୍‌ମାନ୍‌ଙ୍କ ଟ୍ରେଲରକୁ ଜବରଦସ୍ତ କହି ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ,‘ବହୁତ ବଢ଼ିଆ ଭାଇ’। Kya baat hai bhai!! Bahut […]

ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା ‘ଭାରତ’  ଫିଲ୍ମର ଟ୍ରେଲର, ସର୍ବ ପ୍ରଥମେ ପ୍ରଶଂସା କଲେ ଏହି ବଲିଉଡ୍‌ ଷ୍ଟାର

bharat

Advertisment

ମୁମ୍ବାଇ: ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର। ଟ୍ରେଲର ରିଲିଜ୍ ହେବା ପରେ ସୋଶାଲ୍‌ ମିଡିଆରେ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ଙ୍କର ଜବରଦସ୍ତ ରେସ୍‌ପନ୍ସ ଦେଖିବାକୁ ମିଳିଛି। କିନ୍ତୁ ଟ୍ରେଲର ରିଲିଜ୍‌ ହେବା ମାତ୍ରେ ପ୍ରଥମେ ଯେଉଁ ଅଭିନେତା ଟ୍ୱିଟ୍‌ କରି ପ୍ରଶଂସା କରିଥିଲେ ସେ ହେଉଛନ୍ତି, ଶାହାରୁଖ୍‌ ଖାନ୍‌। କିଙ୍ଗ୍‌ ଖାନ୍‌ ସଲ୍‌ମାନ୍‌ଙ୍କ ଟ୍ରେଲରକୁ ଜବରଦସ୍ତ କହି ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ,‘ବହୁତ ବଢ଼ିଆ ଭାଇ’।

Advertisment

ଆହୁରି ଅନେକ ସେଲିବ୍ରିଟି ‘ଭାରତ’ର ଟ୍ରେଲର ରିଲିଜ୍‌ ହେବା ପରେ ସଲ୍‌ମାନ୍‌ ଖାନ୍‌ଙ୍କ କାମର ପ୍ରଶଂସା କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଜଫର। ଫିଲ୍ମ ଈଦ୍‌ ଅବସରରେ ଜୁନ୍‌ ୫ରେ ରିଲିଜ୍‌ ହେବ। ଟ୍ରେଲର ଆସିବା ମାତ୍ରେ ସୋଶାଲ୍‌ ମିଡିଆରେ ‘ଭାରତ’ର ଫ୍ୟାନ୍ସ ବି ବେଷ୍ଟ ଟ୍ରେଲର ଆଖ୍ୟା ଦେଇ ସାରିଛନ୍ତି। ଏହାସହ ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କ ଯୋଡ଼ିକୁ ସମସ୍ତେ ଖୁବ୍‌ ପ୍ରଶଂସା କରୁଛନ୍ତି।
publive-imageଟ୍ରେଲର ଦେଖିବା ପରେ ‘ଭାରତ’କୁ ଚଳିତ ବର୍ଷର ସବୁଠୁ ହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।
ଟ୍ରେଲର୍‌ର ଆରମ୍ଭରେ ସଲ୍‌ମାନ୍‌ ଖାନ୍‌ ଓ ତାପରେ ଦିଶା ପଟାନୀଙ୍କୁ ସର୍କସ କରୁଥିବା ଦେଖିବାକୁ ମିଳୁଛି।

Advertisment

ସଲ୍‌ମାନ୍‌ଙ୍କ ଏଣ୍ଟ୍ରି ସେହି ଡାଇଲଗ୍‌ରୁ ହୋଇଛି। ଯାହା ‘ଭାରତ’ର ପୋଷ୍ଟରରେ ସୂଚନା ଦିଆଯାଇଥିଲା। ‘‘୭୧ ବର୍ଷ ପୂର୍ବରୁ ଏହି ଦେଶ ତିଆରି ହୋଇଥିଲା, ସେ ସମୟରୁ ଆରମ୍ଭ ହୋଇଥିଲା ମୋ କାହାଣୀ। ଲୋକଙ୍କୁ ଲାଗେ ୭୧ ବର୍ଷର ଏହି ବୁଢ଼ାର କାହାଣୀ କେତେ ବୋରିଙ୍ଗ୍‌ ହୋଇଥିବ। କିନ୍ତୁ ତାଙ୍କୁ କେଉଁଠୁ ଜଣା ଯେ, ଯେତି ପାଚିଲା ଚୁଟି ମୋ ମୁଣ୍ଡରେ ଅଛି ଓ ମୋର ଯେତିକା ପାଚିଲା ଦାଢ଼ି ଅଛି, ତାଠାରୁ ବି ରଙ୍ଗୀନ୍‌ ମୋ ଜୀବନ।’’

https://twitter.com/SalmanAabdi/status/1120244984634961920

ଫିଲ୍ମରେ ସଲ୍‌ମାନ୍‌ଙ୍କ ପ୍ରେମିକା ଭୂମିକା କ୍ୟାଟ୍ରିନା କୈଫ୍‌ ଅଭିନୟ କରିଥିବା ବେଳେ, ସୁନୀଲ୍‌ ଗ୍ରୋଭର ତାଙ୍କ ବନ୍ଧୁ ଓ ଜାକି ଶ୍ରଫ୍‌ ତାଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ସବୁଠୁ ବଡ଼କଥା ହେଉଛି ଏହି ଟ୍ରେଲରକୁ ଏ ପର୍ଯ୍ୟନ୍ତ ୧କୋଟିରୁ ଅଧିକ ଲୋକ ଦେଖିସାରିଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe