Advertisment

ହୋଲିରେ ସଲ୍‌ମାନ୍‌ ଦେବେ ସର୍‌ପ୍ରାଇଜ୍

ମୁମ୍ବାଇ: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଆଉ ଏହି ଅବସରରେ ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଫ୍ୟାନ୍‌ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ବଡ଼ ସର୍‌ପ୍ରାଇଜ୍। ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ର ଟିଜର ରିଲିଜ୍ କରିବେ।  ଏହି ଫିଲ୍ମରେ ସେ ପୁଣି ଥରେ ନିଜ ପୁରୁଣା ଅନ୍ଦାଜ୍‌ ଅର୍ଥାତ୍ ଫୁଲ୍‌ ଆକ୍ସନ୍‌ରେ ନଜର ଆସିବେ। https://www.instagram.com/p/B5u5IHhFNhZ/?utm_source=ig_web_copy_link ସୂଚନା ଅନୁଯାୟୀ, ସଲ୍‌ମାନ୍ ହୋଲି ଦିନ ‘ରାଧେ’ର ଟିଜର୍‌ ରିଲିଜ୍‌ କରିବାକୁ ଚାହୁଁଛନ୍ତି। ଏ ନେଇ ସେ […]

ଅଦ୍ୟତନ ହୋଇଛି
ହୋଲିରେ ସଲ୍‌ମାନ୍‌ ଦେବେ ସର୍‌ପ୍ରାଇଜ୍

sallu

Advertisment

ମୁମ୍ବାଇ: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଆଉ ଏହି ଅବସରରେ ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଫ୍ୟାନ୍‌ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ବଡ଼ ସର୍‌ପ୍ରାଇଜ୍। ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ର ଟିଜର ରିଲିଜ୍ କରିବେ।  ଏହି ଫିଲ୍ମରେ ସେ ପୁଣି ଥରେ ନିଜ ପୁରୁଣା ଅନ୍ଦାଜ୍‌ ଅର୍ଥାତ୍ ଫୁଲ୍‌ ଆକ୍ସନ୍‌ରେ ନଜର ଆସିବେ।

Advertisment

https://www.instagram.com/p/B5u5IHhFNhZ/?utm_source=ig_web_copy_link

ସୂଚନା ଅନୁଯାୟୀ, ସଲ୍‌ମାନ୍ ହୋଲି ଦିନ ‘ରାଧେ’ର ଟିଜର୍‌ ରିଲିଜ୍‌ କରିବାକୁ ଚାହୁଁଛନ୍ତି। ଏ ନେଇ ସେ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ଯୁକ୍ତି ଅନୁଯାୟୀ, ହୋଲି ଦିନ ‘ରାଧେ’ର ଟିଜର୍ ରିଲିଜ୍‌ ହେଲେ ଫିଲ୍ମକୁ ନେଇ ଫ୍ୟାନ୍‌ଙ୍କ ଭିତରେ ଜବରଦସ୍ତ ଉତ୍ସାହ ରହିବ।

https://www.instagram.com/p/B9BqhYqgLPl/?utm_source=ig_web_copy_link

ସଲ୍‌ମାନ୍‌ ଓ ପ୍ରଭୁଦେବାଙ୍କ ସହମତିରେ ଫିଲ୍ମର ଟିଜର୍‌ ରିଲିଜ୍‌ ହେବ। ଟିଜର୍‌ରେ କେବଳ ସଲ୍‌ମାନ୍‌ଙ୍କ ଲୁକ୍‌ ସାମ୍ନାକୁ ଆସିବ। ବର୍ତ୍ତମାନ ଦିଶାଙ୍କ ସହ ଫିଲ୍ମର ଶେଷ ଭାଗର ଶୁଟିଂ ଚାଲିଛି। ପ୍ରଭୁଦେବା ମଧ୍ୟ ଏଡିଟିଂରେ ବ୍ୟସ୍ତ ଅଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରୁ ଫିଲ୍ମର ଟିମ୍‌ ଏହାର ପ୍ରୋମୋସନ୍‌ ଆରମ୍ଭ କରିଦେବେ।

Advertisment

https://www.instagram.com/p/B4UUEFZlXmV/?utm_source=ig_web_copy_link

ସୂଚନାଯୋଗ୍ୟ, ଫିଲ୍ମଟି ୨୦୨୦ ମେ’ ୨୨ରେ ଇଦ୍‌ ଅବସରରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ବକ୍ସ ଅଫିସରେ ଟକ୍କର ଦେବ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’। ‘ରାଧେ’ରେ ସଲ୍‌ମାନ୍‌ ଓ ଦିଶା ଲିଡ୍‌ ରୋଲ୍‌ରେ ନଜର୍‌ ଆସିବେ। ନେଗେଟିଭ୍‌ ଚରିତ୍ରରେ ନଜର ଆସିବେ ରଣଦୀପ ହୁଦା। ଜ୍ୟାକି ଶ୍ରଫ୍‌ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ପ୍ରଭୂଦେବା ନିର୍ଦ୍ଦେଶନା ଦେଉଥିବାବେଳେ ସଲମାନ୍‌, ସୋହେଲ୍‌ ଖାନ୍‌ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ‘ୱାଣ୍ଟେଡ୍’ ଓ ‘ଦବଙ୍ଗ-୩’ ପରେ ପ୍ରଭୁଦେବାଙ୍କର ସଲମାନଙ୍କ ସହ ଏହା ହେଉଛି ତୃତୀୟ ଫିଲ୍ମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe