Advertisment

‘ଜିରୋ’ ଫିଲ୍ମ ପାଇଁ ଶାହାରୁଖ୍‌ ନୁହେଁ ପ୍ରଥମେ ପସନ୍ଦ ଥିଲେ ଏହି ଅଭିନେତା

ମୁମ୍ବାଇ:  ଆନନ୍ଦ ଏଲ୍‌ ରୟଙ୍କ ଫିଲ୍ମ‘ଜିରୋ’ର ଟ୍ରେଲର ରିଲଜ୍‌ ହୋଇଛି।  ଏଥିରେ ଶାହାରୁଖ୍‌ଙ୍କ ସହ କ୍ୟାଟ୍ରିନା କୈଫ୍‌ ଓ ଅନୁଷ୍କାଙ୍କୁ ବି ଦେଖିବାକୁ ମିଳିଛି। ଶାହାରୁଖ୍‌ଙ୍କ ନିକଟତର ବନ୍ଧୁ ସଲ୍‌ମାନ୍‌ ଖାନ୍‌ ବି ଫିଲ୍ମରେ ଅତିଥି କଳାକାର ଭାବେ ଅଭିନୟ କରୁଛନ୍ତି।। କିନ୍ତୁ କ’ଣ ଆପଣ ଜାଣିଛନ୍ତି ପ୍ରଥମେ ‘ଜିରୋ’ ପାଇଁ ଶାହାରୁଖ୍‌ ନୁହେଁ ସଲମାନ୍‌ଙ୍କୁ ଆପ୍ରୋଚ୍‌ କରାଯାଇଥିଲା। ଶାହାରୁଖ୍ ଏହି ଟ୍ରେଲରର ଲଞ୍ଚ୍‌ ପାର୍ଟିରେ ଏହି କଥାର ଖୁଲାସା କରି କହିଥିଲେ ଯେ, ‘‘ସଲମାନ୍‌ ‘ଜିରୋ’ର […]

ଅଦ୍ୟତନ ହୋଇଛି
‘ଜିରୋ’ ଫିଲ୍ମ ପାଇଁ ଶାହାରୁଖ୍‌ ନୁହେଁ ପ୍ରଥମେ ପସନ୍ଦ ଥିଲେ ଏହି ଅଭିନେତା

b

Advertisment

ମୁମ୍ବାଇ:  ଆନନ୍ଦ ଏଲ୍‌ ରୟଙ୍କ ଫିଲ୍ମ‘ଜିରୋ’ର ଟ୍ରେଲର ରିଲଜ୍‌ ହୋଇଛି।  ଏଥିରେ ଶାହାରୁଖ୍‌ଙ୍କ ସହ କ୍ୟାଟ୍ରିନା କୈଫ୍‌ ଓ ଅନୁଷ୍କାଙ୍କୁ ବି ଦେଖିବାକୁ ମିଳିଛି। ଶାହାରୁଖ୍‌ଙ୍କ ନିକଟତର ବନ୍ଧୁ ସଲ୍‌ମାନ୍‌ ଖାନ୍‌ ବି ଫିଲ୍ମରେ ଅତିଥି କଳାକାର ଭାବେ ଅଭିନୟ କରୁଛନ୍ତି।। କିନ୍ତୁ କ’ଣ ଆପଣ ଜାଣିଛନ୍ତି ପ୍ରଥମେ ‘ଜିରୋ’ ପାଇଁ ଶାହାରୁଖ୍‌ ନୁହେଁ ସଲମାନ୍‌ଙ୍କୁ ଆପ୍ରୋଚ୍‌ କରାଯାଇଥିଲା।

Advertisment

ଶାହାରୁଖ୍ ଏହି ଟ୍ରେଲରର ଲଞ୍ଚ୍‌ ପାର୍ଟିରେ ଏହି କଥାର ଖୁଲାସା କରି କହିଥିଲେ ଯେ, ‘‘ସଲମାନ୍‌ ‘ଜିରୋ’ର ପାର୍ଟ୍‌ ହେବାକୁ ଚାହୁଁଛନ୍ତି। କାହିଁକି ନା ପ୍ରଥମେ ବଉଆ ସିଂହର ଚରିତ୍ର ତାଙ୍କୁ ଅଫର ହୋଇଥିଲା। କିନ୍ତୁ କୌଣସି କାରଣରୁ ସେ ଏଥିରେ ଅଭିନୟ କରି ପାରି ନ ଥିଲେ। କିନ୍ତୁ ତାଙ୍କୁ ଫିଲ୍ମର  କାହାଣୀ ଖୁବ୍‌ ଭଲ ଲାଗିଥିଲା। ସେଥିପାଇଁ କୌଣସି ବି କାରଣରୁ ସେ ଫିଲ୍ମର ଅଂଶ ହେବାକୁ ଚାହୁଁଥିଲେ।’’

ଶାହାରୁଖ୍‌ କହିଥିଲେ ଯେ, ‘‘ସଲ୍‌ମାନ୍‌ ମୋତେ ଫୋନ୍‌ କରିଥିଲେ। ଆଉ କହିଥିଲେ, ଆରେ ଗୋଟିଏ ଫିଲ୍ମ ଅଛି ତୁ କରିଦେ।’’

Advertisment

ଆଉ ଜାଣିଛନ୍ତି ସଲ୍‌ମାନ୍‌ ବି ତାଙ୍କ ଖାସ୍‌ ବନ୍ଧୁ ଶାହାରୁଖ୍‌ଙ୍କ ଫିଲ୍ମକୁ ପ୍ରମୋଟ୍‌ କରିବାକୁ ଆଦୌ ସୁଯୋଗ ଛାଡ଼ୁ ନାହାନ୍ତି।  ସଲ୍‌ମାନ କିଛି ବାମନ ପିଲାଙ୍କୁ ପାଖକୁ  ଡାକିଖାଇବାକୁ ଦେଇଥିଲେ ଆଉ ସେମାନଙ୍କୁ‘ଜିରୋ’ ଫିଲ୍ମ ପ୍ରମୋଟ କରିବାକୁ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe