ଶୁଟିଂ ସେଟ୍‌ରେ ଆହତ ହେଲେ ସଲମାନ୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର): କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ସଲ୍‌ମାନ୍‌ ନିଜ ଫିଲ୍ମ ‘ଭାରତ’ର ସୁଟିଂ ପାଇଁ ପଞ୍ଜାବରେ ଥିଲେ। ପରେ ୱାଘା ସୀମାନ୍ତରେ ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କ ଶୁଟିଂ ସମୟର ଏକ ଫଟୋ ଦେଖିବାକୁ ମିଳିଥିଲା, ଯାହାକି ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଥିଲା। ଏବେ କିନ୍ତୁ  ଶୁଣିବାକୁ ମିଳୁଛି ଯେ, ସଲ୍‌ମାନ୍‌ କୁଆଡେ ଫିଲ୍ମ ସେଟ୍‌ରେ ଆହତ ହୋଇଥିଲେ। ଏଥିପାଇଁ ସେ ମୁମ୍ବାଇ ଫେରି ଆସିଛନ୍ତି। କିନ୍ତୁ ସଲମାନ୍‌ଙ୍କୁ କେମିତି କେଉଁଠି ଆଘାତ ଲାଗିଛି […]

bbv

Mihir Pattnayak
  • Published: Sunday, 18 November 2018
  • , Updated: 18 November 2018, 08:15 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ସଲ୍‌ମାନ୍‌ ନିଜ ଫିଲ୍ମ ‘ଭାରତ’ର ସୁଟିଂ ପାଇଁ ପଞ୍ଜାବରେ ଥିଲେ। ପରେ ୱାଘା ସୀମାନ୍ତରେ ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କ ଶୁଟିଂ ସମୟର ଏକ ଫଟୋ ଦେଖିବାକୁ ମିଳିଥିଲା, ଯାହାକି ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଥିଲା। ଏବେ କିନ୍ତୁ  ଶୁଣିବାକୁ ମିଳୁଛି ଯେ, ସଲ୍‌ମାନ୍‌ କୁଆଡେ ଫିଲ୍ମ ସେଟ୍‌ରେ ଆହତ ହୋଇଥିଲେ। ଏଥିପାଇଁ ସେ ମୁମ୍ବାଇ ଫେରି ଆସିଛନ୍ତି।

କିନ୍ତୁ ସଲମାନ୍‌ଙ୍କୁ କେମିତି କେଉଁଠି ଆଘାତ ଲାଗିଛି ତାହା ଏବେ ଶୁଦ୍ଧା ଜଣାପଡି ନାହିଁ।  ଖବର ମୁତାବକ  ଅଭିନେତା ପଞ୍ଜାବ୍‌ରେ ‘ଭାରତ’ ଫିଲ୍ମ ସେଟ୍‌ରେ ଥିବା ବେଳେ ଏହି ଆଘାତ ଲାଗିଛି। ଯନ୍ତ୍ରଣା ନ କମିବାରୁ ସଲ୍‌ମାନ୍‌ଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ଫେରିବାକୁ ପଡ଼ିଥିଲା। ଆଉ ସୁସ୍ଥ ହେବା ପରେ ଫିଲ୍ମର ଶୁଟିଂ ଜାରି ରଖିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ଅଲ୍ଲି ଅବାସ୍‌ ଜଫର୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭାରତ’ର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅତୁଲ୍‌ ଅଗ୍ନିହୋତ୍ରୀ। ଏଥିରେ ସଲ୍‌ମାନ୍‌ଙ୍କ ସହ କ୍ୟାଟ୍ରିନା କୈଫ୍‌, ଦିଶା ପଟାନୀ ଓ ସୁନୀଲ୍‌ ଗ୍ରୋଭର୍‌ ଅଭିନୟ କରିଛନ୍ତି। ଏହି ଫିଲ୍ମ ୨୦୧୯ ଇଦ୍‌ରେ ରିଲିଜ୍‌ ହେବ।

ଚଳିତ ବର୍ଷ ସଲ୍‌ମାନ୍‌ଙ୍କ ଫିଲ୍ମ ‘ରେସ୍‌ -୩’ ରିଲିଜ୍‌ ହୋଇଥିଲା।

Related story