Advertisment

ଫ୍ୟାନ୍‌ଙ୍କ ହାତରୁ ଫୋନ୍‌ ଛଡ଼ାଇ ଆଡ଼ୁଆରେ ସଲ୍‌ମାନ୍

ମୁମ୍ବାଇ: ଫ୍ୟାନ୍‌ଙ୍କ ହାତରୁ ଫୋନ୍‌ ଛଡ଼ାଇ ବିବାଦ ଘେରକୁ ଟାଣି ହୋଇଥିବା ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ଅଡ଼ୁଆ ଆହୁରି ବଢ଼ିଲା। କାରଣ ଏହି ଘଟଣା ପାଇଁ ସୋଶାଲ୍ ମିଡିଆରେ ଖୁବ୍ ସମାଲୋଚିତ ହୋଇଥିବା ସଲ୍‌ମାନ୍‌ଙ୍କୁ ଗୋଆରେ ବ୍ୟାନ୍ ଲଗାଇବାକୁ ଦାବି କରିଛି ନ୍ୟାସନାଲ୍‌ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ(NSUI)। ତାଙ୍କୁ ଗୋଆରେ ପ୍ରବେଶ କରିବାକୁ ଦିଆ ନଯାଉ ବୋଲି ଏନ୍‌ଏସ୍‌ୟୁଆଇ ଦାବି କରିଛି। NSUIର ସଭାପତି ଅବରାଜ୍ ମୁଲ୍ଲା ଗୋଆରେ ସଲ୍‌ମାନ୍‌ଙ୍କ ଏଣ୍ଟ୍ରି ଉପରେ ରୋକ୍‌ […]

ପୁଣି ଦବଙ୍ଗଗିରି ଦେଖାଇ ଫସିଲେ ସଲମାନ୍: କୋର୍ଟକୁ ଗଲା ମାମଲା

salman

Advertisment

ମୁମ୍ବାଇ: ଫ୍ୟାନ୍‌ଙ୍କ ହାତରୁ ଫୋନ୍‌ ଛଡ଼ାଇ ବିବାଦ ଘେରକୁ ଟାଣି ହୋଇଥିବା ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ଅଡ଼ୁଆ ଆହୁରି ବଢ଼ିଲା। କାରଣ ଏହି ଘଟଣା ପାଇଁ ସୋଶାଲ୍ ମିଡିଆରେ ଖୁବ୍ ସମାଲୋଚିତ ହୋଇଥିବା ସଲ୍‌ମାନ୍‌ଙ୍କୁ ଗୋଆରେ ବ୍ୟାନ୍ ଲଗାଇବାକୁ ଦାବି କରିଛି ନ୍ୟାସନାଲ୍‌ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ(NSUI)। ତାଙ୍କୁ ଗୋଆରେ ପ୍ରବେଶ କରିବାକୁ ଦିଆ ନଯାଉ ବୋଲି ଏନ୍‌ଏସ୍‌ୟୁଆଇ ଦାବି କରିଛି।

Advertisment

NSUIର ସଭାପତି ଅବରାଜ୍ ମୁଲ୍ଲା ଗୋଆରେ ସଲ୍‌ମାନ୍‌ଙ୍କ ଏଣ୍ଟ୍ରି ଉପରେ ରୋକ୍‌ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, “ମୁଁ ଅନୁରୋଧ କରୁଛି ଯେ ଦୟାକରି ଆପଣଙ୍କ କର୍ତ୍ତୃପକ୍ଷ ଏହି ମାମଲାକୁ ଗମ୍ଭୀରତାର ସହ ନିଅନ୍ତୁ। ତାଙ୍କୁ କ୍ଷମା ମାଗିବା ପାଇଁ କୁହାଯାଉ। କାରଣ ତାଙ୍କ କାର୍ଯ୍ୟ ସର୍ବସାଧାରଣରେ ଫ୍ୟାନ୍‌ମାନଙ୍କୁ ଅପମାନିତ କଲା ସଦୃଶ ହୋଇଛି। ଏହିଭଳି ଖରାପ ରେକର୍ଡ଼ ଥିବା ଅଭିନେତାଙ୍କୁ ଗୋଆ ଆସିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ।”

NSUI ବ୍ୟତୀତ ଗୋଆର ପୂର୍ବତନ ସାଂସଦ ନରେନ୍ଦ୍ର ସାବଇକର୍‌ ମଧ୍ୟ ସଲ୍‌ମାନ୍‌ଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି। ସେ ଏହି ଭିଡିଓକୁ ଟ୍ୱିଟ୍‌ କରି ଲେଖିଛନ୍ତି, “ଜଣେ ସେଲେବ୍ରିଟି ହେବା ଦୃଷ୍ଟିରୁ ଲୋକମାନେ ଆପଣଙ୍କ ସହ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଫଟୋ ଉଠାଇବେ। ଆପଣଙ୍କ ବ୍ୟବହାର ବଡ଼ ଦୁଃଖଦାୟକ। ଆପଣ ଏଥିପାଇଁ କ୍ଷମା ମାଗିବା ଉଚିତ୍।”

Advertisment

https://twitter.com/NSawaikar/status/1222090293169750017?s=20

ସଲ୍‌ମାନ ନିଜ ଅପ୍‌କମିଂ ଫିଲ୍ମ ‘ରାଧେ’ର ଶୁଟିଂ ପାଇଁ ଗୋଆ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ଏୟାର୍‌ପୋର୍ଟରେ ଫ୍ୟାନ୍‌ଙ୍କର ବହୁତ ଭିଡ଼ ଜମିଥିବା ବେଳେ ଜଣେ ବ୍ୟକ୍ତି ଆଗକୁ ଚାଲି ଆସି ମୋବାଇଲ୍‌ ଫୋନ୍‌ରେ ତାଙ୍କ ଫଟୋ ଉଠାଇଥିଲେ। ଏହା ଦେଖି ସଲ୍‌ମାନ୍ ରାଗି ଯାଇଥିଲେ ଓ ତାଙ୍କ ହାତରୁ ଫୋନ୍‌ଟିକୁ ଛଡ଼ାଇ ନେଇଥିଲେ। ଆଉ ଏହି ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କିଛିଲୋକ ଏହାର ବିରୋଧ କରିଥିବାବେଳେ କିଛି ସଲ୍‌ମାନ୍‌ଙ୍କ ସମର୍ଥନରେ ବାହାରିଛନ୍ତି। ସେମାନଙ୍କ କହିବା କଥା ଯେ ବିନା ଅନୁମତିରେ ଫଟୋ ଉଠାଇବା ଜଣଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ ଦେବା ସହ ସମାନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe