Advertisment

ସଲ୍‌ମାନ୍‌ଙ୍କ ବିବାହ ନ କରିବାର ଆଉ ଏକ ସତ ଆସିଲା ସାମ୍ନାକୁ!

ମୁମ୍ବାଇ : ବଲିଉଡ଼ର ସୁଲ୍‌ତାନ୍‌ ସଲମାନ ଖାନ୍ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ୍ ହେଉଛି। ଫଳରେ ଦର୍ଶକଙ୍କ ମଧ୍ୟରେ  ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଫିଲ୍ମ ସହ ସଲ୍‌ମାନ୍‌ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, ଖାସ୍‌ କରି ତାଙ୍କ ବାହାଘର କଥାକୁ ନେଇ। ସଲମାନ କେବେ ବିବାହ କରିବେ, ଏ ବିଷୟରେ […]

ସଲ୍‌ମାନ୍‌ଙ୍କ ବିବାହ ନ କରିବାର ଆଉ ଏକ ସତ ଆସିଲା ସାମ୍ନାକୁ!

salman

Advertisment

ମୁମ୍ବାଇ : ବଲିଉଡ଼ର ସୁଲ୍‌ତାନ୍‌ ସଲମାନ ଖାନ୍ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ୍ ହେଉଛି। ଫଳରେ ଦର୍ଶକଙ୍କ ମଧ୍ୟରେ  ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଫିଲ୍ମ ସହ ସଲ୍‌ମାନ୍‌ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, ଖାସ୍‌ କରି ତାଙ୍କ ବାହାଘର କଥାକୁ ନେଇ। ସଲମାନ କେବେ ବିବାହ କରିବେ, ଏ ବିଷୟରେ ତାଙ୍କୁ ଅନେକ ଥର ପଚରା ଯାଇଥିବାବେଳେ ସେ ଭିନ୍ନ ଭିନ୍ନ କାରଣ ଦେଇ ବୁଝାଇଥାନ୍ତି।
publive-imageଏବେ ପୁଣି ସଲମାନଙ୍କ ବିବାହ ନ କରିବାକୁ ନେଇ ଆଉ ଏକ କାରଣ ସାମ୍ନାକୁ ଆସିଛି ।

Advertisment

ସଲମାନ ନିଜ ପରିବାର ବ୍ୟତୀତ ଆଉ କାହାକୁ ଅଧିକ ଗୁରୁତ୍ୱ ଦେଇ ପାରୁ ନଥିବାରୁ ବିବାହ କରୁ ନଥିବା ଜଣା ପଡ଼ିଛି । ରିପୋର୍ଟ ମୁତାବକ, ସଲ୍‌ମାନ୍‌ ନିଜ ପରିବାରକୁ ନେଇ ଖୁବ୍‌ ପ୍ରୋଟେକ୍ଟିଭ୍‌। ସେ ନିଜ ପରିବାରକୁ ସବୁଠୁ ଅଧିକ ଭଲ ପାଆନ୍ତି। ବ୍ୟସ୍ତତା ଭିତରୁ ଟିକେ ସମୟ ମିଳିଲେ ସଲମାନ ନିଜ ପରିବାର ସହ ସମୟ ବିତାଇଥାନ୍ତି । ଅନେକଥର ତାଙ୍କ ବିବାହକୁ ନେଇ କଥା ଉଠିଥିଲେ ବି ସେ ନିଜ ପରିବାରଠୁ ଅଧିକ ଗୁରୁତ୍ୱ ଆଉ କାହାକୁ ଦେଇପାରିବେନି। ସେଥିପାଇଁ ସେ ବିବାହ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ।

publive-imageସଲ୍‌ମାନ୍‌ଙ୍କ କହିବା ଅନୁଯାୟୀ, ବିବାହ ପରେ ନିଜ ପତ୍ନୀଙ୍କ ସହ ସମୟ ବାଣ୍ଟିବାକୁ ହେବ। ଆଉ ପତ୍ନୀଙ୍କୁ ସମ୍ମାନ ଓ ସମୟ ନଦେବା ଏକ ଭୁଲ୍‌ କଥା। ଖାସ୍ ଏହି କଥା ଭାବି ସଲମାନ ବିବାହ କରିବାକୁ ରାଜି ହେଉ ନାହାନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe