Advertisment

ଭଉଣୀଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବେ ସଲ୍‌ମାନ୍‌

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କ ଜରିଆରେ ଅନେକ ଅଭିନେତ୍ରୀ ଅଭିନେତା ବଲିଉଡ୍‌ରେ ଏଣ୍ଟ୍ରି କରିଥିବା କଥା ଆପଣ ଜାଣିଥିବେ।  ତେବେ ନିକଟରେ ସଲମାନ୍‌ ତାଙ୍କ ଭିଣୋଇ ଆୟୁଷ୍‌ ଶର୍ମାଙ୍କୁ ମଧ୍ୟ ଲଭ୍‌ୟାତ୍ରୀ ଫିଲ୍ମ ଜରିଆରେ ବଲିଉଡ୍‌ରେ ଲଞ୍ଚ୍‌ କରିଛନ୍ତି। ଆଉ ଏଥର ଭଉଣୀଙ୍କ ପାଳି। ଆପଣ ଭାବୁଥିବେ ଅର୍ପିତାଙ୍କ କଥା। ହେଲେ ସତ ସେଇଆ ନୁହେଁ। ସତ କଥା ହେଉଛି, ସଲମାନ୍‌ ବର୍ତ୍ତମାନ ତାଙ୍କର ଧର୍ମ ଭଉଣୀ ଶ୍ୱେତା ରୋହିରାଙ୍କୁ ବଲିଉଡ୍‌ରେ ସୁଯୋଗ ଦେବେ […]

ଭଉଣୀଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବେ ସଲ୍‌ମାନ୍‌

salman-photo

Advertisment

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କ ଜରିଆରେ ଅନେକ ଅଭିନେତ୍ରୀ ଅଭିନେତା ବଲିଉଡ୍‌ରେ ଏଣ୍ଟ୍ରି କରିଥିବା କଥା ଆପଣ ଜାଣିଥିବେ।  ତେବେ ନିକଟରେ ସଲମାନ୍‌ ତାଙ୍କ ଭିଣୋଇ ଆୟୁଷ୍‌ ଶର୍ମାଙ୍କୁ ମଧ୍ୟ ଲଭ୍‌ୟାତ୍ରୀ ଫିଲ୍ମ ଜରିଆରେ ବଲିଉଡ୍‌ରେ ଲଞ୍ଚ୍‌ କରିଛନ୍ତି। ଆଉ ଏଥର ଭଉଣୀଙ୍କ ପାଳି। ଆପଣ ଭାବୁଥିବେ ଅର୍ପିତାଙ୍କ କଥା। ହେଲେ ସତ ସେଇଆ ନୁହେଁ।

Advertisment

ସତ କଥା ହେଉଛି, ସଲମାନ୍‌ ବର୍ତ୍ତମାନ ତାଙ୍କର ଧର୍ମ ଭଉଣୀ ଶ୍ୱେତା ରୋହିରାଙ୍କୁ ବଲିଉଡ୍‌ରେ ସୁଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଶ୍ୱେତାଙ୍କ ଅଭିନୟର ଟ୍ରେନିଂ ମଧ୍ୟ ଶେଷ ହୋଇ ସାରିଛି। ଥିଏଟର୍‌ ଓ ସର୍ଟ ଫିଲ୍ମ ପାଁଇ ଶ୍ୱେତା ଅନେକ ପରିଶ୍ରମ  କରିଛନ୍ତି। ତାଙ୍କର ଏକ ସର୍ଟ ଫିଲ୍ମ ସ୍ପଟ୍‌ଲେସ୍‌ ବର୍ତ୍ତମାନ ଚର୍ଚ୍ଚାରେ । ଯେଉଁଥିରେ ସୋନୁ ନିଗମ୍‌ଙ୍କୁ ଅଭିନେତା ଭୂମିକାରେ ଦେଖିବାକୁ ମିଳିବ।

ସଲ୍‌ମାନ୍‌ଙ୍କ ଧର୍ମ ଭଉଣୀ ଶ୍ୱେତା ୨୦୧୪ରେ ଅଭିନେତା ପୁଲକିତଙ୍କୁ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ସଲ୍‌ମାନ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇ ଥିଲେ। ଏହାର କିଛି ଦିନ ପରେ ପୁଲକିତଙ୍କୁ ଅଭିନେତ୍ରୀ ୟାମି ଗୌତମଙ୍କ ସହିତ ଫିଲ୍ମ କରିବାର ସୁଯୋଗ ମିଳିଥିଲା। ସେ ୟାମିଙ୍କ ସହିତ ‘ସନମ୍‌ ରେ’ ଓ ‘ଜୁନୁନିୟତ୍‌’ ପରି ଫିଲ୍ମ କରିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହେବା ପରେ ପୁଲକିତ ଓ ୟାମିଙ୍କର ଆଫୟାର୍ ଥିବା ଅନେକ ଚର୍ଚ୍ଚା ହୋଇଥିଲା।

Advertisment

ଏହି କାରଣରୁ ଶ୍ୱେତା ଓ ପୁଲକିତ ଅଲଗା ହୋଇ ଯାଇଥିଲେ। ଦୁହିଁଙ୍କର ବ୍ରେକଅପ୍‌ ପରେ ସଲ୍‌ମାନ୍‌ ବହୁତ୍‌ ରାଗିଥିଲେ। ଏହାପରେ ପୁଲକିତଙ୍କୁ ଫିଲ୍ମ ମିଳିବା ମଧ୍ୟ ବନ୍ଦ ହୋଇଗଲା। ଶ୍ୱେତା ରୋହିରା ବର୍ତ୍ତମାନ ନିଜ ଅଭିନୟ ଓ ଫିଟ୍‌ନେସ୍‌ ପାଇଁ ଅନେକ ପରିଶ୍ରମ କରିବା ପରେ ସଲ୍‌ମାନ୍‌ଙ୍କୁ ଦେଇଥିବା କଥା ଅନୁସାରେ ସର୍ଟ ଫିଲ୍ମ କରି ନିଜ ଅଭିନୟ ଦକ୍ଷତାକୁ ପ୍ରମାଣ କରୁଛନ୍ତି। ଏବେ ସଲମାନ୍‌ ମଧ୍ୟ ଶ୍ୱେତାଙ୍କୁ ବଡ଼ ପରଦାରେ ଲଞ୍ଚ୍‌ କରିବା ପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇ ସାରିଛନ୍ତି।

ସଲ୍‌ମାନ୍‌ ଖାନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ରେ ବର୍ତ୍ତମାନ ଶ୍ୱେତାଙ୍କ ପାଇଁ ସ୍କ୍ରିପ୍ଟ ଖୋଜା ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe