ସୁଧୁରିଲା କପିଲ୍‌ ଓ ସୁନୀଲଙ୍କ ସମ୍ପର୍କ !

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ କପିଲ୍‌ ଶର୍ମା ଓ ତାଙ୍କର ପୁରୁଣା ଅନ୍‌ସ୍କ୍ରିନ୍‌ ସାଥୀ ସୁନୀଲ୍‌ ଗ୍ରୋଭର ଓରଫ୍‌ ଗୁତ୍ଥିଙ୍କ ଝଗଡ଼ା ଦୀର୍ଘଦିନ ପର୍ଯ୍ୟନ୍ତ ବେଶ୍‌ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଲାଗୁଛି, ଏବେ ଦୁହିଁଙ୍କ ଭିତରେ ସବୁ କିଛି ଠିକ୍‌ ହୋଇଯାଇଛି। https://www.instagram.com/p/B6WCn6CAJyq/?utm_source=ig_web_copy_link କପିଲ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୁନୀଲ୍ ଓ ସଲ୍‌ମାନ୍‌ଙ୍କ ସହ ଏକ ଫଟୋ ଶେଆର୍‌ କରିଛନ୍ତି। ଏହି ଫଟୋଟି ହେଉଛି ସଲ୍‌ମାନ୍‌ଙ୍କ ଭାଇ ସୋହେଲ୍‌ ଖାନ୍‌ଙ୍କ ବର୍ଥ ଡେ’ ପାର୍ଟିର। ଏହି ଫଟୋର କ୍ୟାପସନ୍‌ରେ କପିଲ୍‌ […]

kapil

Chinmayee Roy
  • Published: Monday, 23 December 2019
  • , Updated: 23 December 2019, 01:30 PM IST

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ କପିଲ୍‌ ଶର୍ମା ଓ ତାଙ୍କର ପୁରୁଣା ଅନ୍‌ସ୍କ୍ରିନ୍‌ ସାଥୀ ସୁନୀଲ୍‌ ଗ୍ରୋଭର ଓରଫ୍‌ ଗୁତ୍ଥିଙ୍କ ଝଗଡ଼ା ଦୀର୍ଘଦିନ ପର୍ଯ୍ୟନ୍ତ ବେଶ୍‌ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଲାଗୁଛି, ଏବେ ଦୁହିଁଙ୍କ ଭିତରେ ସବୁ କିଛି ଠିକ୍‌ ହୋଇଯାଇଛି।

https://www.instagram.com/p/B6WCn6CAJyq/?utm_source=ig_web_copy_link

କପିଲ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୁନୀଲ୍ ଓ ସଲ୍‌ମାନ୍‌ଙ୍କ ସହ ଏକ ଫଟୋ ଶେଆର୍‌ କରିଛନ୍ତି। ଏହି ଫଟୋଟି ହେଉଛି ସଲ୍‌ମାନ୍‌ଙ୍କ ଭାଇ ସୋହେଲ୍‌ ଖାନ୍‌ଙ୍କ ବର୍ଥ ଡେ’ ପାର୍ଟିର। ଏହି ଫଟୋର କ୍ୟାପସନ୍‌ରେ କପିଲ୍‌ ଲେଖିଛନ୍ତି, ‘ବ୍ରଦର୍ସ ନାଇଟ୍‌’। ତେବେ ଏହି ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କପିଲ୍‌ ଓ ସୁନୀଲଙ୍କ ଭିତରେ ଆଉ ସେହି ତିକ୍ତତା ନାହିଁ।

ଅବଶ୍ୟ ଏହା ପୂର୍ବରୁ ଅନେକ ଥର ଖବର ଆସିଥିଲା ଯେ ସଲ୍‌ମାନ୍‌ ଏ ଦୁହିଁଙ୍କ ମଧ୍ୟରେ ପୁଣି ଥରେ ବନ୍ଧୁତା କରାଇ ଦେଇଛନ୍ତି। ହେଲେ ଏହାର କୌଣସି ପ୍ରମାଣ ମିଳି ନଥିଲା। ତେଣୁ ଏ କଥାକୁ ଲୋକେ ବିଶ୍ୱାସ କରୁ ନଥିଲେ। କିନ୍ତୁ ଏବେ ଏହି ଫଟୋଟି ସବୁ ପ୍ରମାଣ କରି ଦେଇଛି ବୋଲି କୁହାଯାଉଛି। ଚର୍ଚ୍ଚା ହେଉଛି, ଖୁବ୍‌ଶୀଘ୍ର ପୁଣି ଦୁହିଁଙ୍କୁ ଏକାଠି କମେଡି କରିବାର ଦେଖିବାକୁ ମିଳିବ।

https://www.instagram.com/p/B6T9BXnhCNv/?utm_source=ig_web_copy_link

ସୂଚନାଯୋଗ୍ୟ, ସୋହେଲଙ୍କ ଜନ୍ମଦିନ ପାର୍ଟିରେ ଅନେକ ସେଲେବ୍ରିଟି ପହଞ୍ଚିଥିଲେ। ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି, ଯେଉଁଥିରେ ସଲ୍‌ମାନ୍‌ ଓ ମିକା ସିଂହ ଗୀତ ଗାଇ ସୋହେଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।

Related story