/odisha-reporter/media/post_attachments/uploads/2020/02/salman.jpg)
salman
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ସଲ୍ମାନ୍ ଖାନ୍ଙ୍କୁ କୁହାଯାଏ ମୋଷ୍ଟ ଏଲିଜିବଲ୍ ବ୍ୟାଚ୍ଲର୍। ସବୁବେଳେ ତାଙ୍କୁ ପ୍ରଶ୍ନ କରାଯାଏ ଯେ ସେ କେବେ ବାହା ହେବେ। ହେଲେ ସଲ୍ମାନ୍ ବାସ୍ ଗୋଟିଏ ଉତ୍ତର ଦିଅନ୍ତି, ମୁଁ ବି ଜାଣିନାହିଁ କିନ୍ତୁ ମୁଁ ସିଙ୍ଗଲ୍ ଭାବେ ଖୁସି ଅଛି’। ସଲ୍ମାନ୍ଙ୍କ ଏହି ସ୍ୱାଗ୍ ସମସ୍ତଙ୍କ ମନ ଜିତି ନିଏ। ଆଉ ଏବେ ଭାଲେଣ୍ଟାଇନ୍ ୱିକ୍ରେ ନିଜ ରିଲେଶନ୍ସିପ୍ ଷ୍ଟାଟସ୍କୁ ନେଇ ସେ ଏକ ମ୍ୟୁଜିକ୍ ଭିଡିଓ ନେଇ ଆସିଛନ୍ତି। ଯାହାର ନାଁ ହେଉଛି ‘ସ୍ୱାଗ୍ ସେ ସୋଲୋ’।/odisha-reporter/media/post_attachments/wp-content/uploads/2020/02/solo.jpg)
ଏହି ଗୀତ ଜରିଆରେ ସେ ଭାଲେଣ୍ଟାଇନ୍ ୱିକ୍ରେ ସିଙ୍ଗଲ୍ ଥିବା ଯୁବକମାନଙ୍କର ମନୋବଳ ବଢ଼ାଇଛନ୍ତି। ଏଥିରେ ସେ ସିଙ୍ଗଲ୍ ରହିଲେ କ’ଣ କ’ଣ ଫାଇଦା ମିଳେ ସେ ବିଷୟରେ କହିଛନ୍ତି। ଗୀତଟିକୁ ରେମୋ ଡିସୌଜା କୋରିଓଗ୍ରାଫି କରିଥିବାବେଳେ ଏହାର ମ୍ୟୁଜିକ୍ ତନିସ୍କ ବାଗଚୀ ଦେଇଛନ୍ତି। ଗୀତଟି ଏକ ପ୍ରକାରର ବିଜ୍ଞାପନ ଯାହାକି ଏକ ଥଣ୍ଡା ପେୟ କମ୍ପାନୀ ପାଇଁ ତିଆରି ହୋଇଛି।
ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏଥିରେ ସଲ୍ମାନ୍ଙ୍କୁ ଆଗଭଳି କୁଲ୍ ଓ ଫଙ୍କି ଅନ୍ଦାଜରେ ଦେଖିବାକୁ ମିଳିଛି। ଗୀତରେ ସେ ଏହା ଦେଖାଇଛନ୍ତି ଯେ ତାଙ୍କ ଆଗ ପଛରେ ହଜାରେ ଝିଅ ବୁଲୁଛନ୍ତି ହେଲେ ତଥାପି ସେ ସିଙ୍ଗଲ୍ ରହିବାକୁ ପସନ୍ଦ କରୁଛନ୍ତି। ଗୀତରେ ରେମୋଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
