Advertisment

କରୋନା ଭାଇରସକୁ ନେଇ ଗୀତ ରିଲିଜ୍ କଲେ ସଲମାନ୍

ମୁମ୍ବାଇ: ନୋବେଲ୍ କରୋନା ଭାଇରସ୍ ମୁକାବିଲା ପାଇଁ ଦେଶରେ ବର୍ତ୍ତମାନ ଲକଡାଉନ୍ ଚାଲିଛି। କରୋନା ସଂକ୍ରମଣକୁ ରୋକିବାକୁ ସରକାର ବାରମ୍ବାର ଦେଶବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରୁଛନ୍ତି। ବଲିଉଡ ସେଲେବ୍ରିଟିମାନେ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଅଭିନେତା ସଲମାନ୍ ମଧ୍ୟ ଲଗାତାର କରୋନା ଭାଇରସ୍ ବିଷୟରେ ସଚେତନତା ସୃଷ୍ଟି କରିଆସୁଛନ୍ତି। କିଛିଦିନ ତଳେ ସେ ଏକ ସର୍ଟ ଫିଲ୍ମ ଶେଆର୍ କରି ଜନତାଙ୍କୁ ସୁରକ୍ଷିତ ରହିବା, ଘରେ ରହିବା, ସରକାରଙ୍କୁ ଆଦେଶ ପାଳନ […]

author-image
Chinmayee Roy
କରୋନା ଭାଇରସକୁ ନେଇ ଗୀତ ରିଲିଜ୍ କଲେ ସଲମାନ୍

salman-khan

ମୁମ୍ବାଇ: ନୋବେଲ୍ କରୋନା ଭାଇରସ୍ ମୁକାବିଲା ପାଇଁ ଦେଶରେ ବର୍ତ୍ତମାନ ଲକଡାଉନ୍ ଚାଲିଛି। କରୋନା ସଂକ୍ରମଣକୁ ରୋକିବାକୁ ସରକାର ବାରମ୍ବାର ଦେଶବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରୁଛନ୍ତି। ବଲିଉଡ ସେଲେବ୍ରିଟିମାନେ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଅଭିନେତା ସଲମାନ୍ ମଧ୍ୟ ଲଗାତାର କରୋନା ଭାଇରସ୍ ବିଷୟରେ ସଚେତନତା ସୃଷ୍ଟି କରିଆସୁଛନ୍ତି। କିଛିଦିନ ତଳେ ସେ ଏକ ସର୍ଟ ଫିଲ୍ମ ଶେଆର୍ କରି ଜନତାଙ୍କୁ ସୁରକ୍ଷିତ ରହିବା, ଘରେ ରହିବା, ସରକାରଙ୍କୁ ଆଦେଶ ପାଳନ କରିବା ପାଇଁ ସନ୍ଦେଶ ଦେଉଥିଲେ। ଏବେ ସେ ଏକ ଗୀତ ରିଲିଜ କରିଛନ୍ତି। ଏହି ଗୀତର ବିଶେଷତ୍ୱ ହେଉଛି ଏହାକୁ ସଲମାନ୍ ନିଜେ ଗାଇଛନ୍ତି।

Advertisment

https://www.instagram.com/p/B_JyTOKFN8p/?utm_source=ig_web_copy_link

କରୋନା ଭାଇରସ ପ୍ରତି ଲୋକଙ୍କୁ ସଚେତନ କରିବା ଲାଗି ସଲମାନ୍ ଯେଉଁ ଗୀତ ରିଲିଜ୍ କରିଛନ୍ତି ତା’ର ନାମ ହେଉଛି ‘ପ୍ୟାର୍ କରୋନା’। ଏହାକୁ ସେ ହୁସେନ୍ ଦଲାଲଙ୍କ ସହ ମିଶି ଲେଖିଛନ୍ତି ଏବଂ ନିଜେ ଏହାକୁ ଗାଇଛନ୍ତି ମଧ୍ୟ। ଏହି ଗୀତ ଜରିଆରେ ସେ ଦେଶବାସୀଙ୍କୁ ପରସ୍ପରକୁ ଭଲ ପାଇବା, ଘରେ ରହିବା, ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଏବଂ ନିଜ ଦେଶ ଭାରତକୁ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୟୁଟ୍ୟୁବରେ ଏହି ଗୀତକୁ ପ୍ରାୟ ୧୮ ଲକ୍ଷ ଲୋକ ଦେଖିସାରିଲେଣି। ଅନେକ ଲୋକ ଗୀତକୁ ଲାଇକ୍ କରିଥିବାବେଲେ କିଛି ଲୋକ କମେଣ୍ଟ କରି ପ୍ରଶଂସା ମଧ୍ୟ କରିଛନ୍ତି।

https://www.instagram.com/tv/B-nEqe1lEl3/?utm_source=ig_web_copy_link

ସୂଚନାଯୋଗ୍ୟ, ସଲମାନ ଖାନ ବର୍ତ୍ତମାନ ନିଜ ମା’ ସଲମା ଖାନ୍, ଉଭୟ ଭଉଣୀ ଏବଂ ସେମାନଙ୍କ ପରିବାର ସହିତ ନିଜ ପନଭେଲସ୍ଥିତ ଫାର୍ମ ହାଉସରେ ରହୁଛନ୍ତି। ଏହା ପୂର୍ବରୁ ସେ ଏକ ଭିଡିଓ ଶେଆର୍ କରି କହିଥିଲେ ଯେ ଯେବେଠୁ ଲକଡାଉନ ହେଲାଣି ସେ ନିଜ ପିତା ସଲିମ୍ ଖାନଙ୍କୁ ଭେଟିନାହାଁନ୍ତି। କାରଣ ତାଙ୍କ ପିତା ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ଏକୁଟିଆ ଅଛନ୍ତି। ହେଲେ ଏହା ସତ୍ତ୍ୱେ ବି ସଲମାନ୍ ତାଙ୍କୁ ଭେଟିବାକୁ ଘରୁ ବାହାରକୁ ଯାଇନାହାଁନ୍ତି।

Advertisment