Advertisment

ମୁଁ କ୍ୟାଟ୍ରିନାଙ୍କ ସବୁ ଫଟୋକୁ ଜୁମ୍‌ କରି ଦେଖେ: ସଲମାନ୍‌

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସବୁବେଳେ କିଛି ନା କିଛି କାରଣଙ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ବଲିଉଡ୍‌ରେ ଅନେକ ହିରୋଇନ୍ ଅଛନ୍ତି ଯାହାଙ୍କ ସହ ସଲ୍‌ମାନ୍‌ଙ୍କ ନାଁ ଯୋଡ଼ାଯାଇଛି। ବିଶେଷ କରି ବଲିଉଡ୍‌ ବିୟୁଟି କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କ ସମ୍ପର୍କ ଅଧିକ ଚର୍ଚ୍ଚାରେ ରହିଛି। ଦୁଇଜଣ କେବେଠୁ ଅଲଗା ହୋଇଯାଇଛନ୍ତି ସତ, ହେଲେ ଏବେ ବି ସଲ୍‌ମାନ ତାଙ୍କ ହୃଦୟରୁ କ୍ୟାଟ୍ରିନାଙ୍କ ନାଁକୁ ଲିଭାଇପାରି ନାହାଁନ୍ତି। ନିକଟରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ସଲ୍‌ମାନ […]

ମୁଁ କ୍ୟାଟ୍ରିନାଙ୍କ ସବୁ ଫଟୋକୁ ଜୁମ୍‌ କରି ଦେଖେ: ସଲମାନ୍‌

Salman-Katrina

Advertisment

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସବୁବେଳେ କିଛି ନା କିଛି କାରଣଙ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ବଲିଉଡ୍‌ରେ ଅନେକ ହିରୋଇନ୍ ଅଛନ୍ତି ଯାହାଙ୍କ ସହ ସଲ୍‌ମାନ୍‌ଙ୍କ ନାଁ ଯୋଡ଼ାଯାଇଛି। ବିଶେଷ କରି ବଲିଉଡ୍‌ ବିୟୁଟି କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କ ସମ୍ପର୍କ ଅଧିକ ଚର୍ଚ୍ଚାରେ ରହିଛି। ଦୁଇଜଣ କେବେଠୁ ଅଲଗା ହୋଇଯାଇଛନ୍ତି ସତ, ହେଲେ ଏବେ ବି ସଲ୍‌ମାନ ତାଙ୍କ ହୃଦୟରୁ କ୍ୟାଟ୍ରିନାଙ୍କ ନାଁକୁ ଲିଭାଇପାରି ନାହାଁନ୍ତି। ନିକଟରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ସଲ୍‌ମାନ କହିଛନ୍ତି ଯେ ସେ କ୍ୟାଟ୍ରିନାଙ୍କ ଫଟୋକୁ ଜୁମ୍‌ କରି ଦେଖନ୍ତି।

Advertisment

publive-imageମୁମ୍ବାଇ ପୁଲିସ୍‌ର ବାର୍ଷିକ ଉତ୍ସବ ‘ଉମଙ୍ଗ୍’ରେ ସଲ୍‌ମାନ୍‌ ଏହି ଖୁଲାସା କରିଛନ୍ତି। ସୋନି ଟିଭି ତରଫରୁ ଏହି ପ୍ରୋଗ୍ରାମର ଏକ ପ୍ରୋମୋ ରିଲିଜ୍‌ ହୋଇଛି, ଯେଉଁଥିରେ କମେଡ଼ି କିଂ କପିଲ୍‌ ଶର୍ମା ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କୁ ଷ୍ଟେଜ୍‌ ଉପକୁ ଡାକୁଛନ୍ତି। ଏହାପରେ ସେ ସଲ୍‌ମାନ୍‌ଙ୍କୁ ମଜାଳିଆ ଅନ୍ଦାଜରେ ପ୍ରଶ୍ନ କରୁଛନ୍ତି ଯେ ସୋଶାଲ୍‌ ମିଡିଆରେ ଅନେକ ଝିଅ ତାଙ୍କୁ ମେସେଜ କରୁଛନ୍ତି, ତ ସେ କେବେ କୌଣସି ଝିଅର ପ୍ରୋଫାଇଲ୍‌କୁ ଯାଇ ତାଙ୍କ ଫଟୋକୁ ଜୁମ୍‌ କରି ଦେଖିଛନ୍ତି କି?

https://twitter.com/SonyTV/status/1220624779486457856?s=20

ସଲ୍‌ମାନ୍‌ ଉତ୍ତର ଦେଇ କହିଥିଲେ, ‘ନାଁ ମୁଁ ଏମିତି କେବେ କରିନି, ହେଲେ ମୁଁ କ୍ୟାଟ୍ରିନାଙ୍କ ସବୁ ଫଟୋକୁ ଜୁମ୍‌ କରି ଦେଖେ। ’ ସଲ୍‌ମାନ୍‌ଙ୍କ ଏଭଳି ଉତ୍ତର ଶୁଣି କ୍ୟାଟ୍ରିନାଙ୍କ ସହ ସେଠାରେ ଥିବା ସବୁ ଲୋକ ହସିବାକୁ ଲାଗିଲେ। ‘ଉମଙ୍ଗ’ର ଏହି ଏପିସୋଡ୍‌ ଜାନୁଆରୀ ୨୬ ତାରିଖ ୯ ଟା ୩୦ରେ ପ୍ରସାରିତ ହେବ।

Advertisment

publive-imageସୂଚନାଯୋଗ୍ୟ, ସଲ୍‌ମାନ ଓ କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କ ଅନେକ ଚର୍ଚ୍ଚାରେ ଥିଲା। ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିଲା। ହେଲେ କ୍ୟାଟ୍ରିନାଙ୍କ ଜୀବନରେ ରଣବୀର କପୁରଙ୍କ ଏଣ୍ଟ୍ରି ଯୋଗୁ ସଲ୍‌ମାନଙ୍କ ସହ ତାଙ୍କର ବ୍ରେକଅପ୍‌ ହୋଇଯାଇଥିଲା। ଏହାପରଠୁ ସଲ୍‌ମାନ ନିଜକୁ ସିଙ୍ଗଲ୍ ବୋଲି କହି ଆସୁଛନ୍ତି। ହେଲେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ସେ ରୋମାନିଆ ବିୟୁଟି ଲୁଲିଆ ଭାଣ୍ଟୋରଙ୍କୁ ଡେଟ୍‌ କରୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ସଲ୍‌ମାନ୍‌ କି ଲୁଲିଆ ଏ ନେଇ କିଛି ଘୋଷଣା କରିନାହାଁନ୍ତି। ସୂଚନାଯୋଗ୍ୟ ଶେଷ ଥର ପାଇଁ ସଲ୍‌ମାନ୍‌ ଓ କ୍ୟାଟ୍ରିନା ଫିଲ୍ମ ‘ଭାରତ’ରେ ଏକାଠି କାମ କରିଥିଲେ। ଫିଲ୍ମରେ କ୍ୟାଟ୍ରିନା ଓ ସଲ୍‌ମାନଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe