Advertisment

କାହିଁକି ଏକାଠି କାମ କରୁନାହାନ୍ତି ସଲ୍‌ମାନ୍‌-ଦୀପିକା?

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ଆଜି ପର୍ଯ୍ୟନ୍ତ ପ୍ରାୟ ସବୁ ଅଭିନେତ୍ରୀଙ୍କ ସହ କାମ କରିସାରିଛନ୍ତି। କିନ୍ତୁ ଦୀପିକା ପାଦୁକୋନ୍‌ଙ୍କ ଭଳି ଅଭିନେତ୍ରୀଙ୍କ ସହ ସେ ଆଜି ଯାଏ କାମ କରିନାହାନ୍ତି।  ଦୀପିକା ସଲମାନଙ୍କ ସହ ଏକାଠି କାମ କରିବେ ବୋଲି ଆଗରୁ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା। କିନ୍ତୁ ଏହା ଆଜି ଯାଏ ତାହା ସତରେ ପରିଣତ ହୋଇନାହିଁ। ଏବେ ନିକଟରେ ଭାଇଜାନ୍‌ କିନ୍ତୁ ଦୀପିକାଙ୍କ ସହ ଏକାଠି ଦେଖା ନ ଯିବାର କାରଣ […]

ଅଦ୍ୟତନ ହୋଇଛି
କାହିଁକି ଏକାଠି କାମ କରୁନାହାନ୍ତି ସଲ୍‌ମାନ୍‌-ଦୀପିକା?

d55

Advertisment

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ଆଜି ପର୍ଯ୍ୟନ୍ତ ପ୍ରାୟ ସବୁ ଅଭିନେତ୍ରୀଙ୍କ ସହ କାମ କରିସାରିଛନ୍ତି। କିନ୍ତୁ ଦୀପିକା ପାଦୁକୋନ୍‌ଙ୍କ ଭଳି ଅଭିନେତ୍ରୀଙ୍କ ସହ ସେ ଆଜି ଯାଏ କାମ କରିନାହାନ୍ତି।  ଦୀପିକା ସଲମାନଙ୍କ ସହ ଏକାଠି କାମ କରିବେ ବୋଲି ଆଗରୁ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା। କିନ୍ତୁ ଏହା ଆଜି ଯାଏ ତାହା ସତରେ ପରିଣତ ହୋଇନାହିଁ। ଏବେ ନିକଟରେ ଭାଇଜାନ୍‌ କିନ୍ତୁ ଦୀପିକାଙ୍କ ସହ ଏକାଠି ଦେଖା ନ ଯିବାର କାରଣ କହିଛନ୍ତି।

Advertisment

publive-image

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ମୁଁ ମଧ୍ୟ ଏହା ଭାବୁଛି ଯେ, କେବେ ଦୀପିକା ଆଉ ମୁଁ ଏକାଠି କାମ କରିବୁ। ଏବେ ଯାଏ ମଧ୍ୟ କେହି ବି ଆମକୁ ଏକା ସହ କାଷ୍ଟ କରିବା ପାଇଁ ସାମ୍ନାକୁ ଆସିନାହାନ୍ତି। ଏହାପରେ ସଲମାନ ହସି ହସି କହିଥିଲେ ଯେ, ’ଦୀପିକା ଜଣେ ବଡ଼ ଷ୍ଟାର୍‌। ସେ ଯେତେବେଳେ ମୋ ସହ କାମ କରିବେ, ପ୍ରୋଜେକ୍ଟ ମଧ୍ୟ ତାଙ୍କ ଭଳି ଷ୍ଟାର୍‌ଙ୍କ ପାଇଁ ହେବା ଆବଶ୍ୟକ”।

https://www.instagram.com/p/BvNGV1hAyj9/?utm_source=ig_web_copy_link

ସାକ୍ଷାତକାରରେ ସଲମାନ ତାଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ, “ଭାରତ ଫିଲ୍ମରେ ଓ ଟାଇଗର୍‌ର ତୃତୀୟ ସିରିଜ୍‌ରେ କ୍ୟାଟ୍ରିନା ମୋ ହିରୋଇନ୍‌ ଅଛନ୍ତି। ଦବଙ୍ଗ-୩ରେ ସୋନାକ୍ଷୀ ଲିଡ୍‌ ରୋଲ୍‌ରେ ଓ କିକ୍‌-୨ରେ ମଧ୍ୟ ଜ୍ୟାକ୍‌ଲିନ୍‌ ମୋ ଅପୋଜିଟ୍‌ରେ ଅଛନ୍ତି।”

Advertisment

publive-image

ଏଠାରେ ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଦୀପିକା ଏବଂ ସଲ୍‌ମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଯେଉଁଥିପାଇଁ ଉଭୟ ଏ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ସ୍କ୍ରିନ୍‌ ଶେଆର କରିନାହାନ୍ତି।

publive-image

କିନ୍ତୁ ଏହା କେବେବି ଖୋଲା ଖୋଲି ସାମ୍ନାକୁ ଆସିନାହିଁ। ଯେତେବେଳେ ‘ପଦ୍ମାବତ୍‌’ ଫିଲ୍ମ ଯୋଗୁ ବିବାଦ ଚାଲିଥିଲା ସେତେବେଳେ  ଦୀପିକା ଗେଷ୍ଟ ହିସାବରେ ବିଗ୍‌ବସ୍‌କୁ ଯାଇଥିଲେ। ସେତେବଳେ ସଲ୍‌ମାନ୍‌ ‘ପଦ୍ମାବତ୍‌’ ବିବାଦକୁ ତାଙ୍କ ଢଙ୍ଗରେ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe