Advertisment

ବାପା ହେବାକୁ ଚାହାନ୍ତି ସଲମାନ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ଇଦ୍‌ରେ ମୁକ୍ତିଲାଭ କରିଛି ଏବଂ ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ନିଜର ଚମତ୍କାର ପ୍ରଦର୍ଶନ କରୁଛି। ବର୍ତ୍ତମାନ ଏହି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ଛୁଇଁବାକୁ ଯାଉଛି।

author-image
Manoj Swain
ଅଦ୍ୟତନ ହୋଇଛି
Salman khan

Salman khan

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ଇଦ୍‌ରେ ମୁକ୍ତିଲାଭ କରିଛି ଏବଂ ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ନିଜର ଚମତ୍କାର ପ୍ରଦର୍ଶନ କରୁଛି। ବର୍ତ୍ତମାନ ଏହି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ଛୁଇଁବାକୁ ଯାଉଛି। ହେଲେ ଏବେ ସଲମାନ ଖାନ ଦେଇଥିବା ଗୋଟିଏ ବୟାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। 

Advertisment

ନିକଟରେ ଗୋଟିଏ ଜାତୀୟ ଗଣମାଧ୍ୟମର ଟକ ଶୋ’ରେ ଅତିଥି ଭାବରେ ଯୋଗ ଦେଇ ସଲମାନ ଖାନ ଏମିତି କହିଛନ୍ତି, ଯାହା ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି। କାର୍ଯ୍ୟକ୍ରମରେ ତାଙ୍କୁ ବାହାଘର ବିଷୟରେ ପ୍ରଶ୍ନ କରାଯାଇଥିଲା। ସେ ଏହାକୁ ଟାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଉତ୍ତର ଦେଇଥିଲେ।

ସଲମାନ କହିଥିଲେ ଯେ ସେ ଏକଦା ପତ୍ନୀ ପାଇଁ ନୁହେଁ ବରଂ ପିଲା ପାଇଁ ଯୋଜନା କରିଥିଲେ। ଏହା ବୋହୂ ପାଇଁ ନୁହେଁ ବରଂ ଏକ ପିଲା ପାଇଁ ଥିଲା। କିନ୍ତୁ ଭାରତୀୟ ନିୟମ ଅନୁସାରେ ଏହା ସମ୍ଭବ ହୋଇ ନଥିଲା। ଏବେ ଦେଖିବା କ’ଣ କରିବା, କିପରି କରିବା? ଏହାର ଅର୍ଥ ସଲମାନ ପିଲାର ବାପା ହେବାକୁ ଚାହୁଁଥିବା କହିଥିଲେ। ତାଙ୍କ ଏହି ବୟାନ ଏବେ ଚାରିଆଡ଼େ ଚର୍ଚ୍ଚାରେ ରହିଛି। 

Advertisment

ସମସ୍ତେ ଜାଣନ୍ତି ସଲମାନ ଖାନ ପିଲାମାନଙ୍କୁ କେତେ ମାତ୍ରାରେ ଭଲ ପାଆନ୍ତି। ଅଧିକାଂଶ ସମୟରେ ସେ ନିଜର ଭଣଜା ଭାଣିଜୀଙ୍କ ସହ ସମୟ ବିତାଇ ଥାଆନ୍ତି। ସଲମାନଙ୍କ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି। ସଲମାନଙ୍କ ଅନ୍ୟ ଜଣେ ଭଉଣୀ ଅର୍ପିତା ଶର୍ମାଙ୍କର ଆୟତ ଶର୍ମା ଓ ଅହିଲ ନାମକ ଦୁଇଟି ସନ୍ତାନ ରହିଛନ୍ତି। 

ଏହାପୂର୍ବରୁ ସଲମାନ ଖାନ ବିବାହକୁ ନେଇ କରନ ଜୋହରଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେ ଏବେ ଦୁଇଟି ସନ୍ତାନର ପିତା। ଏହା ଉପରେ ସଲମାନ ଖାନ କହିଛନ୍ତି, “ତାହା ହିଁ ମୁଁ କରିବାକୁ ଚେଷ୍ଟା କରୁଥିଲି। କିନ୍ତୁ, ସେହି ନିୟମ ବୋଧହୁଏ ବଦଳିଯାଇଛି।

ଆଗକୁ କ’ଣ କରାଯାଇ ପାରିବ, ତାକୁ ଦେଖୁଛି। ମୁଁ ପିଲାମାନଙ୍କୁ ବହୁତ ଭଲ ପାଏ। କିନ୍ତୁ ଯେତେବେଳେ ପିଲାମାନେ ଆସନ୍ତି ସେତେବେଳେ ତାଙ୍କ ମା’ମାନେ ମଧ୍ୟ ଆସନ୍ତି। ସେମାନଙ୍କ ମା’ ଖୁବ ଭଲ ହୋଇଥାନ୍ତି। ଆମ ଘରେ ଖାଲି ମା’ ହିଁ ମା’ ଅଛନ୍ତି। କିନ୍ତୁ ମୋ ଛୁଆର ମା’ ମୋ ସ୍ତ୍ରୀ ହିଁ ହେବ।"

Mumbai Salman Khan