Advertisment

ପୁଣି ନିଜ ଜଲୱା ଦେଖାଇବାକୁ ଏକାଠି ଫେରୁଛନ୍ତି ଦୁଇ ସୁପରଷ୍ଟାର!

ମୁମ୍ବାଇ: ଦର୍ଶକଙ୍କ ପାଇଁ ନିଶ୍ଚିତ ଭାବେ ଏହା ଗୋଟିଏ ଖୁସି ଖବର। ୧୯୯୫ରେ ସୁପରହିଟ୍‌ ଫିଲ୍ମ ‘କରନ୍‌ ଅର୍ଜୁନ୍‌’ ରିଲିଜ୍‌ ପରେ ପ୍ରଶଂସକମାନେ ସୁପରଷ୍ଟାର ସଲମାନ୍‌ ଖାନ୍‌ ଓ ଶାହାରୁଖ୍‌ ଖାନ୍‌ଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରିଥିବେ ନିଶ୍ଚିତ। ଏବେ ଏମିତି ଲାଗୁଛି ଯେ, ଆଗାମୀ ଦିନରେ ଏହି ଅପେକ୍ଷାର ଅନ୍ତ ଘଟିପାରେ। କାହିଁକିନା ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର୍‌ ଦର୍ଶକଙ୍କୁ ଏହି ସ୍ୱପ୍ନ ଦେଖାଇଛନ୍ତି। ସେ ଗୋଟିଏ ଫିଲ୍ମରେ ସଲ୍‌ମାନ୍‌ ଓ ଶାହାରୁଖ୍‌ଙ୍କୁ କାଷ୍ଟ୍‌ କରିବା […]

ଅଦ୍ୟତନ ହୋଇଛି
ପୁଣି ନିଜ ଜଲୱା ଦେଖାଇବାକୁ ଏକାଠି ଫେରୁଛନ୍ତି ଦୁଇ ସୁପରଷ୍ଟାର!

salman

Advertisment

ମୁମ୍ବାଇ: ଦର୍ଶକଙ୍କ ପାଇଁ ନିଶ୍ଚିତ ଭାବେ ଏହା ଗୋଟିଏ ଖୁସି ଖବର। ୧୯୯୫ରେ ସୁପରହିଟ୍‌ ଫିଲ୍ମ ‘କରନ୍‌ ଅର୍ଜୁନ୍‌’ ରିଲିଜ୍‌ ପରେ ପ୍ରଶଂସକମାନେ ସୁପରଷ୍ଟାର ସଲମାନ୍‌ ଖାନ୍‌ ଓ ଶାହାରୁଖ୍‌ ଖାନ୍‌ଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରିଥିବେ ନିଶ୍ଚିତ।

Advertisment

ଏବେ ଏମିତି ଲାଗୁଛି ଯେ, ଆଗାମୀ ଦିନରେ ଏହି ଅପେକ୍ଷାର ଅନ୍ତ ଘଟିପାରେ। କାହିଁକିନା ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର୍‌ ଦର୍ଶକଙ୍କୁ ଏହି ସ୍ୱପ୍ନ ଦେଖାଇଛନ୍ତି। ସେ ଗୋଟିଏ ଫିଲ୍ମରେ ସଲ୍‌ମାନ୍‌ ଓ ଶାହାରୁଖ୍‌ଙ୍କୁ କାଷ୍ଟ୍‌ କରିବା ନେଇ ସଙ୍କେତ ଦେଇଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ସଲ୍‌ମାନ୍‌ ଓ ଶାହାରୁଖ୍‌ଙ୍କୁ ପରସ୍ପର ଫିଲ୍ମରେ  କିଛିଟା ଝଲକ ଦେଖିବାକୁ ମିଲିଛି। ହେଲେ ଦୀର୍ଘ ୧୭ବର୍ଷ ହେବ ଦୁହିଁଙ୍କୁ ଏକାଠି କେଉଁ ଫିଲ୍ମରେ ପୂରା ଚରିତ୍ରରେ ଅଭିନୟ କରିବା ଦେଖିବାକୁ ମିଳିନି। ଏହି ଯୋଡ଼ିକୁ୨୦୦୨ରେ ‘ହମ୍‌ ତୁମ୍‌ହାରେ ହୈ ସନମ୍‌ରେ ଦେଖିବାକୁ ମିଳିଥିଲା। ସେଥିରେ ବି ସଲ୍‌ମାନ୍‌ଙ୍କ ଚରିତ୍ର କେବଳ କେମିୟୋ ପରି ଥିଲା। ଆଉ ଏବେ ,ସଲ୍‌ମାନ୍‌ଙ୍କ ‘ଟ୍ୟୁବ୍‌ଲାଇଟ୍‌’ ଓ ଶାହାରୁଖ୍‌ ‘ଜିରୋ’ରେ ପରସ୍ପରର ଝଲକ୍‌ ଦେଖିବାକୁ ମିଳିଥିଲା। କିନ୍ତୁ ଆଗକୁ ଦୁହେଁ ଏକ  ପୂରା ଫିଲ୍ମରେ ଅଭିନୟ କରୁଥିବା ଦେଖିବାକୁ ମିଳିବ।

Advertisment

publive-imageନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ନିକଟରେ ଏକ ୱେବ୍‌ସାଇଟ୍‌କୁ କହିଛନ୍ତି ଯେ, ‘‘ଏହି ଦୁଇ କଳାକାରଙ୍କୁ ଏକାଠି କାଷ୍ଟ କରିବାକୁ ଆମର ଖୁବ୍‌ ଇଚ୍ଛା। ଆଉ ସେମାନେ ବି ଏଥିପାଇଁ ରାଜି ହୋଇଯିବେ। କିନ୍ତୁ ଏଥିପାଇଁ ଏକ ମଜଭୁଦ୍‌ ସ୍କ୍ରିପ୍ଟ୍‌ର ଆବଶ୍ୟକତା ଅଛି। ସେ ଆଗକୁ କହିଥିଲେ ଉଭୟଙ୍କ ବନ୍ଧୁତ୍ୱ ଦେଖି ସେମିତି ଏକ ଦମଦାର କାହାଣୀର ଆବଶ୍ୟକତା ଅଛି।’’

ସଲ୍‌ମାନ୍‌ ଓ ଶାହାରୁଖ ଅନେକ ଦିନରୁ ବନ୍ଧୁ। ଉଭୟଙ୍କୁ ପରସ୍ପରର ଫିଲ୍ମରେ ସାହାଯ୍ୟ କରିବାର ଭଲ ତାଳ ମେଳ ଦେଖିବାକୁ ମିଳିଛି।

ନିକଟରେ ଯେବେ ସଲ୍‌ମାନ୍‌ଙ୍କ ‘ଭାରତ’ର ଟ୍ରେଲର ରିଲିଜ୍‌ ହୋଇଥିଲା ଶାହାରୁଖ୍‌ ତାର ଖୁବ୍‌ ପ୍ରଶଂସା କରିଥିଲେ। ସେ ଟ୍ୱିଟ୍‌ କରିଥିଲେ, ‘କ୍ୟା ବାତ୍‌ ହୈ ଭାଇ!! ବହୁତ୍‌ ସୁନ୍ଦର’’।
ତେବେ ଦେଖିବା ବାକି ରହିଲା ଅଲ୍ଲି ଅବାସ ଜଫର ଦେଖାଇଥିବା ସ୍ୱପ୍ନ ଦର୍ଶକଙ୍କର କେବେ ପୂରା ହେଉଛି।

ଜୁନ୍‌ ୫ରେ ସଲ୍‌ମାନ୍‌ଙ୍କ ଫିଲ୍ମ ‘ଭାରତ’ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe