Advertisment

ଶର୍ଟ ଫିଲ୍ମ ଶେଆର୍ କରି ଲୋକଙ୍କୁ ସଚେତନ କରାଇଲେ ସଲମାନ୍

ମୁମ୍ବାଇ: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିଦେଇଛି। ବର୍ତ୍ତମାନ ସୁଦ୍ଧା ଏହାର ସଂକ୍ରମଣରେ ବିଶ୍ୱରେ ପ୍ରାୟ ୮୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲାବେଳେ ୧୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏଥିପାଇଁ ଦେଶରେ ୨୧ ଦିନିଆ ଲକଡାଉନ୍ ମଧ୍ୟ ଲାଗୁ କରାଯାଇଛି। ସରକାର ବାରମ୍ବାର ଲୋକଙ୍କୁ ଘର ଭିତରେ ରହିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ କିଛି […]

author-image
Chinmayee Roy
ଶର୍ଟ ଫିଲ୍ମ ଶେଆର୍ କରି ଲୋକଙ୍କୁ ସଚେତନ କରାଇଲେ ସଲମାନ୍

film

ମୁମ୍ବାଇ: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିଦେଇଛି। ବର୍ତ୍ତମାନ ସୁଦ୍ଧା ଏହାର ସଂକ୍ରମଣରେ ବିଶ୍ୱରେ ପ୍ରାୟ ୮୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲାବେଳେ ୧୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏଥିପାଇଁ ଦେଶରେ ୨୧ ଦିନିଆ ଲକଡାଉନ୍ ମଧ୍ୟ ଲାଗୁ କରାଯାଇଛି। ସରକାର ବାରମ୍ବାର ଲୋକଙ୍କୁ ଘର ଭିତରେ ରହିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ କିଛି ଲୋକ ଏହି ଆଦେଶକୁ ଉଲ୍ଲଂଘନ କରୁଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କୁ ଘରେ ରହହିବାକୁ ନିବେଦନ କରିଛନ୍ତି। ନିକଟରେ ଅଭିନେତା ସଲମାନ୍ ଖାନ ଏକ ଶର୍ଟ ଫିଲ୍ମ ଶେଆର୍ କରି ଲୋକଙ୍କୁ ସଚେତନ କରାଇଛନ୍ତି। ଏଥିରେ ଲକଡାଉନ୍ ନିୟମକୁ ଉଲ୍ଲଂଘନ କରିବା କେତେ ବିପଜ୍ଜନକ ହୋଇପାରେ ତାହା ଦର୍ଶାଯାଇଛି।

Advertisment

https://www.instagram.com/tv/B-t-61jFz_K/?utm_source=ig_web_copy_link

ଏହି ଶର୍ଟ ଫିଲ୍ମରେ ଅଭିନେତା ମହେଶ ମଞ୍ଜରେକର ଓ ତାଙ୍କ ପରିବାରକୁ ଦେଖିବାକୁ ମିଳୁଛି। ନିଶା ସେବନ ହେତୁ ମହେଶ ଘରୁ ବାହାରକୁ ଆସନ୍ତି। ତାଙ୍କ ଝିଅମାନେ ବାରମ୍ବାର ମନା କରିବା ପରେ ମଧ୍ୟ ସେ ମଦ କିଣିବାକୁ ବାହାରକୁ ଯାଆନ୍ତି। ଆଉ ତା’ପରେ କରୋନା ସଂକ୍ରମଣ ହେତୁ ତାଙ୍କର ମୃତ୍ୟୁ ହେଇଯାଉଛି। ଫଳରେ ତାଙ୍କ ଝିଅମାନେ ସମ୍ପୂର୍ଣ୍ଣ ଏକା ହୋଇଯାଉଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଯୋଗୁ ଘରୁ ଆଦୌ ବାହାରକୁ ଯାଇନଥିବା ତାଙ୍କ ଝିଅ ବି ଏହି ସଂକ୍ରମଣର ଶିକାର ହେଇଯାଇଛନ୍ତି।

ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ଯେ କିଛି ସମୟର ଖୁସି ପାଇଁ ସେମାନେ କିଭଳି ନିଜ ଜୀବନକୁ ଓ ନିଜ ପୂରା ପରିବାରର ଜୀବନକୁ ବିପଦରେ ପକାଉଛନ୍ତି। ଭିଡିଓଟିକୁ ସୋଶାଲ୍ ମିଡିଆରେ ବହୁତ ଭଲ ରେସପନ୍ସ ମିଳୁଛି। ସମସ୍ତେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି। ତେବେ ଭିଡିଓ ଦେଖିବା ପରେ ଲୋକ ଆଉ ଘରୁ ଅଯଥା ବାହାରିକି ଯିବେନାହିଁ ବୋଲି ସଲମାନ ଆଶା କରିଛନ୍ତି।

Advertisment

https://www.instagram.com/tv/B-nEqe1lEl3/?utm_source=ig_web_copy_link

ଏହାପୂର୍ବରୁ ମଧ୍ୟ ସଲମାନ୍ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଥିଲେ। ସେ ତାଙ୍କର ଶେଷ ଭିଡିଓରେ କହିଥିଲେ ଯେ ସେ ତାଙ୍କ ଫାର୍ମ ହାଉସରେ ତିନି ସପ୍ତାହ ହେଲା ଅଛନ୍ତି। ତାଙ୍କ ପିତା ସଲିମ୍ ଖାନ୍ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ଏକୁଟିଆ ଅଛନ୍ତି। ହେଲେ ଏହା ସତ୍ତ୍ୱେ ବି ସଲମାନ୍ ତାଙ୍କୁ ଭେଟିବାକୁ ଘରୁ ବାହାରକୁ ଯାଇନାହାଁନ୍ତି।