Advertisment

ବଡିଗାର୍ଡଙ୍କ ପୁଅ ଟାଇଗରକୁ ବଲିଉଡ ଏଣ୍ଟ୍ରି ଦେବେ ସଲ୍ଲୁ

ମୁମ୍ବାଇ: ବଲିଉଡର ମୋଷ୍ଟ ବ୍ୟାଚଲର ସଲ୍ଲୁ ଭାଇଜାନଙ୍କ ହାତ ଧରି ପୁଣି ଆଉ ଜଣେ ନବାଗତ ବଲିଉଡକୁ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ନବାଗତଙ୍କ ଲାଗି ସଲ୍ଲୁ କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା। ସଲ୍ଲୁ ଯାହାକୁ ବଲିଉଡରେ ପ୍ରବେଶ କରାଇବାକୁ ଯାଉଛନ୍ତି ସେ ହେଉଛନ୍ତି ତାଙ୍କ ବଡିଗାର୍ଡ ଶେରାଙ୍କ ପୁଅ ‘ଟାଇଗର’। ସଲ୍ଲୁ ଏହି ନବାଗତଙ୍କ ପାଇଁ ଏକ ନୂଆ ଫିଲ୍ମ ଆସନ୍ତାବର୍ଷକୁ ନିର୍ମାଣ କରିବାକୁ ଯାଉଛନ୍ତି। ସେଥିରେ ଟାଇଗର ଲିଡ୍ ରୋଲରେ ଅଭିନୟ କରିବେ ବୋଲି ଜଣାପଡିଛି। […]

ଅଦ୍ୟତନ ହୋଇଛି
ବଡିଗାର୍ଡଙ୍କ ପୁଅ ଟାଇଗରକୁ ବଲିଉଡ ଏଣ୍ଟ୍ରି ଦେବେ ସଲ୍ଲୁ

salman-bb-story

Advertisment

ମୁମ୍ବାଇ: ବଲିଉଡର ମୋଷ୍ଟ ବ୍ୟାଚଲର ସଲ୍ଲୁ ଭାଇଜାନଙ୍କ ହାତ ଧରି ପୁଣି ଆଉ ଜଣେ ନବାଗତ ବଲିଉଡକୁ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ନବାଗତଙ୍କ ଲାଗି ସଲ୍ଲୁ କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା। ସଲ୍ଲୁ ଯାହାକୁ ବଲିଉଡରେ ପ୍ରବେଶ କରାଇବାକୁ ଯାଉଛନ୍ତି ସେ ହେଉଛନ୍ତି ତାଙ୍କ ବଡିଗାର୍ଡ ଶେରାଙ୍କ ପୁଅ ‘ଟାଇଗର’। ସଲ୍ଲୁ ଏହି ନବାଗତଙ୍କ ପାଇଁ ଏକ ନୂଆ ଫିଲ୍ମ ଆସନ୍ତାବର୍ଷକୁ ନିର୍ମାଣ କରିବାକୁ ଯାଉଛନ୍ତି। ସେଥିରେ ଟାଇଗର ଲିଡ୍ ରୋଲରେ ଅଭିନୟ କରିବେ ବୋଲି ଜଣାପଡିଛି। ଶେରା ଦୀର୍ଘ ୧୦ ବର୍ଷ ହେଲା ସଲ୍ଲୁଙ୍କ ବଡିଗାର୍ଡ ରହିଆସିଛନ୍ତି। ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ବୋଲି ଶେରା କହିଛନ୍ତି। ଶେରା ସଲ୍ଲୁଙ୍କ ଫିଲ୍ମ ‘ବଡିଗାର୍ଡ’ର ଟାଇଟେଲ ଟ୍ରାକରେ ମଧ୍ୟ ଅଭିନୟ କରିଥିଲେ।

Advertisment

ସୂଚନାଯୋଗ୍ୟ, ନିକଟରେ ‘ହିରୋ’ରେ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ଓ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିତ୍ୟାଙ୍କୁ ବଲିଉଡ ଏଣ୍ଟ୍ରି ଦେଇଥିଲେ ଭାଇଜାନ। ଆଉ ତାଙ୍କ ପାଇଁ ଏକ ଗୀତ ମଧ୍ୟ ଗାଇଥିଲେ ସଲ୍ଲୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe