Advertisment

ଆସୁଛି ସଲ୍‌ମାନ୍‌ଙ୍କ ନୂଆ ଶୋ' 'ହାଉସ୍ ଅଫ୍ ଭାଇଜାନ୍'

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଅନ୍ୟ ସବୁ କ୍ଷେତ୍ର ପରି ଫିଲ୍ମ ଇଣ୍ଡଷ୍ଟ୍ରୀର କାମ ମଧ୍ୟ ଠପ୍ ହୋଇ ରହିଛି। ହେଲେ ଭାଇଜାନ୍ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ଶୋ’। ଏହି ଶୋ’ ଜରିଆରେ ଫ୍ୟାନ୍‌ମାନେ ସଲମାନଙ୍କୁ ଆହୁରି ନିକଟରୁ ଜାଣିବାର ସୁଯୋଗ ପାଇବେ। କାରଣ ଏହି ସିରିଜ୍‌ଟି ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ହିଁ ଦେଖାଯିବ। https://www.instagram.com/p/B_Z2GCkF5mW/?utm_source=ig_web_copy_link ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ଏହି ଶୋ’ର ନାଁ ରହିବ ’ହାଉସ୍ ଅଫ୍ ଭାଇଜାନ’। ଏଥିରେ […]

ଆସୁଛି ସଲ୍‌ମାନ୍‌ଙ୍କ ନୂଆ ଶୋ' 'ହାଉସ୍ ଅଫ୍ ଭାଇଜାନ୍'

bhai

Advertisment

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଅନ୍ୟ ସବୁ କ୍ଷେତ୍ର ପରି ଫିଲ୍ମ ଇଣ୍ଡଷ୍ଟ୍ରୀର କାମ ମଧ୍ୟ ଠପ୍ ହୋଇ ରହିଛି। ହେଲେ ଭାଇଜାନ୍ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ଶୋ’। ଏହି ଶୋ’ ଜରିଆରେ ଫ୍ୟାନ୍‌ମାନେ ସଲମାନଙ୍କୁ ଆହୁରି ନିକଟରୁ ଜାଣିବାର ସୁଯୋଗ ପାଇବେ। କାରଣ ଏହି ସିରିଜ୍‌ଟି ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ହିଁ ଦେଖାଯିବ।

Advertisment

https://www.instagram.com/p/B_Z2GCkF5mW/?utm_source=ig_web_copy_link

ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ଏହି ଶୋ’ର ନାଁ ରହିବ ’ହାଉସ୍ ଅଫ୍ ଭାଇଜାନ’। ଏଥିରେ ସେ ତାଙ୍କ କ୍ୱାରେଣ୍ଟାଇନ୍‌ ଜୀବନ ଦେଖାଇବେ। ତାଙ୍କର ଏହି ନୂଆ ଶୋ’ଟି କଲର୍ସ ଟିଭିରେ ପ୍ରସାରିତ ହେବ। ଏହି ଶୋ’ ମାଧ୍ୟମରେ ଲକ୍‌ଡାଉନ୍‌ବେଳେ ସଲ୍‌ମାନ୍‌ ଫାର୍ମ ହାଉସରେ କିପରି ଜୀବନ କାଟୁଛନ୍ତି, ତାହା ଜାଣିପାରିବେ। ଏହି ଶୋ’କୁ ଫ୍ୟାନ୍ ଫିଲ୍ମର ଅଭିନେତ୍ରୀ ୱାଲୁସ୍କା ଡି’ସୌଜା ହୋଷ୍ଟ କରିବେ। ତେବେ ସଲ୍‌ମାନ୍‌ଙ୍କ ସହ ଏହି ଶୋ’ରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍, ୟୁଲିଆ ଭନ୍ତୁର ଏବଂ ଆୟୁଷ ଶର୍ମା ମଧ୍ୟ ନଜର ଆସିବେ। ଏମାନଙ୍କ ବ୍ୟତୀତ ଫାର୍ମ ହାଉସର କର୍ମଚାରୀମାନେ ମଧ୍ୟ ଏହାର ଅଂଶ ହେବେ।

ଶୋ’ରେ ୧୦ ରୁ ୧୨ଟି ଏପିସୋଡ୍ ରହିବ। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଏପିସୋଡ୍ ଶୁଟ୍ ହୋଇସାରିଛି ଏବଂ ଏବେ ଏହାର ଏଡିଟିଂ ଚାଲିଛି। ଏହି ଶୋ’ ସଲମାନଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe