Advertisment

୨୫ ହଜାର ଶ୍ରମିକଙ୍କ ଦାୟିତ୍ୱ ନେଲେ ସଲ୍‌ମାନ୍

ମୁମ୍ବାଇ: କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ବେଳେ ଘରଠାରୁ ଦୂରରେ ମୂଲ ଲାଗି ବା ଶ୍ରମିକ ଭାବେ କାମ କରି ପେଟ ପୋଷୁ ଥିବା ଲୋକେ ଭାରି ହଇରାଣ ହେଉଛନ୍ତି। ଏଭଳି ସ୍ଥିତିରେ ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ପଦକ୍ଷେପ ନେଇଛନ୍ତି, କିନ୍ତୁ ତାହା ପର୍ଯ୍ୟାପ୍ତ ମନେ ହେଉ ନାହିଁ। ଅନ୍ୟପକ୍ଷରେ ଅନେକ ସଂଗଠନ ଓ କିଛି ଲୋକ ବ୍ୟକ୍ତିଗତ ସ୍ତରରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଆଉ […]

ଅଦ୍ୟତନ ହୋଇଛି
୨୫ ହଜାର ଶ୍ରମିକଙ୍କ ଦାୟିତ୍ୱ ନେଲେ ସଲ୍‌ମାନ୍

salman

Advertisment

ମୁମ୍ବାଇ: କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ବେଳେ ଘରଠାରୁ ଦୂରରେ ମୂଲ ଲାଗି ବା ଶ୍ରମିକ ଭାବେ କାମ କରି ପେଟ ପୋଷୁ ଥିବା ଲୋକେ ଭାରି ହଇରାଣ ହେଉଛନ୍ତି। ଏଭଳି ସ୍ଥିତିରେ ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ପଦକ୍ଷେପ ନେଇଛନ୍ତି, କିନ୍ତୁ ତାହା ପର୍ଯ୍ୟାପ୍ତ ମନେ ହେଉ ନାହିଁ। ଅନ୍ୟପକ୍ଷରେ ଅନେକ ସଂଗଠନ ଓ କିଛି ଲୋକ ବ୍ୟକ୍ତିଗତ ସ୍ତରରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ସଲ୍‌ମାନ୍ ଖାନ୍‌।

Advertisment

https://www.instagram.com/tv/B-AkBoaFUXM/?utm_source=ig_web_copy_link

ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଥିବା ଶ୍ରମିକମାନଙ୍କ ମଧ୍ୟରୁ ପ୍ରାୟ ୨୫ ହଜାର ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ଏମିତି ସ୍ଥିତିରେ ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଆଗେଇ ଆସିଛନ୍ତି ସଲ୍‌ମାନ୍‌। Federation of Western Indian Cine Employees (FWICE)ର ଅଧ୍ୟକ୍ଷ ଏନ୍ ତିୱାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସଲ୍‌ମାନ୍‌ ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବା ନେଇ FWICE ସହ କଥାବାର୍ତ୍ତା କରିଛନ୍ତି। ତାଙ୍କ NGO ‘ବିଙ୍ଗ୍ ହ୍ୟୁମାନ୍’ର ଟିମ୍ ବର୍ତ୍ତମାନ ୨୫ ହଜାର ଶ୍ରମିକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି। ଏହି ଶ୍ରମିକମାନଙ୍କୁ ମାସକୁ ୧୫ ହଜାର ଟଙ୍କା ଲେଖାଏ ଦିଆଯାଏ ବୋଲି ସଲ୍‌ମାନ୍‌ଙ୍କୁ କୁହାଯାଇଥିଲା। ଏହା ପରେ ସଲ୍‌ମାନ୍‌ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ୍‌ସ ମାଗିଥିଲେ ବୋଲି FWICEର ସାଧାରଣ ସମ୍ପାଦକ ଅଶୋକ ପଣ୍ଡିତ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସଲ୍‌ମାନ୍‌ ସେମାନଙ୍କ ମେଡିକାଲ୍ ସୁବିଧା ପାଇଁ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।

https://www.instagram.com/p/B9VvxM1laKc/?utm_source=ig_web_copy_link

କେବଳ ଏତିକି ନୁହେଁ, ଶୁଟିଂ ବନ୍ଦ ରହିଥିଲେ ବି ସଲମାନ୍ ଖାନ୍ ଫିଲ୍ମସ୍(SKF)ର ଷ୍ଟୁଡିଓରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ମାସକର ଦରମା ଦିଆଯାଇଛି। ସଲିମ୍ ଖାନ୍ କହିଛନ୍ତି ଯେ ତାଙ୍କ ବିଲ୍ଡିଂରେ ରହୁଥିବା ଲୋକମାନଙ୍କ ପାଇଁ ତଥା ସଲ୍‌ମାନ୍‌ଙ୍କ ପାଇଁ କାମ କରୁଥିବା ଷ୍ଟାଫ୍ ମାନଙ୍କର ଖାଇବା ପିଇବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe