Advertisment

ଗ୍ୟାଙ୍ଗଷ୍ଟର୍ ହେବେ ସଲ୍‌ମାନ୍‌-ଆୟୁଷ !

ମୁମ୍ୱାଇ : ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’ରେ ବ୍ୟସ୍ତ ଅଛନ୍ତି। ଏହା ଇଦ୍‌ରେ ରିଲିଜ୍ ହେବ। ତେବେ ଏହା ମଧ୍ୟରେ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଆଉ ଗୋଟିଏ ଖୁସି ଖବର ଆସିଛି। ସଲ୍‌ମାନ୍ ଓ ତାଙ୍କ ଭିଣୋଇ ଆୟୁଷ ଶର୍ମା ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। କୁହାଯାଉଛି, ଫିଲ୍ମଟି ଗ୍ୟାଙ୍ଗ୍‌ଷ୍ଟର କାହାଣୀକୁ ନେଇ ହେବ। ତେବେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। କିନ୍ତୁ ଏପରି ଏକ ଆଲୋଚନାକୁ ଖୋରାକ […]

ଗ୍ୟାଙ୍ଗଷ୍ଟର୍ ହେବେ ସଲ୍‌ମାନ୍‌-ଆୟୁଷ !

salu

Advertisment

ମୁମ୍ୱାଇ : ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’ରେ ବ୍ୟସ୍ତ ଅଛନ୍ତି। ଏହା ଇଦ୍‌ରେ ରିଲିଜ୍ ହେବ। ତେବେ ଏହା ମଧ୍ୟରେ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଆଉ ଗୋଟିଏ ଖୁସି ଖବର ଆସିଛି। ସଲ୍‌ମାନ୍ ଓ ତାଙ୍କ ଭିଣୋଇ ଆୟୁଷ ଶର୍ମା ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। କୁହାଯାଉଛି, ଫିଲ୍ମଟି ଗ୍ୟାଙ୍ଗ୍‌ଷ୍ଟର କାହାଣୀକୁ ନେଇ ହେବ। ତେବେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। କିନ୍ତୁ ଏପରି ଏକ ଆଲୋଚନାକୁ ଖୋରାକ ଯୋଗାଇଛି ଆୟୁଷଙ୍କ ସଦ୍ୟ ଫଟୋ।

Advertisment

ଆୟୁଷ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେଆର୍ କରିଛନ୍ତି। ଏଥିରେ ତାଙ୍କ ଲୁକ୍ ଦେଖି ଜଣାପଡ଼ୁଛି ଏହା କୌଣସି ଆକ୍ସନ ଭିତ୍ତିକ ଫିଲ୍ମ ପାଇଁ ପ୍ରସ୍ତୁତି। ହୋଇପାରେ ଆଲୋଚନା ହେଉଥିବା ଗ୍ୟାଙ୍ଗଷ୍ଟର ଫିଲ୍ମ ପାଇଁ ସେ ଏହି ପ୍ରସ୍ତୁତି କରୁଛନ୍ତି। କାରଣ ଏହି ପ୍ରୋଜେକ୍ଟଟି ବହୁ ଦିନର। ତେବେ କୌଣସି କାରଣ ବଶତଃ ଆଗେଇ ପାରି ନଥିଲା।

https://www.instagram.com/p/B8TCO4mH2KT/?utm_source=ig_web_copy_link

ପୂର୍ବରୁ ଖବର ଆସିଥିଲା ଯେ ଏ ଦୁହେଁ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ରେ ସ୍କ୍ରିନ୍ ଶେଆର କରିବେ। କିନ୍ତୁ ୨୦୨୧ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଆୟୁଷ ନଜର ଆସିବେ ନାହିଁ ବୋଲି ଜଣାପଡ଼ିଛି।

Advertisment

ବର୍ତ୍ତମାନ ଆୟୁଷ ତାଙ୍କ ଫିଲ୍ମ ‘କ୍ୱାଥା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ କ୍ୟାଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଲେ କୈଫ୍‌ ଅଛନ୍ତି। ଫିଲ୍ମଟି ଚଳିତ ବର୍ଷ ରିଲିଜ୍ ହେବ।

ଅନ୍ୟପକ୍ଷରେ ଇଦ୍‌ରେ ରିଲିଜ୍ ହେବାକୁ ଥିବା ସଲ୍‌ମାନ୍‌ଙ୍କ ଫିଲ୍ମ ‘ରାଧେ’ର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁଦେବା। ଏଥିରେ ଦିଶା ପଟାନି, ରଣଦୀପ୍‌ ହୁଡ଼ା, ଜ୍ୟାକି ଶ୍ରଫ୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe