ପୁଣି ଶାର୍ଟ ଖୋଲି ଚର୍ଚ୍ଚାରେ ଭାଇଜାନ୍

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ପ୍ରଶଂସକମାନଙ୍କ ତାଲିକା ଖୁବ୍ ଲମ୍ବା। ସଲମାନଙ୍କ ଷ୍ଟାଇଲ୍, ଫିଟନେସ୍ ଏବଂ ଅନ୍ଦାଜ୍ ପାଇଁ ସେ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ସେ ଯାହା ବି କରନ୍ତି, ଫ୍ୟାନ ତାକୁ ପସନ୍ଦ କରନ୍ତି।

Salman Khan says being friends with your ex is the most beautiful thing | Hindi Movie News - Times of India

ନିକଟରେ ସୋଶାଲ ମିଡିଆରେ ନିଜର ଏକ ଶାର୍ଟ ଲେସ୍ ଫଟୋ ଦେଇ ଭାଇଜାନ ଚର୍ଚ୍ଚାକୁ ଆସିଛନ୍ତି। ଖାଲି ଏତିକି ନୁହେଁ, ସେ ଘୋଡ଼ା ଚଢ଼ିଥିବା ଦେଖିବାକୁ ମିଳିଛି। ସଲମାନଙ୍କ ଫିଟ୍ ବଡି ସହ କଳା ଘୋଡ଼ାରେ ବସିଥିବା ଫଟୋ ଫ୍ୟାନମାନଙ୍କୁ ଦିଓ୍ୱାନା କରିଦେଇଛି। ଫଟୋଟି ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। 20 ଲକ୍ଷରୁ ଅଧିକ ଲାଇକ୍ ଏହାକୁ ମିଳିସାରିଲାଣି।

Salman sets the temperature soaring

ଫଟୋଟି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରୁ ଶେୟାର କରାଯାଇଛି। ଫଟୋରେ କ୍ଯାପଶନ ରହିଛି, “ବିଙ୍ଗ୍ ହ୍ୟୁମାନର ଓ୍ୱିଣ୍ଟର କଲେକ୍ସନ ଖୁବଶୀଘ୍ର ଆସୁଛି।”

ଅନ୍ୟପଟେ ଖୁବଶୀଘ୍ର ସଲମାନଙ୍କୁ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ’ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମରେ ଦିଶା ପଟାନୀ ତାଙ୍କ ସହ ନଜରକୁ ଆସିବେ। ଏହାକୁ ପ୍ରଭୁ ଦେବା ନିର୍ଦ୍ଦେଶନା ଦେଉଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।