Advertisment

ଟିଭି ଚ୍ୟାନେଲ ନାଁରେ ମାନହାନୀ ମାମଲା ରୁଜୁ କଲେ ସଲମାନ୍‌

ମୁମ୍ବାଇ: ଭାବମୂର୍ତ୍ତି ଖରାପ କରିବା ଅଭିଯୋଗରେ ଦବଙ୍ଗଷ୍ଟାର ସଲମାନ ଖାଁ ବମ୍ବେ ହାଇକୋର୍ଟରେ ଏକ ଟିଭି ଚ୍ୟାନେଲ ନାଁରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି। ୧୯୯୮ ମସିହାରେ ‘ହମ୍ ସାଥ ସାଥ୍‌ ହେ’ ଫିଲ୍ମ ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ଘଟଣା ସଂପର୍କରେ ଏକ ଟିଭି ଚ୍ୟାନେଲ କରିଥିବା ଷ୍ଟିଙ୍ଗ୍ ଅପରେସନ୍‌କୁ ନେଇ ଅସନ୍ତୁଷ୍ଟ ହୋଇଯାଇଛନ୍ତି ସଲମାନ। ଏହି ଷ୍ଟିଙ୍ଗ୍ ଅପରେସନ୍‌ରେ ଦେଖାଯାଇଛି ଯେ କିଛି ଲୋକ କହୁଛନ୍ତି ସେମାନେ ସଲମାନ […]

ଅଦ୍ୟତନ ହୋଇଛି
ଟିଭି ଚ୍ୟାନେଲ ନାଁରେ ମାନହାନୀ ମାମଲା ରୁଜୁ କଲେ ସଲମାନ୍‌

salmankhan-

Advertisment

ମୁମ୍ବାଇ: ଭାବମୂର୍ତ୍ତି ଖରାପ କରିବା ଅଭିଯୋଗରେ ଦବଙ୍ଗଷ୍ଟାର ସଲମାନ ଖାଁ ବମ୍ବେ ହାଇକୋର୍ଟରେ ଏକ ଟିଭି ଚ୍ୟାନେଲ ନାଁରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି।

Advertisment

୧୯୯୮ ମସିହାରେ ‘ହମ୍ ସାଥ ସାଥ୍‌ ହେ’ ଫିଲ୍ମ ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ଘଟଣା ସଂପର୍କରେ ଏକ ଟିଭି ଚ୍ୟାନେଲ କରିଥିବା ଷ୍ଟିଙ୍ଗ୍ ଅପରେସନ୍‌କୁ ନେଇ ଅସନ୍ତୁଷ୍ଟ ହୋଇଯାଇଛନ୍ତି ସଲମାନ। ଏହି ଷ୍ଟିଙ୍ଗ୍ ଅପରେସନ୍‌ରେ ଦେଖାଯାଇଛି ଯେ କିଛି ଲୋକ କହୁଛନ୍ତି ସେମାନେ ସଲମାନ କୃଷ୍ଣସାର ମୃଗ ଶିକାର କରିଥିବା ଦେଖିଛନ୍ତି। କିନ୍ତୁ ପରେ ସେମାନେ ସାକ୍ଷ୍ୟ ବଦଳାଇ ଦେଇଥିଲେ ଓ ସଲମାନ ଶିକାର କରିଥିବା ସେମାନେ ଦେଖି ନାହାନ୍ତି ବୋଲି କହିଥିଲେ।

ଏହି  ଭିଡିଓକୁ ସାର୍ବଜନୀନ କରା ନ ଯିବା ପାଇଁ ସଲମାନ କୋର୍ଟରେ  ଅପିଲ୍‌ କରିଛନ୍ତି। ପୂର୍ବରୁ ସଲମାନ୍‌ ଏହି ମାମଲାରେ ଜେଲ ଯାଇ ଥିଲେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe