khaans
ମୁମ୍ବାଇ: ବଲିଉଡରେ ଅନେକ ନୂଆ ନୂଆ ଅଭିନେତା ଆସିଲେଣି ଓ ଭଲ ଭଲ ହିଟ୍ ଫିଲ୍ମ ମଧ୍ୟ ଦେଲେଣି। ହେଲେ ଏବେ ବି ବଲିଉଡ୍ରେ ରାଜ୍ କରୁଛନ୍ତି ୩ ଖାନ୍। ଅନେକ ଦିନ ହେଲାଣି ଫ୍ୟାନ୍ମାନେ ସଲମାନ୍, ଶାହାରୁଖ ଓ ଆମୀର ଖାନ୍ଙ୍କୁ ଏକାଠି ପରଦାରେ ଦେଖିବାକୁ ଚାହୁଁଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। କାରଣ ଖୁବ୍ଶୀଘ୍ର ଏକ ଫିଲ୍ମରେ ୩ ଜଣ ଖାନ୍ ଏକାଠି ନଜର ଆସିବେ।
ଫ୍ୟାନ୍ମାନେ ତିନି ଖାନ୍ଙ୍କୁ ପରଦାରେ ଏକାଠି ଚାହୁଁଥିବାବେଳେ ଏହା କୌଣସି ପ୍ରଯୋଜକଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ। କାରଣ ହେଉଛି ଏମାନଙ୍କ ଷ୍ଟାର୍ଡମ୍ ଓ ହାଇ ଫି। କିନ୍ତୁ ଏବେ ଏହାକୁ ସମ୍ଭବ କରିଦେଖାଇଛନ୍ତି ମିଷ୍ଟର ପର୍ଫେକସନିଷ୍ଟ ଆମୀର ଖାନ୍। ସୂଚନା ଅନୁଯାୟୀ ଆମୀର୍ ନିଜ ଅପ୍କମିଂ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ରେ ସଲମାନ୍ ଓ ଶାହାରୁଖଙ୍କୁ ଆଣିବାକୁ ଯାଉଛନ୍ତି।
ଫିଲ୍ମରେ ସଲମାନ୍ ଓ ଶାହାରୁଖଙ୍କର କ୍ୟାମିଓ ରୋଲ୍ ରହିବ। ମିଳିଥିବା ସୂଚନା ମୁତାବକ ଫିଲ୍ମରେ ଶାହାରୁଖଙ୍କର ରୋଲ୍ ଫାଇନାଲ୍ ହୋଇଯାଇଛି। ଶାହାରୁଖ ମଧ୍ୟ ଏଥିପାଇଁ ରାଜି ହୋଇଯାଇଛନ୍ତି। ହେଲେ ସଲ୍ମାନ୍ଙ୍କୁ ଏସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ। ଖୁବ୍ଶୀଘ୍ର ଏନେଇ ଆମୀର ସଲ୍ମାନ୍ଙ୍କ ସହ କଥା ହେବେ ବୋଲି ଚର୍ଚ୍ଚା ହେଉଛି।
ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ରେ ଆମୀରଙ୍କ ସହ କରୀନା କପୁର ଖାନ୍ ଲିଡ୍ ରୋଲ୍ରେ ଅଭିନୟ କରିବେ। ଏହି । ଗତ ବର୍ଷ ତାଙ୍କ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଯାଇଥିଲା। ତେଣୁ ଏହି ଫିଲ୍ମକୁ ପରଫେକ୍ଟ କରିବା ପାଇଁ ଆମୀର୍ ଫିଲ୍ମ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏହି ଫିଲ୍ମଟି ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍। ଏହି ଫିଲ୍ମରେ ରବର୍ଟ ଜେମେକିସ୍ ନିର୍ଦ୍ଦେଶନା ଦେଇଥିବାବେଳେ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ ଟମ୍ ହ୍ୟାଙ୍କ୍ସ। ତେବେ ଫିଲ୍ମରେ ତିନିଜଣ ଖାନ୍ଙ୍କୁ ଦେଖିବା ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଉପହାର ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/khaans.jpg)