Advertisment

'ବିଗ୍ ବସ୍' ଛାଡ଼ିବେ ସଲ୍‌ମାନ୍ !

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍ ବସ୍ ୧୩’ ଏବେ ଖୁବ୍ ଜୋର୍‌ସୋର୍‌ରେ ଆଗକୁ ବଢୁଛି। ଆରମ୍ଭରୁ ଶୋ’ କୁ ନେଇ ନାନା ବିବାଦ ଦେଖା ଦେଇଥିଲା। ଏପରିକି ଶୋ’ ବନ୍ଦ କରିବାକୁ ଦାବି କରାଯାଉଥିଲା। ଏଥି ସହ ଶୋ’ର ଟିଆର୍‌ପି ମଧ୍ୟ ଖୁବ୍‌ କମ୍‌ ଆସୁଥିଲା। ବହୁ ଟ୍ୱିଷ୍ଟ ଆଣ୍ଡ ଟର୍ଣ୍ଣ ସତ୍ତ୍ୱେ କିଛି ଫାଇଦା ମିଳୁନଥିଲା। ହେଲେ ଏବେ ଶୋ’ର ଟିଆରପି ବଢ଼ିବାରେ ଲାଗିଛି। ଗୋଟେ ପଟେ ‘ବିଗ୍‌ ବସ୍‌ ୧୩’ ଟପ୍‌ ଟେନ୍‌ ଟିଆର୍‌ପି […]

author-image
Chinmayee Roy
ଅଦ୍ୟତନ ହୋଇଛି
'ବିଗ୍ ବସ୍' ଛାଡ଼ିବେ ସଲ୍‌ମାନ୍ !

bigboss

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍ ବସ୍ ୧୩’ ଏବେ ଖୁବ୍ ଜୋର୍‌ସୋର୍‌ରେ ଆଗକୁ ବଢୁଛି। ଆରମ୍ଭରୁ ଶୋ’ କୁ ନେଇ ନାନା ବିବାଦ ଦେଖା ଦେଇଥିଲା। ଏପରିକି ଶୋ’ ବନ୍ଦ କରିବାକୁ ଦାବି କରାଯାଉଥିଲା। ଏଥି ସହ ଶୋ’ର ଟିଆର୍‌ପି ମଧ୍ୟ ଖୁବ୍‌ କମ୍‌ ଆସୁଥିଲା। ବହୁ ଟ୍ୱିଷ୍ଟ ଆଣ୍ଡ ଟର୍ଣ୍ଣ ସତ୍ତ୍ୱେ କିଛି ଫାଇଦା ମିଳୁନଥିଲା। ହେଲେ ଏବେ ଶୋ’ର ଟିଆରପି ବଢ଼ିବାରେ ଲାଗିଛି। ଗୋଟେ ପଟେ ‘ବିଗ୍‌ ବସ୍‌ ୧୩’ ଟପ୍‌ ଟେନ୍‌ ଟିଆର୍‌ପି ଲିଷ୍ଟରେ ସାମିଲ୍ ହୋଇଥିବାବେଳେ ଅନ୍ୟପଟେ ସଲ୍‌ମାନ୍‌ ଖାନ୍ ଶୋ’ ଛାଡ଼ିଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

Advertisment

https://www.instagram.com/p/B2lOtZ6lS7v/?utm_source=ig_web_copy_link

ଏତେ ଦିନର ପ୍ରୟାସ ପରେ ଶୋ’ର ପ୍ରଦର୍ଶନ ଭଲ ହୋଇଥିବା ବେଳେ ସଲ୍‌ମାନ୍‌ଙ୍କ ଶୋ’ ଛାଡ଼ିବା ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ, ସଲ୍‌ମାନ୍‌ ‘ବିଗ୍‌ ବସ୍‌ ୧୩’ର ବିଜେତା ଘୋଷଣା କରିବା ପୂର୍ବରୁ ହିଁ ଏହାକୁ ଛାଡ଼ିଦେବେ। ସଲ୍‌ମାନ୍‌ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ଶୋ’ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଚ୍ୟାନେଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।