ସାଇକେଲ୍ ମେକାନିକ୍ଙ୍କ ଟଙ୍କେ ଚାରଣା ଫେରାଇ ନାହାଁନ୍ତି କୋଟିପତି ସଲ୍ମାନ୍
ମୁମ୍ବାଇ: ବଲିଉଡ୍ ଟାଇଗର୍ ସଲ୍ମାନ୍ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କର ଏକାଧିକ ଘର ଓ ଫାର୍ମ ହାଉସ୍ ରହିଛି। ଗୋଟିଏରୁ ଗୋଟିଏ ଦାମୀ ଲଗ୍ଜୁରିଅସ୍ କାର୍, ବାଇକ୍ ମଧ୍ୟ ରହିଛି ତାଙ୍କ ପାଖରେ। ଅନେକ ସମୟରେ ସେ ତାଙ୍କ ବନ୍ଧୁମାନଙ୍କୁ ଲଗ୍ଜୁରିଅସ୍ କାର୍ ମଧ୍ୟ ଗିଫ୍ଟ କରନ୍ତି। ହେଲେ ଏତେ ଟଙ୍କା ଥାଇ ବି ସଲ୍ମାନ ଜଣେ ବ୍ୟକ୍ତିଙ୍କ ବାକିଥିବା ଟଙ୍କା ଆଜି ଯାଏଁ ଫେରାଇ ନାହାଁନ୍ତି।
ପୁଲିସ୍ ବାହିନୀ ସମ୍ମାନରେ ଆୟୋଜନ ହୋଇଥିବା ପ୍ରୋଗ୍ରାମ ‘ଉମଙ୍ଗ’ରେ ସଲମାନ୍ ନିଜେ ଏହି ଘଟଣାର ଖୁଲାସା କରିଛନ୍ତି। ଜଣେ ସାଇକେଲ୍ ମେକାନିକ୍ଙ୍କ ୧ ଟଙ୍କା ୨୫ ପଇସା ବାକିଥିବା କଥା ସଲମାନ୍ କହିଛନ୍ତି।
ସେ କହିଛନ୍ତି, “ଦିନେ ମୁଁ ଘରୁ ବାହାରି ଆସିଥିଲି। ହେଲେ ସେତେବେଳେ ମୋ ପାଖରେ ଟଙ୍କା ନଥିଲା। ତା’ପରେ ମୁଁ କାକା(ସାଇକେଲ୍ ମେକାନିକ୍)ଙ୍କୁ କହିଥିଲି, କାକା ମୋର ସାଇକେଲ୍ ଠିକ୍ କରି ଦିଅନ୍ତୁ ଓ ପରେ ମୁଁ ଟଙ୍କା ଦେଇ ଦେବି। ଏହାଶୁଣି ସେ ମୋତେ କହିଥିଲେ, ‘ତୁ ଛୋଟ ବେଳେ ବି ଏମିତି କଥା କହୁଥିଲୁ। ସେତେବେଳେ ବି ତୁ ସାଇକେଲ୍ ଠିକ୍ କରିଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ତା’ର ଟଙ୍କା ଦେଇନୁ। ତୋର ଆଜି ବି ୧ ଟଙ୍କା ୨୫ ପଇସା ଉଧାର ଅଛି।’ ତାଙ୍କର ଏହି କଥା ଶୁଣି ମୋତେ ବହୁତ ହସ ଲାଗିଥିଲା।”
ସଲମାନ୍ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ସାଇକେଲ୍ ମେକାନିକ୍ଙ୍କୁ ଏହି ଉଧାର ଟଙ୍କା ଦେବାକୁ ଚେଷ୍ଟା କରିଥିଲେ, ସେ ଏହି ଟଙ୍କା ନେବାକୁ ମନା କରି ଦେଇଥିଲେ।
You know its a Glamorous night when Bollywood's Bhaijan, Salman Khan & Comedy King Kapil Sharma come together to salute the #MumbaiPolice at #Umang2020 on 26th January, 9:30pm only on Sony. @Kapilsharmapunj @krushnaabhisheksharma @BeingSalmanKhan @MumbaiPolice #KatrinaKaif pic.twitter.com/Eo3s2P8De3
— Sony TV (@SonyTV) January 25, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।