Advertisment

ମାଆ କହିଲେ, ଗୀତ ବନ୍ଦ କର

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କର କୋଟି କୋଟି ପ୍ରସଶଂକ ଅଛନ୍ତି। କେବଳ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୨କୋଟି ୫୦ ଲକ୍ଷ ଫଲୋଅର୍‌ ଅଛନ୍ତି। ତେଣୁ ସଲ୍ଲୁ ଯେତେବେଳେ ବି କିଛି ଭିଡିଓ କିମ୍ବା ଫୋଟ ଓ ଲେଖା ଆଦି ପୋଷ୍ଟ୍‌ କରନ୍ତି, ତାହା ଭାଇରାଲ୍ ହୋଇଯାଏ। ନିକଟରେ ତାଙ୍କର ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ସଲମାନ ତାଙ୍କ ମାଆ ସୁଶୀଲା ଚରକଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। ଉଭୟେ ହାତ ଧରାଧରି ହୋଇ […]

ମାଆ କହିଲେ, ଗୀତ ବନ୍ଦ କର

Salman-Khan-Salma-Khan

Advertisment

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କର କୋଟି କୋଟି ପ୍ରସଶଂକ ଅଛନ୍ତି। କେବଳ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୨କୋଟି ୫୦ ଲକ୍ଷ ଫଲୋଅର୍‌ ଅଛନ୍ତି। ତେଣୁ ସଲ୍ଲୁ ଯେତେବେଳେ ବି କିଛି ଭିଡିଓ କିମ୍ବା ଫୋଟ ଓ ଲେଖା ଆଦି ପୋଷ୍ଟ୍‌ କରନ୍ତି, ତାହା ଭାଇରାଲ୍ ହୋଇଯାଏ। ନିକଟରେ ତାଙ୍କର ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି।

Advertisment

ଏହି ଭିଡିଓରେ ସଲମାନ ତାଙ୍କ ମାଆ ସୁଶୀଲା ଚରକଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। ଉଭୟେ ହାତ ଧରାଧରି ହୋଇ ଗୀତର ତାଳେ ତାଳେ ନାଚୁଛନ୍ତି।

ସଲମାନ୍‌ ଏକ ଡେନିମ୍‌ ଜିନ୍ସ ଏବଂ କଳା ରଙ୍ଗର ଟି-ସାର୍ଟ ପିନ୍ଧି ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଛନ୍ତି। ନାଚିବା ବେଳେ ସଲମାନ୍‌ଙ୍କୁ ଆଲିଙ୍ଗନ କରି ସୁଶୀଲା ଚରକ ମଧ୍ୟ ବେଶ୍ ଖୁସି ଜଣାପଡ଼ୁଛନ୍ତି। ତେବେ ଗୀତ ସରିବା ପୂର୍ବରୁ ସୁଶୀଲା ବହୁତ ନାଚ ହୋଇଗଲା କହି ଗୀତ ବନ୍ଦ କରିବାକୁ କହିଛନ୍ତି।

Advertisment

https://www.instagram.com/p/B0NphR1FQ-r/?utm_source=ig_web_copy_link

ସଲମାନ୍‌ ପରିବାର ଲୋକଙ୍କର ଏମିତି ଭିଡିଓ ପୋଷ୍ଟ୍ କରନ୍ତି। କେତେବେଳେ ଭଣଜା ସହ ମଜାମସ୍ତି କରୁଥିବାର ତ କେତେବେଳେ ସୁଇମିଂ ପୁଲ୍‌ରେ ଖେଳୁଥିବାର ଭିଡିଓ ସେ ପୂର୍ବରୁ ପୋଷ୍ଟ୍‌ କରିଛନ୍ତି। ବେଳେବେଳେ ବାପା ସଲିମ୍‌ ଖାନ୍‌ଙ୍କ ସହ ଗୀତ ଗାଉଥିବାର ଭିଡିଓ ମଧ୍ୟ ସେ ଶେଆର କରିଛନ୍ତି। ଆଉ ତାଙ୍କର ଏହି ଭିଡିଓଗୁଡ଼ିକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍ ପସନ୍ଦ କରନ୍ତି।

https://www.instagram.com/p/BzIxiFgFyUM/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe