Advertisment

ଅଲଗା ହେଲେ ସମନ୍ଥା ଓ ନାଗା ଚୈତନ୍ୟ

ହାଇଦ୍ରାବାଦ: ଦୀର୍ଘ ଦିନର ସମ୍ପର୍କରେ ସୃଷ୍ଟି ହେଲା ଫାଟ। ବିଚ୍ଛେଦ ହେଲେ ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ରୁଥ ପ୍ରଭୁ। ଭାଙ୍ଗିଲା ୪ ବର୍ଷର ବିବାହ ସମ୍ପର୍କ। ବିଚ୍ଛେଦ ହୋଉଥିବା ନେଇ ସମନ୍ଥା ଏବଂ ନାଗା ଚୈତନ୍ୟ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ଦୁହିଁଙ୍କ ଖୁବଶୀଘ୍ର ଛାଡପତ୍ର ନେବେ ବୋଲି କହିଛନ୍ତି। କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସମନ୍ଥା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଲଗା ହେଲେ ସମନ୍ଥା ଓ ନାଗା ଚୈତନ୍ୟ

Samantha-Naga

ହାଇଦ୍ରାବାଦ: ଦୀର୍ଘ ଦିନର ସମ୍ପର୍କରେ ସୃଷ୍ଟି ହେଲା ଫାଟ। ବିଚ୍ଛେଦ ହେଲେ ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ରୁଥ ପ୍ରଭୁ। ଭାଙ୍ଗିଲା ୪ ବର୍ଷର ବିବାହ ସମ୍ପର୍କ। ବିଚ୍ଛେଦ ହୋଉଥିବା ନେଇ ସମନ୍ଥା ଏବଂ ନାଗା ଚୈତନ୍ୟ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ଦୁହିଁଙ୍କ ଖୁବଶୀଘ୍ର ଛାଡପତ୍ର ନେବେ ବୋଲି କହିଛନ୍ତି। କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Advertisment

ସମନ୍ଥା ସୋଶାଲ ମିଡିଆରେ ଏକ ନୋଟ୍‌ ଶେଆର କରି ଲେଖିଛନ୍ତି, ' ଆମେ ସ୍ୱାମୀ-ସ୍ତ୍ରୀ ରୂପେ ନିଜ ସମ୍ପର୍କକୁ ବେଶ୍‌ ଭାବି ଚିନ୍ତି ବେଚ୍ଛଦ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ବେଶ୍‌ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା। ଆମ ସମ୍ପର୍କ ବେଶ୍‌ ଭିନ୍ନ। ଆମେ ପରସ୍ପର ଅଲଗା ହେବା ପରେ ମଧ୍ୟ ଭଲ ବନ୍ଧୁ ହୋଇ ସର୍ବଦା ରହିବୁ।'

ଏଭଳି ଅସୁବିଧା ଦମୟରେ ଆମର ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ପ୍ରାଇଭେସି ଦେବା ଲାଗି ଆମେ ଆମ ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରୁଛୁ। ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାନ ବୋଲି ସମନ୍ଥା ନିଜ ପୋଷ୍ଟରେ ଲେଖିଛନ୍ତି।

Advertisment

[caption id="attachment_680965" align="aligncenter" width="650"]Samntha ନାଗା ଚୈତନ୍ୟ ଓ ସମନ୍ଥା[/caption]

ସୂଚନା ମୁତାବକ କିଛି ଦିନ ତଳେ ସମନ୍ଥା ସୋଶାଲ ମିଡିଆରେ ନିଜ ସରନେମ୍‌ ବା ଉପନାମ ବଦଳାଇ ଦେଇଥିଲେ। ଏହାକୁ ଦେଖି ନାଗା ଚୈତନ୍ୟ ଏବଂ ତାଙ୍କ ଭିତରେ କିଛି ଠିକ୍‌ ନଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ସେ ନାଗା ଚୈତନ୍ୟଙ୍କ ଅପ୍‌କମିଂ ଫିଲ୍ମର ଟ୍ରେଲରକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ନେଇ କୁହାଯାଉଥିଲା। କିନ୍ତୁ ଏବେ ଉଭୟଙ୍କ ଛାଡପତ୍ର ଖବର ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଛି।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଠାଣିରେ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।