Advertisment

Samantha Marries Raj: ପ୍ରଥମ ସ୍ୱାମୀଙ୍କ ବିବାହ ବାର୍ଷିକୀ ପୂର୍ବରୁ ଦ୍ୱିତୀୟ ବିବାହ କଲେ ସାମନ୍ଥା

୨୦୧୭ରେ ସେ ନାଗାଙ୍କୁ ଜୀବନ ସାଥୀ ରୂପେ ବାଛିଥିଲେ। କିନ୍ତୁ ୨୦୨୧ରେ ସେମାନଙ୍କ ଛାଡ଼ପତ୍ର ହୋଇଯାଇଥିଲା। ୨୦୨୧ରୁ ଉଭୟ ଅଲଗା ହୋଇଯାଇଥିବା ବେଳେ ଦ୍ୱିତୀୟ ବିବାହ କରି ନଥିଲେ।

Samantha

ବାହାଘର ପରେ ସାମନ୍ଥା ଓ ରାଜ

Advertisment

ଦ୍ୱିତୀୟ ବିବାହ କରିଛନ୍ତି ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ଆଜି ସେ(Samantha Ruth Prabhu)  ଫିଲ୍ମ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ବାହା ହୋଇଛନ୍ତି। କୋଏମ୍ବାଟୁରର ଈଶା ଯୋଗ କେନ୍ଦ୍ରରେ ଥିବା ଲିଙ୍ଗା ଭୈରବୀ ଦେବୀଙ୍କ ସାମ୍ନାରେ ଉଭୟ ପରସ୍ପର ହାତ ଧରିଛନ୍ତି।

Advertisment

ଭୂତ ଶୁଦ୍ଧି ବିବାହ ଉତ୍ସବ ଜରିଆରେ ସାମନ୍ଥା ଓ ରାଜ ପରସ୍ପରର ଜୀବନ ସାଥୀ ବନିଛନ୍ତି। ସୋମବାର ସକାଳେ ଏହି ବାହାଘରରେ କେବଳ ହାତ ଗଣତି ଲୋକ ଉପସ୍ଥିତ ରହିଥିଲା। ସାମନ୍ଥା ପୂର୍ବରୁ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ।

୨୦୧୭ରେ ସେ ନାଗାଙ୍କୁ ଜୀବନ ସାଥୀ ରୂପେ ବାଛିଥିଲେ। କିନ୍ତୁ ୨୦୨୧ରେ ସେମାନଙ୍କ ଛାଡ଼ପତ୍ର ହୋଇଯାଇଥିଲା। ୨୦୨୧ରୁ ଉଭୟ ଅଲଗା ହୋଇଯାଇଥିବା ବେଳେ ଦ୍ୱିତୀୟ ବିବାହ କରି ନଥିଲେ। କିନ୍ତୁ ଗତବର୍ଷ ପ୍ରଥମେ ନାଗା ଦୀର୍ଘ ଦିନର ପ୍ରେମିକା ସୋଭିତାଙ୍କୁ ବିବାହ କରିଥିଲେ।

Advertisment

୨୦୨୪ ଡିସେମ୍ବର ୪ରେ ଉଭୟଙ୍କ ବିବାହ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହୋଇଥିଲା। ନାଗା ଓ ସୋଭିତାଙ୍କ ପ୍ରଥମ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସାମନ୍ଥା ଦ୍ୱିତୀୟ ବିବାହ କରିଛନ୍ତି। ଏବେ ରାଜ ତାଙ୍କ ଜୀବନ ସାଥୀ ବନି ଯାଇଛନ୍ତି। 

ସୋମବାର ସାମନ୍ଥା ବିବାହ ବେଳର କିଛି ସ୍ମରଣୀୟ ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରି ପୂରା ଦେଶକୁ ଏହି ଖବର ଦେଇଛନ୍ତି। ବିବାହ କାର୍ଯ୍ୟକ୍ରମରେ କେବଳ ଉଭୟ ପରିବାରର କିଛି ହାତ ଗଣତି ଲୋକ ଓ ବନ୍ଧୁ ସାମିଲ ହୋଇଥିଲେ। ସମୟ ଖର୍ଚ୍ଚ ହେଉ ନଥିବା ଯୋଗିକ ପରମ୍ପରାର ଭୂତ ଶୁଦ୍ଧି ବିବାହ ଦ୍ୱାରା ସାମନ୍ଥା ଓ ରାଜ ସ୍ୱାମୀ ସ୍ତ୍ରୀ ବନିଛନ୍ତି। 

ଲିଙ୍ଗ ଭୈରବୀ କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନରେ କରାଯାଉଥିବା ଭୂତ ଶୁଦ୍ଧି ବିବାହ ଜରିଆରେ ଦମ୍ପତି ଓ ସେମାନଙ୍କ ମିଳନ ମଧ୍ୟରେ ୫ଟି ତତ୍ତ୍ୱକୁ ଶୁଦ୍ଧି କରିଥାଏ। ଏଥିସହ ସେମାନଙ୍କ ଜୀବନ ଯାତ୍ରାରେ ସାମଞ୍ଜସ୍ୟ, ସମୃଦ୍ଧି ଓ ଆଧ୍ୟାତ୍ମିକ ସଂରକ୍ଷଣ ପାଇଁ ଦେବୀଙ୍କ କୃପାର ଆହ୍ୱାନ କରାଯାଏ।

ଦେବୀଙ୍କ ସାମ୍ନାରେ ସାମନ୍ଥା ଓ ରାଜ ପରସ୍ପରକୁ ପ୍ରଥମେ ମୁଦି ପିନ୍ଧାଇଥିଲେ। ଏହାପରେ ସେମାନେ ପରସ୍ପରର ହାତ ଧରି କ୍ୟାମେରା ସାମ୍ନାରେ ଫଟୋ ପୋଜ ଦେଇଛନ୍ତି। ଏହି ଫଟୋକୁ ଶେୟାର କରି ସାମନ୍ଥା ବାହାଘର ୧.୧୨.୨୦୨୫ରେ ହୋଇଥିବା କହିଛନ୍ତି। 

Samantha Ruth Prabhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe