Advertisment

ସାମନ୍ଥା କିଣିଲେ ପୁରୁଣା ଘର, ଏକ୍ସ-ହଜବ୍ୟାଣ୍ଡଙ୍କ ସହ ରହିଛି କନେକସନ୍‌

ହାଇଦ୍ରାବାଦ: ନାଗା ଚୈତନ୍ୟଙ୍କଠାରୁ ବିଚ୍ଛେଦ ହେବା ପରେ ବିନ୍ଦାସ୍‌ ଲାଇଫ୍‌ ଏନଜୟ କରୁଛନ୍ତି ସାଉଥ ସୁନ୍ଦରୀ ସାମନ୍ଥା। ନିକଟରେ କରନ ଜୋହରଙ୍କ ଶୋ’କୁ ଆସିଥିବା ସାମନ୍ଥା ନାଗାଙ୍କୁ ନିଜ ଏକ୍ସ-ହଜବ୍ୟାଣ୍ଡ ବୋଲି କହିଥିଲେ। ଉଭୟଙ୍କ ସମ୍ପର୍କ ତୁଟି ସାରିଥିଲେ ବି ସ୍ମୃତିକୁ ପାସୋରି ପାରୁ ନାହାନ୍ତି ସାମନ୍ଥା। ନାଗାଙ୍କ ସହ ଯେଉଁ ଘରେ ନିଜ ବୈବାହିକ ଜୀବନକୁ ହସଖୁସିରେ କାଟୁଥିଲେ, ସେହି ଘରକୁ ଉଚ୍ଚା ଦରରେ କିଣି ନେଇଛନ୍ତି ସାମନ୍ଥା। ଏପରିକି ଏବେ ସେ ଉକ୍ତ ଘରେ […]

author-image
Niharika Rout
ଅଦ୍ୟତନ ହୋଇଛି
ସାମନ୍ଥା କିଣିଲେ ପୁରୁଣା ଘର, ଏକ୍ସ-ହଜବ୍ୟାଣ୍ଡଙ୍କ ସହ ରହିଛି କନେକସନ୍‌

samantha

ହାଇଦ୍ରାବାଦ: ନାଗା ଚୈତନ୍ୟଙ୍କଠାରୁ ବିଚ୍ଛେଦ ହେବା ପରେ ବିନ୍ଦାସ୍‌ ଲାଇଫ୍‌ ଏନଜୟ କରୁଛନ୍ତି ସାଉଥ ସୁନ୍ଦରୀ ସାମନ୍ଥା। ନିକଟରେ କରନ ଜୋହରଙ୍କ ଶୋ’କୁ ଆସିଥିବା ସାମନ୍ଥା ନାଗାଙ୍କୁ ନିଜ ଏକ୍ସ-ହଜବ୍ୟାଣ୍ଡ ବୋଲି କହିଥିଲେ। ଉଭୟଙ୍କ ସମ୍ପର୍କ ତୁଟି ସାରିଥିଲେ ବି ସ୍ମୃତିକୁ ପାସୋରି ପାରୁ ନାହାନ୍ତି ସାମନ୍ଥା।

Advertisment

ନାଗାଙ୍କ ସହ ଯେଉଁ ଘରେ ନିଜ ବୈବାହିକ ଜୀବନକୁ ହସଖୁସିରେ କାଟୁଥିଲେ, ସେହି ଘରକୁ ଉଚ୍ଚା ଦରରେ କିଣି ନେଇଛନ୍ତି ସାମନ୍ଥା। ଏପରିକି ଏବେ ସେ ଉକ୍ତ ଘରେ ନିଜ ମା’ଙ୍କ ସହ ରହୁଛନ୍ତି। ଏହାର ଖୁଲାସା କରିଛନ୍ତି ଖୋଦ ଘର ବିକିଥିବା ବ୍ୟକ୍ତି।

ସାମନ୍ଥା ସାଉଥରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଥିବା ବେଳେ ଏବେ ବଲିଉଡରେ ବି ନିଜ ଜଲୱା ଦେଖାଉଛନ୍ତି। ପ୍ରଫେସନାଲ ଲାଇନ୍‌ରେ ବେଶ୍‌ ଖୁସି ଥିବା ସାମନ୍ଥା ନିଜ ପର୍ସନାଲ ଲାଇଫକୁ ବି ଖୁବ୍‌ ଏନଜୟ କରୁଛନ୍ତି। ନିକଟରେ ସେ ହାଇଦ୍ରାବାଦରେ ଏକ  ଘର କିଣିଛନ୍ତି । ହେଲେ ଏହି ଘର  ତାଙ୍କ ପାଇଁ ବେଶ୍‌ ପୁରୁଣା ଓ ତାଙ୍କ ହୃଦୟର ନିକଟ ତର ହୋଇ ରହିଛି।

Advertisment

[caption id="attachment_753068" align="aligncenter" width="650"]samantha ନିଜ ନୂଆ ଘରେ ସାମନ୍ଥା ।[/caption]

publive-image

କାରଣ ନାଗାଙ୍କ ସହ ବିବାହ ପରେ ଏହି ଘରେ ବେଶ୍‌ ଖୁସିରେ ଦିନ କାଟୁଥିଲେ ସାମନ୍ଥା। ହେଲେ ବିଚ୍ଛେଦ ପରେ ଏହି ଘରକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦିଆଯାଇଥିଲା। ସେହି ଘରକୁ ପୁଣି ଥରେ  ନିଜ ନାମରେ କରାଇ ନେଇଛନ୍ତି ସାମନ୍ଥା । ଏଥିନିମନ୍ତେ କେତେ ଟଙ୍କାରେ ଡିଲ୍‌ ଫାଇନାଲ ହୋଇଛି ତାହା ଜଣାପଡ଼ି ନ ଥିବା ବେଳେ ସାମନ୍ଥା କିନ୍ତୁ ଚଢ଼ା ଦରରେ ଘରଟିକୁ କିଣିଥିବା ଜଣାଯାଇଛି

ନିକଟରେ କରନଙ୍କ ଶୋ’କୁ ଆସି ଚର୍ଚ୍ଚାକୁ ଆସିଥିଲେ ସାମନ୍ଥା। ଏହି ଶୋ’ରେ ନାଗା ତାଙ୍କ ହଜବ୍ୟାଣ୍ଡ ବୋଲି କରନ କହିଥିବା ବେଳେ ସାମନ୍ଥା କିନ୍ତୁ ସେ ଏକ୍ସ-ହଜବ୍ୟାଣ୍ଡ  ବୋଲି କହିଥିଲେ। ଏହାବାଦ ନିଜ ପର୍ସନାଲ ଲାଇଫ୍‌ ବିଷୟରେ ଖୁଲମଖୁଲା କଥା ହୋଇଥିଲେ ସାମନ୍ଥା ।