Advertisment

ଅନୁଭବଙ୍କ ସପକ୍ଷରେ ବାହାରିଲେ ସମ୍ଭାବନା, ଲୋକେ ରଖିଲେ ଏମିତି ଉତ୍ତର

ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସପକ୍ଷରେ ବାହାରିଛନ୍ତି ଅଭିନେତ୍ରୀ ସମ୍ଭାବନା ମହାନ୍ତି। ଅନୁଭବଙ୍କ ପ୍ରେସ୍ ରିଲିଜ୍ ପୋଷ୍ଟରେ ହିଁ ପ୍ରତିକ୍ରିୟା ରଖିଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ସମ୍ଭାବନା। ସମ୍ଭାବନା ପ୍ରଥମେ ଲେଖିଥିଲେ, ଅନୁଭବ ମହାନ୍ତି ଭାଇ, ନୀରବତା ଭାଙ୍ଗି ଶେଷରେ ମୁହଁ ଖୋଲିବାକୁ ନିଷ୍ପତ୍ତି ନେଇଥିବାରୁ ଶୁଭେଚ୍ଛା। ପରେ ଏଥିରେ କିଛି ଲୋକ ପ୍ରତିକ୍ରିୟା ଦେବାରୁ ସେ ଉତ୍ତର ରଖିଛନ୍ତି। ସମ୍ରାଟ ରଞ୍ଜନ ପଣ୍ଡା ସମ୍ଭାବନାଙ୍କ ଉତ୍ତର ରଖି ଲେଖିଥିଲେ, ଶୁଭେଚ୍ଛା କ’ଣ […]

ଅନୁଭବଙ୍କ ସପକ୍ଷରେ ବାହାରିଲେ ସମ୍ଭାବନା, ଲୋକେ ରଖିଲେ ଏମିତି ଉତ୍ତର

Sambhavana

Advertisment

ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସପକ୍ଷରେ ବାହାରିଛନ୍ତି ଅଭିନେତ୍ରୀ ସମ୍ଭାବନା ମହାନ୍ତି। ଅନୁଭବଙ୍କ ପ୍ରେସ୍ ରିଲିଜ୍ ପୋଷ୍ଟରେ ହିଁ ପ୍ରତିକ୍ରିୟା ରଖିଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ସମ୍ଭାବନା।

Advertisment

ସମ୍ଭାବନା ପ୍ରଥମେ ଲେଖିଥିଲେ, ଅନୁଭବ ମହାନ୍ତି ଭାଇ, ନୀରବତା ଭାଙ୍ଗି ଶେଷରେ ମୁହଁ ଖୋଲିବାକୁ ନିଷ୍ପତ୍ତି ନେଇଥିବାରୁ ଶୁଭେଚ୍ଛା। ପରେ ଏଥିରେ କିଛି ଲୋକ ପ୍ରତିକ୍ରିୟା ଦେବାରୁ ସେ ଉତ୍ତର ରଖିଛନ୍ତି।

publive-image

ସମ୍ରାଟ ରଞ୍ଜନ ପଣ୍ଡା ସମ୍ଭାବନାଙ୍କ ଉତ୍ତର ରଖି ଲେଖିଥିଲେ, ଶୁଭେଚ୍ଛା କ’ଣ ପାଇଁ। ଆମେ ରାୟ ଆସିବାଯାଏ ଅପେକ୍ଷା କରିବା ଦରକାର। ଏକ ପାଖିଆ ଭାବେ ଆମେ କାହାକୁ ଦୋଷ ଦେଇପାରିବାନି କି ପ୍ରଶଂସା କରିପାରିବାନି। ଯଦି ଅଭିଯୋଗ ସତ ହେଇଥାଏ ଅନୁଭବ ଦଣ୍ଡ ପାଇବା ଦରକାର। ଯଦି ଅଭିଯୋଗ ମିଛ ହୋଇଥିବ ବର୍ଷାଙ୍କ ପ୍ରତି ସମସ୍ତଙ୍କ ବିଶ୍ବସନୀୟତାରେ ଆଞ୍ଚ ଆସିବ ନିଶ୍ଚୟ।

Advertisment

ଏହାପରେ ଏକ ଦୀର୍ଘ ଉତ୍ତରରେ ସମ୍ଭାବନା ଲେଖିଛନ୍ତି, ‘କେବଳ ବର୍ଷା ଦି’ଙ୍କ ବିଶ୍ବସନୀୟତା କାହିଁକି ଏବଂ ଅନୁଭବ ଭାଇଙ୍କର ବିଶ୍ବସନୀୟତା କାହିଁକି ନୁହେଁ?  ମୁଁ ପିଲାଟି ବେଳୁ ସେମାନଙ୍କୁ ଜାଣିଛି। ତୁମମାନଙ୍କଠାରୁ ସେ ଦୁଇ ଜଣଙ୍କୁ ମୁଁ ବେଶି ଜାଣିଛି। ଆମେ ସବୁବେଳେ ମହିଳାଙ୍କ ଉତ୍ଥାନ ବାବଦରେ ଅନ୍ଧ ଭାବେ କହୁ ଏବଂ ଭୁଲିଯାଉ ଯେ, ପୁରୁଷମାନେ ବହୁତ କିଛି ଦେଇ ଗତି କରିଥା’ନ୍ତି।  ଆଉ ଏବେ ମୁଁ ଜଣେ ମହିଳା (ଝିଅ) ହିସାବରେ କହୁଛି। ଆମେ ଏଭଳି ଏକ ସମାଜରେ ରହୁଛେ ଯେଉଁଠାରେ କେବଳ ମହିଳାଙ୍କ କଥା ଶୁଣାଯାଏ ଏବଂ ପୁରୁଷଙ୍କୁ ଦୋଷ ଦିଆଯାଏ। ଯାଅ ତୁମକୁ ଯାହା ବିଶ୍ବାସ କରିବାର ଅଛି କର। ଆଉ ତା’ଛଡ଼ା ମୁଁ ଏଠି ରାୟ ଶୁଣାଉନି। ତୁମେ ବି ଶୁଣାଅନି।‘ ଏହାପରେ ସମ୍ଭାବନାଙ୍କ ଉତ୍ତର ସପକ୍ଷ ଓ ବିପକ୍ଷରେ ବିଭିନ୍ନ ଲୋକ ବିଭିନ୍ନ ଉତ୍ତର ରଖିଛନ୍ତି।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe