Advertisment

ସମୀରାଙ୍କ ସାହସିକତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସମୀରା ରେଡ୍ଡୀ କର୍ଣ୍ଣାଟକର ସବୁଠୁ ଉଚ୍ଚ ପାହାଡ଼ ମୁଲାୟନଗିରି ଚଢ଼ି ଶୀର୍ଷ ଦେଶରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି, ସେ ତାଙ୍କର ୨ ମାସର ଝିଅ ନାୟରାକୁ ଧରି ଏହି ପାହାଡ଼ ଚଢ଼ିବାକୁ ପ୍ରୟାସ କରିଥିଲେ। ତାଙ୍କର ଏ ସାହସିକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏ ପାହଡ଼ ଚଢ଼ା ନେଇ ସୋମବାର ଅପରାହ୍ନରେ ସମୀରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍ ଜରିଆରେ ଜଣାଇଥିଲେ। ସେ ପାହାଡ଼ ଚଢୁଥିବାର […]

ଅଦ୍ୟତନ ହୋଇଛି
ସମୀରାଙ୍କ ସାହସିକତା

ss2

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସମୀରା ରେଡ୍ଡୀ କର୍ଣ୍ଣାଟକର ସବୁଠୁ ଉଚ୍ଚ ପାହାଡ଼ ମୁଲାୟନଗିରି ଚଢ଼ି ଶୀର୍ଷ ଦେଶରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି, ସେ ତାଙ୍କର ୨ ମାସର ଝିଅ ନାୟରାକୁ ଧରି ଏହି ପାହାଡ଼ ଚଢ଼ିବାକୁ ପ୍ରୟାସ କରିଥିଲେ। ତାଙ୍କର ଏ ସାହସିକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏ ପାହଡ଼ ଚଢ଼ା ନେଇ ସୋମବାର ଅପରାହ୍ନରେ ସମୀରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍ ଜରିଆରେ ଜଣାଇଥିଲେ। ସେ ପାହାଡ଼ ଚଢୁଥିବାର ଫଟୋ ଓ ଭିଡିଓ ପୋଷ୍ଟ୍‌ କରିଥିଲେ।

Advertisment

ପୋଷ୍ଟ କରିଥିବା ଭିଡିଓରେ ସମୀରା ଲେଖିଥିଲେ,“ନାୟରା ସହିତ ମୁଲାୟନଗିରି ପାହାଡ଼ ଚଢ଼ିବା ପାଇଁ ଚେଷ୍ଟା କରୁଛି। ମୁଁ ନିଃଶ୍ୱାସ ନେଇ ପାରୁନାହିଁ। ତେଣୁ ଅଧାରୁ ପାହାଡ଼ ଚଢ଼ିବା ବନ୍ଦ କରୁଛି। ଏହି ପାହାଡ଼ର ଉଚ୍ଚତା ୬୩୦୦ ଫିଟ୍‌ ଓ ଏହା କର୍ଣ୍ଣାଟକାର ସବୁଠାରୁ ଉଚ୍ଚ ପାହାଡ଼।”

https://www.instagram.com/p/B3Bl8KwHoex/?utm_source=ig_web_copy_link

ସମୀରାଙ୍କର ଏହି ପୋଷ୍ଟରେ ନୂଆ କରି ମା’ ହୋଇଥିବା ଅନେକ ମହିଳା ପ୍ରତିକ୍ରିୟା ଦେଇଛନ୍ତି। ସେମାନେ ତାଙ୍କଠାରୁ ପ୍ରେରଣା ପାଇଥିବା ଲେଖିଛନ୍ତି। ଏହାର ଜବାବରରେ ସମୀରା ଲେଖିଛନ୍ତି ଯେ ଏନେଇ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିବାରୁ ସେ ବହୁତ ଖୁସି।

Advertisment

https://www.instagram.com/p/B28l4y0noAM/?utm_source=ig_web_copy_link

ସମୀରା ୨୦୧୩ରେ ବ୍ୟବସାୟୀ ଅକ୍ଷୟ ଭରଦେଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଅଭିନୟ ଛାଡ଼ି ଦେଇଥିଲେ। ୨୦୧୫ରେ ତାଙ୍କ ପୁଅ ଜନ୍ମ ହୋଇଥିଲା। ‘ଟାକ୍ସି ନମ୍ୱର ୯୨୧୧’, ‘ଦେ ଦନା ଦନ୍’ ଓ ‘ମୈନେ ଦିଲ୍‌ ତୁଝକୋ ଦିୟା’ ପରି ଫିଲ୍ମରେ ସମୀରା ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe