Advertisment

ଫିଲ୍ମ ଦୁନିଆକୁ ଅଲବିଦା କହିଲେ ସନା ଖାନ୍

ମୁମ୍ବାଇ: ବିଗ୍ ବସ୍ ଫେମ୍ ତଥା ସଲମାନ୍ ଖାନଙ୍କ କୋ-ଷ୍ଟାର୍ ସନା ଖାନ୍ ନିଜ ନିଆରା ଅନ୍ଦାଜରେ ସମସ୍ତଙ୍କ ମନ କିଣି ନେଇଥିଲେ। ବିଗ୍ ବସ୍ ଭଳି ଲୋକପ୍ରିୟ ରିୟାଲିଟି ଶୋ’ ଜରିଆରେ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ବଲିଉଡ୍ ଫିଲ୍ମରେ ମଧ୍ୟ ନିଜର କମାଲ୍ ଦେଖାଇଥିଲେ। ହେଲେ ସୁନ୍ଦରୀ ସନା ନିଜ ଜୀବନର ଏକ ବଡ଼ ନିଷ୍ପତ୍ତି ନେଇ ଚର୍ଚ୍ଚାକୁ ଆସିଛନ୍ତି। ଯିଏ ଥରେ ମାୟାନଗରୀ ଓ ଗ୍ଲାମର ଦୁନିଆ ପ୍ରେମରେ ପଡ଼େ, ସେ ନିଶା […]

ଫିଲ୍ମ ଦୁନିଆକୁ ଅଲବିଦା କହିଲେ ସନା ଖାନ୍

sana-khan

Advertisment

ମୁମ୍ବାଇ: ବିଗ୍ ବସ୍ ଫେମ୍ ତଥା ସଲମାନ୍ ଖାନଙ୍କ କୋ-ଷ୍ଟାର୍ ସନା ଖାନ୍ ନିଜ ନିଆରା ଅନ୍ଦାଜରେ ସମସ୍ତଙ୍କ ମନ କିଣି ନେଇଥିଲେ। ବିଗ୍ ବସ୍ ଭଳି ଲୋକପ୍ରିୟ ରିୟାଲିଟି ଶୋ' ଜରିଆରେ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ବଲିଉଡ୍ ଫିଲ୍ମରେ ମଧ୍ୟ ନିଜର କମାଲ୍ ଦେଖାଇଥିଲେ। ହେଲେ ସୁନ୍ଦରୀ ସନା ନିଜ ଜୀବନର ଏକ ବଡ଼ ନିଷ୍ପତ୍ତି ନେଇ ଚର୍ଚ୍ଚାକୁ ଆସିଛନ୍ତି।

Advertisment

Image

ଯିଏ ଥରେ ମାୟାନଗରୀ ଓ ଗ୍ଲାମର ଦୁନିଆ ପ୍ରେମରେ ପଡ଼େ, ସେ ନିଶା କେବେ ବି ଛାଡ଼ି ପାରେନି। ହେଲେ ସନା ଗ୍ଲାମର ଦୁନିଆକୁ ଅଲବିଦା କହି ଧର୍ମ ପଥରେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ଖୋଦ୍ ସୋଶାଲ ମିଡିଆ ଜରିଆରେ ଫ୍ୟାନମାନଙ୍କୁ ଜଣାଇଛନ୍ତି।

Image

ସନା ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରି ନିଜ ମନକଥା ଲେଖିଛନ୍ତି। ଏହା ସହ ସେ ଅନୁରୋଧ କରି କହିଛନ୍ତି, "ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି ଏଣିକି ମୋତେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ କୌଣସି କାମ ପାଇଁ ନିମନ୍ତ୍ରଣ ଦିଅନ୍ତୁ ନାହିଁ। ବହୁତ ବହୁତ ଧନ୍ୟବାଦ।"

Advertisment

Image

ସନା ଖାନଙ୍କ ଏହି ପୋଷ୍ଟ ସୋଶାଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଥିବା ବେଳେ ଲୋକେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ତେବେ ସନା ଫିଲ୍ମ ଜଗତରୁ ସନ୍ୟାସ ନେବାର କାରଣ ଦର୍ଶାଇ କହିଛନ୍ତି ଯେ, ପ୍ରକୃତରେ ମୃତ୍ୟୁ ପରର ଜୀବନକୁ ଭଲ କରିବାକୁ ଏହି ଜୀବନ ଆମକୁ ମିଳିଛି। ଯେତେବେଳେ ମନୁଷ୍ୟ ତାକୁ ଜନ୍ମ ଦେଇଥିବା ମାଲିକଙ୍କ ଅନୁସାରେ ଜୀବନ ବିତାଏ ଏବଂ କେବଳ ଧନ, ସମ୍ପତ୍ତି ଏବଂ ଲୋକପ୍ରିୟତା ହାସଲ କରିବା ଉଦ୍ଦେଶ୍ୟ ରଖେ ନାହିଁ ବରଂ ଅପରାଧ ଦୁନିଆକୁ ଛାଡ଼ି ମାନବିକତା ବଞ୍ଚେଇ ରଖେ। କେବଳ ଏହି କ୍ଷେତ୍ରରେ ମଣିଷ ତା'ର ଜୀବନ ଉନ୍ନତ କରିପାରିବ।

ଏହି କାରଣରୁ ମୁଁ ଆଜିଠାରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ି ଜୀବନରେ ମାନବିକତାର ରାସ୍ତାକୁ ଆପଣାଇ ଇଶ୍ୱରଙ୍କ ପଥରେ ଜୀବନ ଜୀଇଁବାକୁ ନିଷ୍ପତ୍ତି ନେଇଛି ବୋଲି ସନା ଲେଖିଛନ୍ତି।

Bollywood Big Boss
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe