Advertisment

କୁକୁର କାମୁଡ଼ି ଦେବାରୁ ଚେହେରା ସର୍ଜରୀ କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ଏକ ଜଣାଶୁଣା ଚେହେରା ହେଉଛନ୍ତି ସନା ମକବୁଲ। ହେଲେ ତାଙ୍କ ଚେହେରାକୁ ନେଇ ସେ କିଛି ଖୁଲାସା କରିଛନ୍ତି। ଗୋଟିଏ କୁକୁର ମୁହଁରେ କାମୁଡ଼ି ଦେବାପରେ ଏନେଇ ତାଙ୍କୁ ମୁହଁରେ ସର୍ଜରୀ କରିବାକୁ ପଡ଼ିଛି ବୋଲି ନିଜ ଫ୍ୟାନମାନଙ୍କୁ ସନା ଜଣାଇଛନ୍ତି। https://www.instagram.com/p/B9Mk37-lxK2/?utm_source=ig_web_copy_link ନିଜ ଅଫସିଆଲ ଇନଷ୍ଟାଗ୍ରାମରେ ସନା ଏ ନେଇ ସୂଚନା ଦେଇଛନ୍ତି। ଗୋଟିଏ କୁକୁର ତାଙ୍କ ମୁହଁକୁ କାମୁଡ଼ିଦେବା ପରେ ତାଙ୍କୁ ଚେହେରା ଠିକ୍ କରିବାକୁ ସର୍ଜରୀ କରିବାକୁ ପଡ଼ିଛି। […]

ଅଦ୍ୟତନ ହୋଇଛି
କୁକୁର କାମୁଡ଼ି ଦେବାରୁ ଚେହେରା ସର୍ଜରୀ କଲେ ଅଭିନେତ୍ରୀ

sana-makbul

Advertisment

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ଏକ ଜଣାଶୁଣା ଚେହେରା ହେଉଛନ୍ତି ସନା ମକବୁଲ। ହେଲେ ତାଙ୍କ ଚେହେରାକୁ ନେଇ ସେ କିଛି ଖୁଲାସା କରିଛନ୍ତି। ଗୋଟିଏ କୁକୁର ମୁହଁରେ କାମୁଡ଼ି ଦେବାପରେ ଏନେଇ ତାଙ୍କୁ ମୁହଁରେ ସର୍ଜରୀ କରିବାକୁ ପଡ଼ିଛି ବୋଲି ନିଜ ଫ୍ୟାନମାନଙ୍କୁ ସନା ଜଣାଇଛନ୍ତି।

Advertisment

https://www.instagram.com/p/B9Mk37-lxK2/?utm_source=ig_web_copy_link

ନିଜ ଅଫସିଆଲ ଇନଷ୍ଟାଗ୍ରାମରେ ସନା ଏ ନେଇ ସୂଚନା ଦେଇଛନ୍ତି। ଗୋଟିଏ କୁକୁର ତାଙ୍କ ମୁହଁକୁ କାମୁଡ଼ିଦେବା ପରେ ତାଙ୍କୁ ଚେହେରା ଠିକ୍ କରିବାକୁ ସର୍ଜରୀ କରିବାକୁ ପଡ଼ିଛି। ବର୍ତ୍ତମାନ ସେ ଦୁର୍ଘଟଣାଟିକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି। ତେବେ ସେ କୁଆଡ଼େ ଗାୟବ ହୋଇଯାଇ ନ ଥିଲେ ବରଂ ଚିକିତ୍ସିତ ହେଉଥିଲେ। ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି।

https://www.instagram.com/p/B_Me4salXCI/?utm_source=ig_web_copy_link

ସନା ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, "ମୁଁ ଜାଣିଛି ଏ ନେଇ ଆପଣମାନଙ୍କୁ ବିଳମ୍ବରେ ସୂଚନା ଦେଉଛି। କିନ୍ତୁ ମୋ ସହ ଦୁର୍ଘଟଣା ଘଟିଥିଲା। ଜଣେ ମଣିଷ ତଥା ଅଭିନେତ୍ରୀ ହିସାବରେ ନିଜ ଚେହାରା ପ୍ରତି ଖୁବ୍ ଭଲପାଇବା ରହିଥାଏ। ହେଲେ କୁକୁର କାମୁଡ଼ି ଦେବାରୁ ମୋତେ ମୋ ମୁହଁର ସର୍ଜରୀ କରିବାକୁ ପଡ଼ିଲା। ଯେଉଁ ଝିଅ ପଶୁଙ୍କୁ ଖୁବ୍ ଭଲ ପାଉଥିଲା, ଏବେ ସାରା ଜୀବନ ସେମାନଙ୍କୁ ଘୃଣା କରିବ।"

Advertisment

https://www.instagram.com/p/CAHn425F1hC/?utm_source=ig_web_copy_link

ସନା ପୁଣି କହିଛନ୍ତି, ଗୋଟିଏ ଦୁର୍ଘଟଣା, ସାରା ଜୀବନ ପାଇଁ ଏକ ଦାଗ ଛାଡ଼ିଯାଏ। ମୋ ଜୀବନ ଆଉ ପୂର୍ବ ଭଳି ରହିଲା ନାହିଁ। ଏହା ଅନୁଭବ କରିବା ପରେ ମୋ ହୃଦୟ ଭାଙ୍ଗି ପଡ଼ିଛି। ଆଉ ଏହି କଥାଟି ମୋତେ ମାନସିକ ଭାବେ ଦୁର୍ବଳ ଓ ବିବ୍ରତ କରୁଛି। ମୋତେ ସାହସ ଦେଖାଇବାକୁ ହେବ। ଏଣୁ ଏଭଳି କଠିନ ପରିସ୍ଥିତିରେ ମୁଁ ଧୈର୍ଯ୍ୟ ଧରିଛି। ଜୀବନ ନିଜ ଉପାୟରେ ଶିକ୍ଷା ଦେଇଥାଏ। ଏହା ଜାରି ରହିବା ଆବଶ୍ୟକ ବୋଲି ସନା ଭାବୁକ ହୋଇ ନିଜ ଫ୍ୟାନମାନଙ୍କୁ ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe