Advertisment

ନିର୍ବାଚନ ଲଢ଼ିବେନି ସଞ୍ଜୟ ଦତ୍ତ, ଟ୍ୱିଟ୍‌ ଯୋଗେ ଦେଲେ ସୂଚନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା।  ଏବେ କିନ୍ତୁ ସେ ନିଜେ ଏହି କଥାକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଯେ, ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉନାହାନ୍ତି। ସଞ୍ଜୟ ସୋଶାଲ୍‌ ସାଇଟ୍‌ ଟ୍ୱିଟର୍‌ରେ ଟ୍ୱିଟ୍‌ କରି ଏହି ଖବର ଦେଇଛନ୍ତି। ସେ ଟ୍ୱିଟ୍‌ରେ କହିଛନ୍ତି ଯେ, “ଲୋକସଭା ନିର୍ବାଚନରେ ଲଢ଼ିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ମୁଁ ଆମ ଦେଶ ସହିତ ଅଛି। […]

author-image
Rosalin Rath
ନିର୍ବାଚନ ଲଢ଼ିବେନି ସଞ୍ଜୟ ଦତ୍ତ, ଟ୍ୱିଟ୍‌ ଯୋଗେ ଦେଲେ ସୂଚନା

s11

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା।  ଏବେ କିନ୍ତୁ ସେ ନିଜେ ଏହି କଥାକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଯେ, ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉନାହାନ୍ତି। ସଞ୍ଜୟ ସୋଶାଲ୍‌ ସାଇଟ୍‌ ଟ୍ୱିଟର୍‌ରେ ଟ୍ୱିଟ୍‌ କରି ଏହି ଖବର ଦେଇଛନ୍ତି। ସେ ଟ୍ୱିଟ୍‌ରେ କହିଛନ୍ତି ଯେ, “ଲୋକସଭା ନିର୍ବାଚନରେ ଲଢ଼ିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ମୁଁ ଆମ ଦେଶ ସହିତ ଅଛି। ମୁଁ ମୋ ଭଉଣୀ ପ୍ରିୟା ଦତ୍ତଙ୍କୁ ସମର୍ଥନ କରୁଛି”।

Advertisment

ସଞ୍ଜୟ ତାଙ୍କ ଭଉଣୀକୁ ସମର୍ଥନ କରି ସାଧାରଣ ଜନତାଙ୍କୁ ମଧ୍ୟ  ଅପିଲ୍‌ କରିଛନ୍ତି। ଅପିଲ୍‌ କରି ସେ କହିଛନ୍ତି ଯେ, “ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ, ସମସ୍ତେ ଅଧିକାରୁ ଅଧିକା ଭୋଟ୍‌ ଦେବା ପାଇଁ ଯାଆନ୍ତୁ”।
https://www.instagram.com/p/ButCp9JHAVU/?utm_source=ig_web_copy_link

ଏଠାରେ ଆପଣ ଜାଣିଛନ୍ତି କି, ସଞ୍ଜୟ ଦତ୍ତଙ୍କ ବାପା ସୁନିଲ୍‌ ଦତ୍ତ ମନମୋହନ ସିଂଙ୍କ ସରକାରରେ କ୍ରିଡ଼ା ମନ୍ତ୍ରୀ ଥିଲେ। ସେ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ଏହି ଭାର ସମ୍ଭାଳିଥିଲେ। ଏହାପରେ ସୁନିଲ୍‌ ଦତ୍ତଙ୍କ ଝିଅ ବା ସଞ୍ଜୟଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ କଂଗ୍ରେସର ସାଂସଦ ଥିଲେ।

Advertisment

ଏଠାରେ ଆମେ କହିରଖିବାକୁ ଚାହଁଛୁ ଯେ, ସଞ୍ଜୟ ଦତ୍ତ ଉତ୍ତରପ୍ରଦେଶର ଗାଜିଆବାଦ୍‌ ଜିଲ୍ଲାରୁ ନିର୍ବାଚନ ଲଢ଼ିବେ ବୋଲି ଖବର ଆସିଥିଲା। ଏହି ଖବର ମଧ୍ୟ ସୋଶାଲ୍‌ ମିଡିଆରେ ବହୁତ ଭାଇରାଲ୍‌ ହୋଇଥିଲା। ଏକ ରିପୋର୍ଟ ଅନୁସାରେ କୁହାଯାଉଥିଲା ଯେ, ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି(SP) ଏବଂ ବହୁଜନ ସମାଜବାଦୀ ପାର୍ଟି (BSP)ଙ୍କ ଗଣ୍ଠବନ୍ଧନ୍ ପରେ କୁମାର ବିଶ୍ୱାସଙ୍କୁ ସଞ୍ଜୟଙ୍କ ବିପକ୍ଷରେ ଠିଆ କରାଯିବ।

https://twitter.com/duttsanjay/status/1110125471629344776

ଏଠାରେ ବଲିଉଡ୍ କଥା କହିବା ଯଦି ସଞ୍ଜୟ ବହୁତ ଶିଘ୍ର ଫିଲ୍ମ “କଲଙ୍କ୍”ରେ ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବାର ଆପଣ ଦେଖିବାକୁ ପାଇବେ। ଏହା ସହ ସଞ୍ଜୟ ଦତ୍ତଙ୍କ ପାଖରେ ଆହୁରି ବହୁତ ପ୍ରୋଜେକ୍ଠ ରହିଛି।

ସେ ଆଗକୁ ପ୍ରସ୍ଥାନମ୍(Prasthanam) ତୋର୍‌ବାଜ୍‌(Torbaaz) ଏବଂ ପାନିପଥ୍‌ (Panipat) ଫିଲ୍ମରେ କାମ କରିବାର ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ତାଙ୍କର ଅନେକ ଫିଲ୍ମ ରିଲିଜ୍ ହେବାର ସମ୍ଭାବନା ଅଛି।