ସଞ୍ଜୟ ଦତ୍ତଙ୍କୁ ଫୁସ୍ଫୁସ୍ କର୍କଟ, ଚିକିତ୍ସା ପାଇଁ ଆମେରିକା ଯିବେ
ମୁମ୍ବାଇ: ବଲିଉଡ୍ର ସଞ୍ଜୁ ବାବା ଭାବେ ପରିଚିତ ସଞ୍ଜୟ ଦତ୍ତଙ୍କ ଶରୀରରେ ଫୁସ୍ଫୁସ୍ କର୍କଟ ଚିହ୍ନ କରାଯାଇଛି। ବର୍ତ୍ତମାନ ଏହା ଷ୍ଟେଜ୍ ୩ରେ ଅଛି।
ସଞ୍ଜୟ ଗତ କିଛି ଦିନ ତଳେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଗୋଟିଏ ଦିନ ପରେ ଘରକୁ ଫେରି ଯାଇଥିଲେ। ତେବେ ଆଜି ହସ୍ପିଟାଲ ଯିବା ପରେ ଫୁସ୍ଫୁସ୍ କର୍କଟ ବା ଲଙ୍ଗ କ୍ୟାନ୍ସର ବାବଦରେ ଜଣାପଡ଼ିଥିଲା। ସେ ବର୍ତ୍ତମାନ ଚିକିତ୍ସା ପାଇଁ ଆମେରିକା ଯିବାର ଅଛି ବୋଲି କିଛି ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛନ୍ତି।
— Sanjay Dutt (@duttsanjay) August 11, 2020
ଆଜି ହିଁ ସଞ୍ଜୟ ଦତ୍ତ ଟ୍ୱିଟ୍ କରି କାମରୁ ବିରତି ନେଉଥିବା କଥା କହିଥିଲେ। ତାଙ୍କର ଚିକିତ୍ସା ହେବାର ଅଛି, ତେଣୁ କାମରୁ ବିରତି ନେଉଥିବା ଲେଖିଥିଲେ। ସେ ଲେଖିଥିଲେ ମୋ ପରିବାର ଏବଂ ବନ୍ଧୁଗଣ ମୋ ସହ ଅଛନ୍ତି। ମୋ ଶୁଭେଚ୍ଛୁମାନଙ୍କୁ ମଧ୍ୟ ଆହ୍ୱାନ କରୁଛି ଅନାବଶ୍ୟକ ଭାବେ କିଛି ଆକଳନ କରନ୍ତୁନି। ଆପଣମାନଙ୍କ ଭଲ ପାଇବା ଏବଂ ଶୁଭକାମନା ବଳରେ ମୁଁ ଖୁବ୍ ଶୀଘ୍ର ଫେରିବି।
Just wanted to assure everyone that I’m doing well. I’m currently under medical observation & my COVID-19 report is negative. With the help & care of the doctors, nurses & staff at Lilavati hospital, I should be home in a day or two. Thank you for your well wishes & blessings 🙏
— Sanjay Dutt (@duttsanjay) August 8, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।