Advertisment

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କର୍କଟ, ଚିକିତ୍ସା ପାଇଁ ଆମେରିକା ଯିବେ

ମୁମ୍ବାଇ: ବଲିଉଡ୍‌ର ସଞ୍ଜୁ ବାବା ଭାବେ ପରିଚିତ ସଞ୍ଜୟ ଦତ୍ତଙ୍କ ଶରୀରରେ ଫୁସ୍‌ଫୁସ୍‌ କର୍କଟ ଚିହ୍ନ କରାଯାଇଛି। ବର୍ତ୍ତମାନ ଏହା ଷ୍ଟେଜ୍‌ ୩ରେ ଅଛି। ସଞ୍ଜୟ ଗତ କିଛି ଦିନ ତଳେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଗୋଟିଏ ଦିନ ପରେ ଘରକୁ ଫେରି ଯାଇଥିଲେ। ତେବେ ଆଜି ହସ୍ପିଟାଲ ଯିବା ପରେ ଫୁସ୍‌ଫୁସ୍‌ କର୍କଟ ବା ଲଙ୍ଗ କ୍ୟାନ୍ସର ବାବଦରେ ଜଣାପଡ଼ିଥିଲା। ସେ ବର୍ତ୍ତମାନ ଚିକିତ୍ସା […]

ଅଦ୍ୟତନ ହୋଇଛି
ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କର୍କଟ, ଚିକିତ୍ସା ପାଇଁ ଆମେରିକା ଯିବେ

sssnjay-dutt

Advertisment

ମୁମ୍ବାଇ: ବଲିଉଡ୍‌ର ସଞ୍ଜୁ ବାବା ଭାବେ ପରିଚିତ ସଞ୍ଜୟ ଦତ୍ତଙ୍କ ଶରୀରରେ ଫୁସ୍‌ଫୁସ୍‌ କର୍କଟ ଚିହ୍ନ କରାଯାଇଛି। ବର୍ତ୍ତମାନ ଏହା ଷ୍ଟେଜ୍‌ ୩ରେ ଅଛି।

Advertisment

ସଞ୍ଜୟ ଗତ କିଛି ଦିନ ତଳେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଗୋଟିଏ ଦିନ ପରେ ଘରକୁ ଫେରି ଯାଇଥିଲେ। ତେବେ ଆଜି ହସ୍ପିଟାଲ ଯିବା ପରେ ଫୁସ୍‌ଫୁସ୍‌ କର୍କଟ ବା ଲଙ୍ଗ କ୍ୟାନ୍ସର ବାବଦରେ ଜଣାପଡ଼ିଥିଲା। ସେ ବର୍ତ୍ତମାନ ଚିକିତ୍ସା ପାଇଁ ଆମେରିକା ଯିବାର ଅଛି ବୋଲି କିଛି ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛନ୍ତି।

https://twitter.com/duttsanjay/status/1293142626850336775?s=20

ଆଜି ହିଁ ସଞ୍ଜୟ ଦତ୍ତ ଟ୍ୱିଟ୍‌ କରି କାମରୁ ବିରତି ନେଉଥିବା କଥା କହିଥିଲେ। ତାଙ୍କର ଚିକିତ୍ସା ହେବାର ଅଛି, ତେଣୁ କାମରୁ ବିରତି ନେଉଥିବା ଲେଖିଥିଲେ। ସେ ଲେଖିଥିଲେ ମୋ ପରିବାର ଏବଂ ବନ୍ଧୁଗଣ ମୋ ସହ ଅଛନ୍ତି। ମୋ ଶୁଭେଚ୍ଛୁମାନଙ୍କୁ ମଧ୍ୟ ଆହ୍ୱାନ କରୁଛି ଅନାବଶ୍ୟକ ଭାବେ କିଛି ଆକଳନ କରନ୍ତୁନି। ଆପଣମାନଙ୍କ ଭଲ ପାଇବା ଏବଂ ଶୁଭକାମନା ବଳରେ ମୁଁ ଖୁବ୍‌ ଶୀଘ୍ର ଫେରିବି।

Advertisment

https://twitter.com/duttsanjay/status/1292148318148026368?s=20

Sanjay Dutt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe