Advertisment

କ୍ୟାନସର୍ ଲଢ଼େଇ ଜିତିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ସଞ୍ଜୟ ଦତ୍ତଙ୍କ ଯାଆଁଳ ସନ୍ତାନ ଶହରାନ୍ ଓ ଇକରାଙ୍କର ଆଜି ଦଶମ ଜନ୍ମଦିନ। ଏହି ଅବସରରେ ସଞ୍ଜୟ ଦତ୍ତ ନିଜ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି। ସଞ୍ଜୟ ଏବେ କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ହରାଇ ଦେଇଛନ୍ତି। ଖୋଦ୍ ସଞ୍ଜୟ ଦତ୍ତ ଏହି ସୂଚନା ଦେଇଛନ୍ତି। ନିଜର ଏହି ଲଢ଼େଇରେ ତାଙ୍କୁ ସାଥ୍ ଦେବା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। My heart is filled with gratitude as […]

author-image
Ranjit Kumar Jena
କ୍ୟାନସର୍ ଲଢ଼େଇ ଜିତିଲେ ସଞ୍ଜୟ ଦତ୍ତ

anjay

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ସଞ୍ଜୟ ଦତ୍ତଙ୍କ ଯାଆଁଳ ସନ୍ତାନ ଶହରାନ୍ ଓ ଇକରାଙ୍କର ଆଜି ଦଶମ ଜନ୍ମଦିନ। ଏହି ଅବସରରେ ସଞ୍ଜୟ ଦତ୍ତ ନିଜ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି। ସଞ୍ଜୟ ଏବେ କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ହରାଇ ଦେଇଛନ୍ତି। ଖୋଦ୍ ସଞ୍ଜୟ ଦତ୍ତ ଏହି ସୂଚନା ଦେଇଛନ୍ତି। ନିଜର ଏହି ଲଢ଼େଇରେ ତାଙ୍କୁ ସାଥ୍ ଦେବା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

https://twitter.com/duttsanjay/status/1318844135348948993?s=20

ସଞ୍ଜୟ ଦତ୍ତ ସୋଶାଲ୍ ମିଡିଆରେ ଲେଖିଛନ୍ତି, ଗତ କିଛି ସପ୍ତାହ ଧରି ମୋର ଏବଂ ମୋ ପରିବାର ପାଇଁ ବହୁତ କଷ୍ଟକର ଥିଲା। କିନ୍ତୁ କଥାରେ ଅଛି, କୌଣସି ବଡ଼ ଲଢ଼େଇ ପାଇଁ ଭଗବାନ ମଧ୍ୟ ଦୁଃସାହସିକ ଯୋଦ୍ଧା ବାଛନ୍ତି। ଆଉ ଆଜି ନିଜର ପିଲାମାନଙ୍କ ଜନ୍ମଦିନରେ ମୁଁ ଖୁସିର ସହ କହିବାକୁ ଚାହୁଁଛି ଯେ ମୁଁ କ୍ୟାନସର୍ ଲଢ଼େଇ ଜିତିନେଇଛି। ଏଥିସହ ନିଜ ପରିବାରକୁ ସବୁଠାରୁ ଜରୁରୀ ଏବଂ ମୂଲ୍ୟବାନ ଉପହାର ଭାବେ ନିଜ ଶରୀର ଓ ସ୍ୱାସ୍ଥ୍ୟ ଦେଉଛି।

Sanjay Dutt: Battle worn, but beloved!

ସଞ୍ଜୟ ଆହୁରି କହିଛନ୍ତି, ଏସବୁ ଆପଣଙ୍କ ସମର୍ଥନ ଓ ଭଲପାଇବା ବିନା ସମ୍ଭବ ହୋଇପାରି ନଥାନ୍ତା। ମୁଁ ନିଜ ପରିବାର, ବନ୍ଧୁ ଓ ସବୁ ଫ୍ୟାନଙ୍କ ନିକଟରେ କୃତଜ୍ଞ ଯେ ସେମାନେ ଏହି କଠିନ ଯାତ୍ରାରେ ମୋତେ ସାଥ୍ ଦେଇଛନ୍ତି। ଆପଣ ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ। ମୁଁ କୋକିଲାବେନ୍ ହସ୍ପିଟାଲର ଡାକ୍ତର ସେୱାନ୍ତି ଓ ତାଙ୍କର ପୂରା ଟିମ୍ ଓ ହସ୍ପିଟାଲର ସବୁ କର୍ମଚାରୀଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋର ଏତେ ଯତ୍ନ ନେଇଛନ୍ତି।

Advertisment

ସୂଚନାଯୋଗ୍ୟ, ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଖବର ଆସିଥିଲା। ତାଙ୍କୁ ନିଶ୍ୱାସ-ପ୍ରଶ୍ୱାସ ନେବାରେ ବହୁତ ସମସ୍ୟା ହେଉଥିଲା। ଏପରିକି ଛାତିରେ ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଥିଲା। ଅଗଷ୍ଟ ୧୧ ତାରିଖରେ ସେ ମେଡିକାଲ୍ ଟ୍ରିଟମେଣ୍ଟ ପାଇଁ କିଛି ସମୟ ବ୍ରେକ୍ ନେଇଥିଲେ। କିନ୍ତୁ ସେ ନିଜର ଚିକିତ୍ସା ଠିକଣା ସମୟରେ କରାଇଥିଲେ ଏବଂ ଏବେ ପୂରା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Sanjay Dutt