Advertisment

କେବଳ ଫିଲ୍ମ ନୁହେଁ ବଲିଉଡ୍‌ କଳାକାରଙ୍କ ରିଅଲ୍‌ ଲାଇଫ୍‌ରେ ବି ଲାଗିସାରିଛି “କଲଙ୍କ୍‌”

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁନ୍‌ ଧାୱନ୍‌, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ , ମାଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରଏ କପୁର୍‌ଙ୍କ ଭଳି ଷ୍ଟାର୍‌ ଥିବା ଫିଲ୍ମ “କଲଙ୍କ୍‌” ର ଟ୍ରେଲର୍‌ ଗତ ମଙ୍ଗଳବାର ରିଲିଜ୍‌ ହୋଇ ସାରିଛି। ଏହାର ଟ୍ରେଲର୍‌କୁ ଏତେ ଭଲପାଇବା ମିଳିନାହିଁ ଯାହା ଫିଲ୍ମର ଟିଜର୍‌କୁ ମିଳିଥିଲା। ଟିଜର୍‌ ରିଲିଜ୍‌ ହେବା ପରେ ସଞ୍ଜୟ ଦତ୍ତଙ୍କୁ ପଚରା ଯାଇଥିଲା ଯେ, ଆପଣ ଆପଣଙ୍କ ଜୀବନର କେଉଁ କଳଙ୍କକୁ ସଫା କହିବାକୁ […]

ଅଦ୍ୟତନ ହୋଇଛି
କେବଳ ଫିଲ୍ମ ନୁହେଁ ବଲିଉଡ୍‌ କଳାକାରଙ୍କ ରିଅଲ୍‌ ଲାଇଫ୍‌ରେ ବି ଲାଗିସାରିଛି “କଲଙ୍କ୍‌”

b11

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁନ୍‌ ଧାୱନ୍‌, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ , ମାଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରଏ କପୁର୍‌ଙ୍କ ଭଳି ଷ୍ଟାର୍‌ ଥିବା ଫିଲ୍ମ “କଲଙ୍କ୍‌” ର ଟ୍ରେଲର୍‌ ଗତ ମଙ୍ଗଳବାର ରିଲିଜ୍‌ ହୋଇ ସାରିଛି। ଏହାର ଟ୍ରେଲର୍‌କୁ ଏତେ ଭଲପାଇବା ମିଳିନାହିଁ ଯାହା ଫିଲ୍ମର ଟିଜର୍‌କୁ ମିଳିଥିଲା। ଟିଜର୍‌ ରିଲିଜ୍‌ ହେବା ପରେ ସଞ୍ଜୟ ଦତ୍ତଙ୍କୁ ପଚରା ଯାଇଥିଲା ଯେ, ଆପଣ ଆପଣଙ୍କ ଜୀବନର କେଉଁ କଳଙ୍କକୁ ସଫା କହିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ, ମୋତେ ସବୁ ପାପର ଦଣ୍ଡ ମିଳିସାରିଛି। ଆଉ ମୁଁ ମୋର ସବୁ କଳଙ୍କକୁ ଧୋଇ ସାରିଛି।

Advertisment

ତେବେ ଆମେ ଏଠାରେ କହିବାକୁ ଚାହୁଁଛୁ ଯେ, ସଞ୍ଜୟ ଦତ୍ତଙ୍କ ଭଳି ବଲିଉଡ୍‌ରେ ଆହୁରି ଅନେକ କଳାକାର ଅଛନ୍ତି ଯାହାଙ୍କର ରିଅଲ୍‌ ଲାଇଫ୍‌ରେ କଳଙ୍କ ଲାଗିଛି। ତେବେ ଜାଣନ୍ତୁ କିଏ ସେହି କଳାକାରମାନେ।

ସଞ୍ଜୟ ଦତ୍ତ

publive-image

୧୯୯୩ରେ ମୁମ୍ବାଇରେ ହୋଇଥିବା ବମ୍‌ ବ୍ଲାଷ୍ଟରେ ବହୁ ଲୋକଙ୍କ ଜୀବନ ଚାଲିଯାଇଥିଲା। ଏହା ପରେ ସଞ୍ଜୟ ଦତ୍ତଙ୍କ ପାଖରୁ ବେଆଇନ୍‌ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର  ଜବତ୍‌  ହୋଇଥିଲା। ତେବେ ଏହି କେସ୍‌ ସଞ୍ଜୟ ଦତ୍ତଙ୍କ ବିରୋଧରେ ବହୁ ବର୍ଷ ଧରି ଚାଲିଥିଲା। ଆଉ ଏଥିପାଇଁ ତାଙ୍କୁ ଜେଲ୍‌ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲା। ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ “ସଞ୍ଜୁ”ରେ  ଏହି ବିଷୟରେ ବିସ୍ତୃତ ଭାବେ ଦର୍ଶାଯାଇଛି।

Advertisment

ସଲ୍‌ମାନ୍‌ ଖାନ୍‌

publive-image

ଦବଙ୍ଗ୍‌ ଖାନ୍‌ଙ୍କ ଉପରେ ଦୁଇଟି ମାମଲା ଚାଲିଛି। ୧୯୯୮ରେ ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ୍‌ ଆକ୍ଟ ୫୧ ଅନୁସାରେ କୃଷ୍ଣସାର ମୃଗ ଶିକାର କରିଥିବା ମାମଲା ଦାୟର୍‌ ହୋଇଥିଲା। ଅନେକ ବର୍ଷ ଧରି ଚାଲିଥିବା ଏହି ମାମଲାରେ ଯୋଦ୍ଧପୁର କୋର୍ଟ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଶୁଣାଇଥିଲେ।

ଏହା ସହ ୨୦୦୨ ମସିହାରେ ମୁମ୍ବାଇର ବାନ୍ଦ୍ରା ସହରରେ ଦିନେ ବିଳମ୍ୱିତ ରାତିରେ ରାସ୍ତା କଡ଼ରେ ଶୋଇଥିବା କିଛି ଲୋକଙ୍କ ଉପରେ ସଲମାନ ଗାଡ଼ି ଚଢ଼ାଇ ଦେଇଥିଲେ। ଏହି ‘ହିଟ୍‌ ଆଣ୍ଡ ରନ୍‌’ କେସ୍‌ ସଲମାନଙ୍କ ବିରୋଧରେ ଋଜୁ ହୋଇଥିଲା।

ଶାହାରୁଖ୍‌ ଖାନ୍‌

publive-image

ସୁପରଷ୍ଟାର୍‌ ସଞ୍ଜୟ ଦତ୍ତ ଏବଂ ସଲ୍‌ମାନ୍‌ଙ୍କ ପରି ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ମଧ୍ୟ ବିବାଦରେ ଫସିଥିଲେ। ୨୦୦୨ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ସୁରକ୍ଷା କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଶାହାରୁଖଙ୍କ ଉପରେ ଆରୋପ ଲାଗିଥିଲା।

ଏହା ସହ ତାଙ୍କ ଫିଲ୍ମ “ରଇଜ୍‌”ର ପ୍ରମୋସନ୍‌ କଲାବେଳେ ରାଜସ୍ଥାନର କୋଟା ରେଲ୍‌ୱେ ଷ୍ଟେସନ୍‌ରେ ରେଲ୍‌ୱେ ସମ୍ପତ୍ତି ନଷ୍ଟ କରିଥିବାର ଆରୋପ ମଧ୍ୟ କିଙ୍ଗ୍‌ ଖାନଙ୍କ ଉପରେ ଲାଗିଥିଲା।

ନବାଜୁଦ୍ଦିନ୍‌ ସିଦ୍ୱିକୀ

publive-image

ଆପଣ ତ ଜାଣିଥିବେ ନବାଜୁଦ୍ଦିନ୍‌ ସିଦ୍ଦିକୀ ବିବାଦଠାରୁ ବହୁ ଦୂରରେ ରୁହନ୍ତି। କିନ୍ତୁ ୨୦୧୮ରେ ତାଙ୍କ ନାମ ମଧ୍ୟ ବିବାଦ ଘେରକୁ ଆସିଥିଲା। ନବାଜୁଦ୍ଦିନ୍‌ଙ୍କ ଉପରେ ତାଙ୍କ ପତ୍ନୀଙ୍କ ଜାସୁସୀ କରିବା ଏବଂ ତାଙ୍କ କଲ୍‌ ରେକର୍ଡ଼ ବାହାର କରିବା ଆରୋପ ଲାଗିଥିଲା।

ସୁରଜ୍‌ ପଞ୍ଚୋଲି

publive-image

ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୁରଜ୍‌ ପଞ୍ଚୋଲି ୨୦୧୫ ମସିହାରେ ‘ହିରୋ’ ଫିଲ୍ମ ଜରିଆରେ ବଲିଉଡ଼ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ସୁନୀଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି। ହେଲେ ବଲିଉଡ଼ରେ ପ୍ରବେଶ ପୂର୍ବରୁ ହିଁ ସୂରଜ ବିବାଦରେ ଫସି ଜେଲ୍‌ ଯାଇ ସାରିଥିଲେ।

ଅଭିନେତ୍ରୀ ଜିଆ ଖାନ୍‌ଙ୍କ ମୃତ୍ୟୁ ପରେ ସୁରଜ୍‌ଙ୍କ ନାମ ସନ୍ଦେହ ଘେରକୁ ଆସିଥିଲା। ସୁରଜ୍‌ ଏବଂ ଜିଆ ଦୁହେଁ ରିଲେସନ୍‌ସିପ୍‌ରେ ଥିଲେ। ତାଙ୍କ ମୃତ୍ୟ ପରେ ସୁରଜ୍‌ଙ୍କ ଉପରେ ଅନେକ ଆରୋପ୍‌ ଲାଗିଥିଲା।

ଗୋବିନ୍ଦା

publive-image

୯୦ ଦଶକର ସୁପରଷ୍ଟାର୍‌ ଗୋବିନ୍ଦାଙ୍କ ଉପରେ ଫିଲ୍ମ “ମନି ହେ ତୋ ହନି ହେ” ସୁଟିଂ ସମୟରେ ଜଣେ ଭିଜିଟର୍‌ଙ୍କୁ ଚାପୁଡ଼ା ମାରିବାର ଆରୋପ ଲାଗିଥିଲା। ୨୦୦୮ରେ ଆରମ୍ଭ ଏହି କେସ୍‌ ୨୦୧୭ରେ ସୁପ୍ରିମ୍‌କୋର୍ଟରେ ବନ୍ଦ ହୋଇଥିଲା।

ଜିତେନ୍ଦ୍ର

publive-image

ବିଗତ ଦିନର ଡ୍ୟାନ୍ସିଂ ହିରୋ ଜିତେନ୍ଦ୍ରଙ୍କ ଉପରେ ମଧ୍ୟ କଳଙ୍କର ଛିଟା ଲାଗିଛି।  ନିଜର ଜଣେ ସମ୍ପର୍କୟାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ସିମ୍‌ଲା  ତାଙ୍କୁ ପୁଲିସ୍‌ ଆରେଷ୍ଟ କରି ନେଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe