Advertisment

ସାହାଯ୍ୟର ହାତ ବଢ଼ାଇଲେ ସଞ୍ଜୟ

ମୁମ୍ବାଇ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଯୁଦ୍ଧ ଚଲାଇଛି। ଭାରତ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ଲକଡାଉନ୍ ଅବଧିକୁ ବି ବଢ଼ାଇ ଦେଇଛନ୍ତି। ଗତକାଲି ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଶେଷ ହୋଇଥିବା ବେଳେ ଆଜିଠାରୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି, ଯାହା ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସହିତ ଗରିବ ଲୋକଙ୍କୁ ନିଜ […]

ଅଦ୍ୟତନ ହୋଇଛି
ସାହାଯ୍ୟର ହାତ ବଢ଼ାଇଲେ ସଞ୍ଜୟ

sanjay dutt

Advertisment

ମୁମ୍ବାଇ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଯୁଦ୍ଧ ଚଲାଇଛି। ଭାରତ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ଲକଡାଉନ୍ ଅବଧିକୁ ବି ବଢ଼ାଇ ଦେଇଛନ୍ତି। ଗତକାଲି ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଶେଷ ହୋଇଥିବା ବେଳେ ଆଜିଠାରୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି, ଯାହା ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସହିତ ଗରିବ ଲୋକଙ୍କୁ ନିଜ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ନିବେଦନ କରୁଛନ୍ତି। ତା’ସହିତ ‘ପିଏମ୍‌ କେୟାର୍‌ସ ଫଣ୍ଡ’ ବି ଖୋଲାଯାଇଛି। ଏଥିରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକେ ବି ଦାନ କରୁଛନ୍ତି। ଏହିକ୍ରମରେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବି ସାହାଯ୍ୟର ହାତ ବଢ଼ାଇଛନ୍ତି।

Advertisment

ସୂଚନା ଅନୁଯାୟୀ, ବର୍ତ୍ତମାନ ସମୟରେ ରୋଜଗାର କିଛି ମାଧ୍ୟମ ପାଉ ନଥିବା ତଥା ସେମିତି କିଛି ସଞ୍ଚୟ ରଖି ନଥିବା ଏକ ହଜାର ଗରିବ ପରିବାରଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଞ୍ଜୟ ପୂର୍ବରୁ ବି କରୋନା ବିରୋଧରେ ଲଢ଼େଇରେ ସହଯୋଗ କରିସାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, "ଏହା ସମଗ୍ର ଦେଶ ପାଇଁ ସବୁଠାରୁ ଭୟଙ୍କର ସମୟ। ଏଭଳି ସମୟରେ ସମସ୍ତେ ପରସ୍ପରକୁ ନିଜ ହିସାବରେ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି, ତାହା ପୁଣି ସାମାଜିକ ଦୂରତା ବଜାୟ ରଖି।”

https://www.instagram.com/p/B-eY6mHndMb/?utm_source=ig_web_copy_link

ସୂଚନାଯୋଗ୍ୟ, ସଞ୍ଜୟ ଦତ୍ତଙ୍କ ପୂର୍ବରୁ ବଲିଉଡର ଅନେକ କଳାକାର ସାହାଯ୍ୟ ପାଇଁ ହାତ ବଢ଼ାଇସାରିଲେଣି। ସେମାନଙ୍କ ମଧ୍ୟରେ ଶାହାରୁଖ ଖାନ୍, ସଲମାନ ଖାନ୍, ଅକ୍ଷୟ କୁମାର, ଆମୀର ଖାନ୍, ଅଜୟ ଦେଭଗନ୍, ରୋହିତ ଶେଟ୍ଟୀ, କରଣ ଜୋହର, ଅମିତାଭ ବଚ୍ଚନ, ବରୁଣ ଧୱନ, କରୀନା କପୁର, ସୈଫ୍ ଅଲ୍ଲୀ ଖାନ୍, ଅନୁଷ୍କା ଶର୍ମା, ସୋନମ କପୁର, କ୍ରିତି ସେନନ୍, କାର୍ତ୍ତୀକ ଆର୍ଯ୍ୟନ, କଙ୍ଗନା ରଣାୱତ୍, ରଣବୀର ସିଂହ, ଦୀପିକା ପାଦୁକୋନ୍ ଓ ଶିଳ୍ପା ଶେଟ୍ଟୀଙ୍କ ପରି ଷ୍ଟାରମାନେ ସାମିଲ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe