Advertisment

ଦୁବାଇରେ ପରିବାର, ଚିନ୍ତାରେ ସଞ୍ଜୟ

ମୁମ୍ବାଇ: ସଞ୍ଜୟ ଦତ୍ତ ଏବେ ତାଙ୍କ ପତ୍ନୀ ମାନ୍ୟତା ଏବଂ ୯ ବର୍ଷର ଯାଆଁଳା ଶିଶୁ ଶାହରାନ୍ ଓ ଇକ୍ରାଙ୍କଠାରୁ ଦୂରରେ ଅଛନ୍ତି। ଭାରତରେ ଲକ୍‌ ଡାଉନ୍‌ ହେବା ପୂର୍ବରୁ ସେମାନେ ଦୁବାଇ ଯାଇଥିଲେ। ଆଉ ସେଠାରୁ ଫେରିପାରି ନାହାନ୍ତି। ଏବେ ଅଭିନେତା ସଞ୍ଜୟ ପ୍ରତିଦିନ ତାଙ୍କ ପିଲାମାନଙ୍କ ସହିତ ଭିଡିଓ କଲ କରୁଛନ୍ତି। ତଥାପି ସେମାନଙ୍କ ସୁରକ୍ଷା ଚିନ୍ତା ତାଙ୍କୁ ଲାଗି ରହିଛି ବୋଲି ସଂଜୁ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି। ସଞ୍ଜୟ ଆହୁରି କହିଛନ୍ତି, “ଅତୀତରେ […]

ଦୁବାଇରେ ପରିବାର, ଚିନ୍ତାରେ ସଞ୍ଜୟ

san

Advertisment

ମୁମ୍ବାଇ: ସଞ୍ଜୟ ଦତ୍ତ ଏବେ ତାଙ୍କ ପତ୍ନୀ ମାନ୍ୟତା ଏବଂ ୯ ବର୍ଷର ଯାଆଁଳା ଶିଶୁ ଶାହରାନ୍ ଓ ଇକ୍ରାଙ୍କଠାରୁ ଦୂରରେ ଅଛନ୍ତି। ଭାରତରେ ଲକ୍‌ ଡାଉନ୍‌ ହେବା ପୂର୍ବରୁ ସେମାନେ ଦୁବାଇ ଯାଇଥିଲେ। ଆଉ ସେଠାରୁ ଫେରିପାରି ନାହାନ୍ତି। ଏବେ ଅଭିନେତା ସଞ୍ଜୟ ପ୍ରତିଦିନ ତାଙ୍କ ପିଲାମାନଙ୍କ ସହିତ ଭିଡିଓ କଲ କରୁଛନ୍ତି। ତଥାପି ସେମାନଙ୍କ ସୁରକ୍ଷା ଚିନ୍ତା ତାଙ୍କୁ ଲାଗି ରହିଛି ବୋଲି ସଂଜୁ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

Advertisment

ସଞ୍ଜୟ ଆହୁରି କହିଛନ୍ତି, “ଅତୀତରେ ମୁଁ ମୋ ଜୀବନର କିଛି ସମୟକୁ ଏକ ଲକ୍‌ ଡାଉନ୍‌ରେ ବିତାଇଥିଲି। ସେତେବେଳେ ବି ମୁଁ ମୋ ପରିବାରକୁ ମନେ ପକାଉଥିଲି ଆଉ ଏବେ ବି। ମୋ ପାଇଁ, ସେମାନେ ସବୁକିଛି | ଟେକ୍ନୋଲୋଜିକୁ ଧନ୍ୟବାଦ, ମୁଁ ଦିନରେ ଏକାଧିକ ଥର ସେମାନଙ୍କୁ ଦେଖିପାରୁଛି ଏବଂ କଥାବାର୍ତ୍ତା କରିପାରୁଛି।  ଏମିତି ସମୟଗୁଡ଼ିକ ତୁମକୁ ଜୀବନର ଦୁର୍ବଳତା ଏବଂ ତୁମର ପ୍ରିୟ ଲୋକଙ୍କ ସହିତ ବିତାଇଥିବା ମୁହୂର୍ତ୍ତର ମୂଲ୍ୟ ବିଷୟରେ ଶିକ୍ଷା ଦିଏ। ଆଉ ଯଦିଓ ମୁଁ ଜାଣେ ଯେ ସେମାନେ ଭଲ ଅଛନ୍ତି, ତଥାପି ସେମାନଙ୍କ ଚିନ୍ତା ରହୁଛି।"

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe