qw
ମୁମ୍ବାଇ : ଗତ କିଛି ମାସ ହେବ ଡେବ୍ୟୁ କରିଥିବା ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେକୁ ନେଇ ଚର୍ଚ୍ଚା ଲାଗି ରହୁଛି। କେତେବେଳେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହ ଆଫେୟାରକୁ ନେଇ ତ କେତେବେଳେ ତାଙ୍କ ଡ୍ରେସ୍କୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ସେ ପିନ୍ଧିଥିବା ଏକ ଡ୍ରେସ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଅନନ୍ୟାଙ୍କ ଡ୍ରେସ୍କୁ ନେଇ ପ୍ରତିକ୍ରିୟା ଦେଇ ସଞ୍ଜୟ କପୁର ଅଡୁଆରେ ପଡିଯାଇଛନ୍ତି।
ସୂଚନା ଅନୁଯାୟୀ, ନିକଟରେ ଅନନ୍ୟା କଳା ରଙ୍ଗର ଶର୍ଟ ଡ୍ରେସ୍ ପିନ୍ଧି ଏକ ଭିଡିଓ କରିଥିଲେ। ଏହି ଭିଡିଓକୁ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଥିଲେ। ଦର୍ଶକ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଥିବା ବେଳେ ଅଭିନେତା ସଞ୍ଜୟ କପୁର ନିଜର ପ୍ରତିକ୍ରିୟା ରଖିଥିଲେ।
ସେ ଲେଖିଥିଲେ, ଅନନ୍ୟା କପୁର ଏ ପୋଷାକ ଖସି ଯାଇପାରେ, ସାବଧାନ ରୁହ। ସଞ୍ଜୟଙ୍କ ଏହି ପ୍ରତିକ୍ରିୟାକୁ ଲୋକେ ପସନ୍ଦ କରି ନଥିଲେ ଓ ତାଙ୍କୁ ଟ୍ରୋଲ୍ କରିଥିଲେ। ସଞ୍ଜୟ ଅନନ୍ୟାଙ୍କ ଭଲ ବନ୍ଧୁ ଶନାୟାଙ୍କ ବାପା ହୋଇଥିବା ବେଳେ ତାଙ୍କର ଏଭଳି ପ୍ରତିକ୍ରିୟା ଦେବା ଉଚିତ ନୁହେଁ ବୋଲି ଲୋକେ କହିଥିଲେ।
https://www.instagram.com/p/B3PotfVABcp/?utm_source=ig_web_copy_link
ସୂଚନା ଅନୁଯାୟୀ, ଅନନ୍ୟା ଏବେ ତାଙ୍କର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର୍ ଓ୍ଵ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ତାଙ୍କ ସହ ଭୂମି ପେଡ୍ନେକର ଓ କାର୍ତ୍ତିକ ଆର୍ଯ୍ୟନ ନଜର ଆସିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/qw-1.jpg)