Advertisment

ବନ୍ଦ ହୋଇଯିବ ‘ସଞ୍ଜୀବନୀ-୨’

ମୁମ୍ବାଇ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଛି ଧାରାବାହିକ ‘ସଞ୍ଜୀବନୀ-୨’। ଗତ ଆଗଷ୍ଟ ମାସରୁ ଏହା ଆରମ୍ଭ ହୋଇଛି। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ହେଲେ ଏବେ ଖବର ଆସୁଛି  ଯେ ଏହି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ। ‘ସଞ୍ଜୀବନୀ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେଣୁ ‘ସଞ୍ଜୀବନୀ-୨’କୁ ବି ଲୋକେ ପସନ୍ଦ କରିବେ ବୋଲି ନିର୍ମାତା ଆଶା ରଖିଥିଲେ। ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି। ସୂଚନା […]

author-image
Chinmayee Roy
‘ସଞ୍ଜିବନୀ ୨’ରୁ ବିଦାୟ ନେଲେ ଏହି ଅଭିନେତ୍ରୀ

sanjivani

ମୁମ୍ବାଇ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଛି ଧାରାବାହିକ ‘ସଞ୍ଜୀବନୀ-୨’। ଗତ ଆଗଷ୍ଟ ମାସରୁ ଏହା ଆରମ୍ଭ ହୋଇଛି। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ହେଲେ ଏବେ ଖବର ଆସୁଛି  ଯେ ଏହି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ।

Advertisment

‘ସଞ୍ଜୀବନୀ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେଣୁ ‘ସଞ୍ଜୀବନୀ-୨’କୁ ବି ଲୋକେ ପସନ୍ଦ କରିବେ ବୋଲି ନିର୍ମାତା ଆଶା ରଖିଥିଲେ। ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି।

publive-imageସୂଚନା ଅନୁଯାୟୀ, ଶୋ’ଟି ଟିଆର୍‌ପି ରେଟିଂ ତାଲିକାର ବହୁତ ତଳେ ରହୁଛି। ‘ସଞ୍ଜୀବନୀ-୨’ ଖୁବ୍ ଅଲଗା ହେବ ବୋଲି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା କହିଥିଲେ। କିନ୍ତୁ ଏଥିରେ କିଛି ନୂଆ ଦେଖିବାକୁ ମିଳୁନାହିଁ। କାହାଣୀ ଦର୍ଶକଙ୍କୁ ପ୍ରଭାବିତ କରିପାରିନି। ତେଣୁ ଏହାକୁ ବନ୍ଦ କରି ଦେବାକୁ ନିର୍ମାତା ଚିନ୍ତା କରୁଥିବା ଜଣାପଡ଼ିଛି।

Advertisment

ତେବେ ଶୋ’ ବନ୍ଦ ହେବା ଖବରକୁ ନିର୍ମାତା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହା କେବଳ ଏକ ଗୁଜବ। ଶୋ’କୁ କମ୍‌ ଟିଆର୍‌ପି ମିଳୁଥିବା ନେଇ କୌଣସି ସୂଚନା ତାଙ୍କୁ ମିଳିନାହିଁ।

ସୂଚନାଯୋଗ୍ୟ, ‘ସଞ୍ଜୀବନୀ-୨’ରେ ଏକ ଡାକ୍ତରଖାନା ଓ ଡାକ୍ତରଙ୍କ ଜୀବନ କାହାଣୀ ଦେଖାଯାଉଛି।