/odisha-reporter/media/post_attachments/uploads/2016/02/kareena-kapoor.jpg)
kareena-kapoor
ମୁମ୍ୱାଇ: ୧୯୯୩ ମୁମ୍ୱାଇ ବିସ୍ଫୋରଣ ମାମଲାରେ ସଜ୍ଜା କାଟି ଗତକାଲି ଜେଲରୁ ମୁକ୍ତ ହୋଇଥିବା ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମରେ କରୀନା କପୁର ଖାନଙ୍କୁ ଦେଖିବାକୁ ମିଳିବ ବୋଲି କିଛି ଦିନ ହେବ ଚାଲିଥିଲା ଜୋରସୋର ଆଲୋଚନା। ତେବେ ଏହା ସଂପୂର୍ଣ୍ଣ ମିଥ୍ୟା ଖବର ବୋଲି କହିଛନ୍ତି କରୀନା। ସେ କହିଛନ୍ତି ଯେ ଏହି ଫିଲ୍ମ ପାଇଁ ତାଙ୍କୁ ଅଫର୍ ମିଳି ନାହିଁ। ଏନେଇ କେହି ତାଙ୍କ ସହିତ ଆଲୋଚନା କରି ନାହାନ୍ତି।
Advertisment
ରାଜକୁମାର ହିରାନି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ରଣବୀର କପୁର ନିଭାଇବେ ସଞ୍ଜୁ ବାବାଙ୍କ ଭୂମିକା। ଶୁଣିବାକୁ ମିଳୁଥିଲା କରୀନା ଏଇ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କ ଭୂମିକାରେ ଅଭିନୟ କରିବାକୁ ଅଫର୍ ପାଇଛନ୍ତି।
ସଞ୍ଜୁଙ୍କ ଜୀବନୀ ଉପରେ ଆଧାରିତ ଏଇ ଫିଲ୍ମକୁ ନିର୍ମାଣ କରୁଛନ୍ତି ବୁଧୂ ବିନୋଦ ଚୋପ୍ରା। ତେବେ ଏ ଫିଲ୍ମରେ କେଉଁ ଅଭିନେତ୍ରୀ ରଣବିରଙ୍କ ବିପକ୍ଷରେ ଆସିବେ ତାହା ନିଷ୍ପତ୍ତି ହୋଇନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
