/odisha-reporter/media/post_attachments/uploads/2019/07/s11-3.jpg)
s11
ମୁମ୍ବାଇ: ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ ଲୋକପ୍ରିୟ ଗାୟିକା ସପ୍ନା ଚୌଧୁରୀଙ୍କ ଏକ ନୂଆ ଗୀତ ଭାଇରାଲ୍ ହେବାରେ ଲାଗିଛି। ‘ଭୋଲେ କା ସ୍ୱାଗ୍’ ନାମରେ ଏହି ଗୀତ ସୋଶାଲ୍ ମିଡିଆରେ ପୂରା ଛାଇ ଯାଇଛି। ଏହାକୁ ଲୋକେ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ସପ୍ନା ଏହି ଗୀତ ଗାଇବା ସହ ଡ୍ୟାନ୍ସ ମଧ୍ୟ କରିଛନ୍ତି। ସପ୍ନାଙ୍କ ସହିତ ଜନି ସୁଫି ମଧ୍ୟ ଏହି ଗୀତରେ ସ୍ୱର ଦେଇଛନ୍ତି।
Advertisment
ୟୁଟ୍ୟୁବ୍ରେ ୧୦ ଲକ୍ଷରୁ ଅଧିକ ଲୋକ ଏହି ଗୀତକୁ ଦେଖି ସାରିଲେଣି। ସପ୍ନା ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ବି ଗୀତଟିକୁ ଶେଆର କରିଛନ୍ତି।
https://www.instagram.com/p/Bz7xZQGBEjl/?utm_source=ig_web_copy_link
ସୂଚନାଯୋଗ୍ୟ, ସପ୍ନା ଚୌଧୁରୀଙ୍କ ଲୋକପ୍ରିୟତା କେବଳ ୟୁପି, ହରିଆଣା ଏବଂ ବିହାର୍ରେ ସୀମିତ ନୁହେଁ। ‘ବିଗ୍ବସ୍ ୧୧’ରେ ପ୍ରତିଯୋଗୀ ଭାବେ ଭାଗ ନେବା ପରେ ତାଙ୍କୁ ନେଇ ଦେଶ ସାରା ଚର୍ଚ୍ଚା ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
