Advertisment

ସପ୍ନା ଚୌଧରୀଙ୍କ କାର୍‌ ଦୁର୍ଘଟଣା

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡାନ୍ସର ତଥା ବିଗ୍‌ବସ୍‌ ଫେମ୍‌ ସପନା ଚୌଧୁରୀଙ୍କ କାର୍‌ ଦୁର୍ଘଟଣା। ଦୁର୍ଘଟଣାଟି ଗୁରୁଗ୍ରାମର ସୋହିନି ରୋଡ଼୍‌ସ୍ଥିତ ହିରୋ ହୋଣ୍ଡା ଛକରେ ଘଟିଛି। ସପ୍ନାଙ୍କ ଗାଡ଼ିକୁ ପଛପଟୁ ଏକ କାର୍‌ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ତାଙ୍କ କାର୍‌କୁ ଦେଖିଲେ ଅନୁମାନ କରି ହେଉଛି ଯେ, ଦୁର୍ଘଟଣାଟି କେତେ ଭୟଙ୍କର ଥିଲା। ତେଣୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ସେ ବର୍ତ୍ତି ଯାଇଥିବା କୁହାଯାଉଛି। ସୂଚନା ଅନୁସାରେ, ଶପିଂ ସାରି […]

author-image
Chinmayee Roy
ସପ୍ନା ଚୌଧରୀଙ୍କ କାର୍‌ ଦୁର୍ଘଟଣା

sapna

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡାନ୍ସର ତଥା ବିଗ୍‌ବସ୍‌ ଫେମ୍‌ ସପନା ଚୌଧୁରୀଙ୍କ କାର୍‌ ଦୁର୍ଘଟଣା। ଦୁର୍ଘଟଣାଟି ଗୁରୁଗ୍ରାମର ସୋହିନି ରୋଡ଼୍‌ସ୍ଥିତ ହିରୋ ହୋଣ୍ଡା ଛକରେ ଘଟିଛି। ସପ୍ନାଙ୍କ ଗାଡ଼ିକୁ ପଛପଟୁ ଏକ କାର୍‌ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ତାଙ୍କ କାର୍‌କୁ ଦେଖିଲେ ଅନୁମାନ କରି ହେଉଛି ଯେ, ଦୁର୍ଘଟଣାଟି କେତେ ଭୟଙ୍କର ଥିଲା। ତେଣୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ସେ ବର୍ତ୍ତି ଯାଇଥିବା କୁହାଯାଉଛି।

Advertisment

publive-imageସୂଚନା ଅନୁସାରେ, ଶପିଂ ସାରି ସପନା,  ଘରକୁ ଫେରୁଥିବା ସମୟରେ ଦ୍ରୁତ ବେଗରେ ଏକ କାର୍‌ ଆସି ତାଙ୍କ କାର୍‌ରେ ପିଟି ହୋଇଯାଇଥିଲା। ଫଳରେ ଧଳା ରଙ୍ଗର ତାଙ୍କର ଏହି ଫର୍ଚ୍ୟୁନର୍‌ କାର୍‌ଟିର ପଛପଟ ଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମ୍ମୁଖ ଭାଗ ମଧ୍ୟ ଚିଥି ମାତେରାରେ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ସପ୍ନା ଓ ତାଙ୍କ ଡ୍ରାଇଭର ସୁରକ୍ଷିତ ଥିବାବେଳେ ଧକ୍କା ଦେଇଥିବା କାର୍‌ଟିର ଡ୍ରାଇଭର୍‌ ଘଟଣାସ୍ଥଲରୁ ଫେରାର୍‌ ହୋଇଯାଇଥିଲେ। ତେବେ ଏନେଇ ସପ୍ନା ଏପର୍ଯ୍ୟନ୍ତ  ଥାନାରେ କୌଣସି ମାମଲା ରୁଜୁ କରି ନାହାନ୍ତି।

publive-imageସୂଚନାଯୋଗ୍ୟ, ସ୍ପନା ‘ବିଗ୍‌ ବସ୍‌ ୧୧’ରେ ପ୍ରତିଯୋଗୀ ଭାବେ ନଜର ଆସଥିଲେ। ଶୋ’ରୁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଛି। ଶୋ’ରୁ ବାହାରିବା ପରେ ସପ୍ନା କିଛି ଆଲବମ୍‌ ଓ ଫିଲ୍ମରେ ଆଇଟମ୍‌ ଗୀତ କରିଛନ୍ତି। କିନ୍ତୁ ଗତ କିଛିଦିନ ଧରି ତାଙ୍କୁ କେବଳ ବିବାହ ଓ ବର୍ଥ ଡେ’ ପ୍ରୋଗ୍ରାମରେ ପର୍‌ଫର୍ମ କରୁଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ୟୁପିର ମୁରାଦାବାଦରେ ବିଜେପି ବିଧାୟକଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସପନା ଧମାକାଦାର ଡାନ୍ସ କରିଥିଲେ।

Advertisment