Advertisment

ଧନୁଷଙ୍କ ଫିଲ୍ମରେ ବିହାରୀ ଝିଅ ହେବେ ସାରା

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ରାଞ୍ଝଣା’ ପରେ ପୁଣିଥରେ ଆନନ୍ଦ ଏଲ୍‌ ରୟ ଓ ସାଉଥ ସୁପରଷ୍ଟାର ଧନୁଷ ଏକାଠି କାମ କରିବାକୁ ଯାଉଛନ୍ତି।  ଆଉ ସବୁଠୁ ଭଲ କଥା ହେଉଛି ଏହି ଫିଲ୍ମରେ ଧନୁଷଙ୍କ ବିପକ୍ଷରେ ସାରା ଅଲୀ ଖାନ୍ ଅଭିନୟ କରିବେ। ଆନନ୍ଦ୍ ଏଲ୍‌ ରୟ ପରଦାରେ ଏହି ନୂଆ ଯୋଡ଼ିକୁ ଆଣିବାକୁ ପ୍ରସ୍ତୁତ ହୋଇ ସାରିଲେଣି। ସୂଚନା ଅନୁଯାୟୀ, ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମଟି ଏକ ରୋମାଣ୍ଟିକ କମେଡି […]

ଧନୁଷଙ୍କ ଫିଲ୍ମରେ ବିହାରୀ ଝିଅ ହେବେ ସାରା

dhanush

Advertisment

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ରାଞ୍ଝଣା’ ପରେ ପୁଣିଥରେ ଆନନ୍ଦ ଏଲ୍‌ ରୟ ଓ ସାଉଥ ସୁପରଷ୍ଟାର ଧନୁଷ ଏକାଠି କାମ କରିବାକୁ ଯାଉଛନ୍ତି।  ଆଉ ସବୁଠୁ ଭଲ କଥା ହେଉଛି ଏହି ଫିଲ୍ମରେ ଧନୁଷଙ୍କ ବିପକ୍ଷରେ ସାରା ଅଲୀ ଖାନ୍ ଅଭିନୟ କରିବେ। ଆନନ୍ଦ୍ ଏଲ୍‌ ରୟ ପରଦାରେ ଏହି ନୂଆ ଯୋଡ଼ିକୁ ଆଣିବାକୁ ପ୍ରସ୍ତୁତ ହୋଇ ସାରିଲେଣି।

Advertisment

ସୂଚନା ଅନୁଯାୟୀ, ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମଟି ଏକ ରୋମାଣ୍ଟିକ କମେଡି ଡ୍ରାମା ହେବ। ଏଥିରେ ଲିଡ୍‌ ରୋଲ୍‌ରେ ଧନୁଷ ଓ ସାରା ଅଭିନୟ କରିବେ। ଫିଲ୍ମରେ ସାରାଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ। ସେ ବିହାରର ଜଣେ ଗାଉଁଳି ଝିଅ ଚରିତ୍ରରେ ଅଭିନୟ କରିବେ।

publive-imageନିଜ ଚରିତ୍ରକୁ ଉଚିତ୍ ନ୍ୟାୟ ଦେବା ପାଇଁ ସାରା ଏକ ୱାର୍କସପ୍‌ରେ ଭାଗ ନେବେ ବୋଲି ଜଣାପଡ଼ିଛି। ଏଥିସହ ବିହାରୀ ଭାଷା ଶିଖିବା ପାଇଁ ତାଙ୍କ ପାଇଁ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ।

Advertisment

ସୂଚନାଯୋଗ୍ୟ, ସାରା ଆଗକୁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ‘ଲଭ୍‌ ଆଜ୍‌ କଲ୍‌’ ଓ ବରୁଣ ଧୱନଙ୍କ ସହ ଫିଲ୍ମ ‘କୁଲି’ରେ ନଜର ଆସିବେ। ନିକଟରେ ତାଙ୍କ ଫିଲ୍ମ ‘ଲଭ୍ ଆଜ୍‌ କଲ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଏହାକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ଫିଲ୍ମଟି ଫେବ୍ରୁଆରୀ ୧୪ ତାରିଖରେ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe