Advertisment

ଅଲଗା ହେଲେ ସାରା-କାର୍ତ୍ତିକ !

ମୁମ୍ୱାଇ: ବେଶ୍‌ କିଛି ଦିନ ହେଲା ବି’ଟାଉନ୍‌ ସହିତ ଗଣମାଧ୍ୟମରେ ସାରା ଅଲୀ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସଂପର୍କକୁ ନେଇ ବହୁତ ଚର୍ଚ୍ଚା ହେଉଛି। କୁହାଯାଉଛି, ସେମାନେ ପ୍ରେମରେ ପଡ଼ିଯାଇଛନ୍ତି। ହେଲେ ସର୍ବସାଧାରଣରେ ଏହାକୁ ସ୍ୱୀକାର କରୁ ନାହାନ୍ତି। କିନ୍ତୁ ସଦ୍ୟ ଖବର ଅନୁଯାୟୀ, ସାରା-କାର୍ତ୍ତିକଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏପରିକି ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍ ମଧ୍ୟ ହୋଇଯାଇଛି। ଆଉ ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ବ୍ୟସ୍ତବହୁତ ଶୁଟିଂ ସିଡ୍ୟୁଲ୍‌। ଦୁହେଁ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଅଲଗା ହେଲେ ସାରା-କାର୍ତ୍ତିକ !

sara

ମୁମ୍ୱାଇ: ବେଶ୍‌ କିଛି ଦିନ ହେଲା ବି’ଟାଉନ୍‌ ସହିତ ଗଣମାଧ୍ୟମରେ ସାରା ଅଲୀ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସଂପର୍କକୁ ନେଇ ବହୁତ ଚର୍ଚ୍ଚା ହେଉଛି। କୁହାଯାଉଛି, ସେମାନେ ପ୍ରେମରେ ପଡ଼ିଯାଇଛନ୍ତି। ହେଲେ ସର୍ବସାଧାରଣରେ ଏହାକୁ ସ୍ୱୀକାର କରୁ ନାହାନ୍ତି। କିନ୍ତୁ ସଦ୍ୟ ଖବର ଅନୁଯାୟୀ, ସାରା-କାର୍ତ୍ତିକଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏପରିକି ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍ ମଧ୍ୟ ହୋଇଯାଇଛି। ଆଉ ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ବ୍ୟସ୍ତବହୁତ ଶୁଟିଂ ସିଡ୍ୟୁଲ୍‌। ଦୁହେଁ ଖୁବ୍ ବ୍ୟସ୍ତ ରହୁଥିବା ଯୋଗୁ ଆଉ ପରସ୍ପରକୁ ସମୟ ଦେଇ ପାରୁ ନାହାନ୍ତି। ତେଣୁ ଦୁହେଁ ଆଲୋଚନା କରି ସୌହାର୍ଦ୍ଦପୂର୍ଣ୍ଣ ଭାବେ ସେମାନଙ୍କ ସଂପର୍କରେ ବ୍ରେକ୍ ଲଗାଇଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇନି ଓ ଏବେବି ପରସ୍ପରକୁ ପୂର୍ବଭଳି ସମ୍ମାନ କରୁଛନ୍ତି।

Advertisment

ବ୍ରେକ୍‌ ଅପ୍‌ ପରେ ଦୁହେଁ ନିଜ ନିଜ କ୍ୟାରିୟର୍ ଉପରେ ଫୋକସ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସାରା ବର୍ତ୍ତମାନ ତାଙ୍କ ଫିଲ୍ମ ‘କୁଲି ନମ୍ୱର ୧’ ଏବଂ କାର୍ତ୍ତିକ ‘ଭୁଲ୍‌ ଭୁଲେୟା ୨’ ଓ ‘ପତି ପତ୍ନୀ ଔର୍‌ ବୋ’ ଶୁଟିଂରେ ବ୍ୟସ୍ତ ଅଛନ୍ତି।  କରଣ ଜୋହର୍‌ଙ୍କ ଫିଲ୍ମ ‘ଦୋସ୍ତାନା ୨’ରେ କାର୍ତ୍ତିକ ଅଛନ୍ତି। ତେବେ ଏହା ଶୁଟିଂ କେବେଠୁ ଆରମ୍ଭ ହେବ, ତାହା ଜଣାପଡ଼ିନି।

ଏକ ଖବରକାଗଜରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, କିଛି ଦିନ ହେବ ଦୁହେଁ ସମୟ କାଢ଼ି ପରସ୍ପରର ଶୁଟିଂ ସେଟ୍‌କୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ବିଫଳ ହୋଇଥିଲା। ସେମାନେ ପରସ୍ପରକୁ କ୍ୱାଲିଟି ସମୟ ଦେଇ ପାରୁ ନଥିଲେ। ସେଥିପାଇଁ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍ ହୋଇଛି। ତେବେ ଅନେକ କହୁଛନ୍ତି, ଏହା ପଛରେ ଅନ୍ୟ କିଛି କାରଣ ରହିଛି।

Advertisment